ନିଜାମୁଦ୍ଦିନରୁ ଉତ୍ତରପ୍ରଦେଶକୁ ଯାଇଥିବା ୯୭ ଜଣ କରୋନା ପଜିଟିଭ


ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ମରକଜ ଜମାତରୁ ସାରା ଦେଶକୁ କରୋନା ଭୂତାଣୁ ଅତି ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି ଜମାତରୁ ତେଲେଙ୍ଗାନା ଯାଇଥିବା ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୋଟ ୧୦ ଜଣ ପ୍ରାଣ ହରାଇଲେଣି। ଅନ୍ୟପଟେ ଜମାତରୁ ଉତ୍ତରପ୍ରଦେଶକୁ ଯାଇଥିବା ୯୭ ଜଣଙ୍କଠାରେ କରୋନା ପଜିଟିଭ ମିଳିଛି। ଗୁରୁବାର ଏହା ସ୍ପଷ୍ଟ ହେବା ପରେ ଦେଶରେ ସମୂହ ସଂକ୍ରମଣକୁ ଆହୁରି ଦ୍ରୁତତର କରିବ ବୋଲି କୁହାଯାଉଛି। ଏହି ପରିସ୍ଥିତି ପୂରା ଦେଶ ପାଇଁ ଭୟଙ୍କର ହେବ ବୋଲି ଆଶଙ୍କା କରାଯାଉଛି। ଜମାତରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଏବେ ୧୩୩୦ ଜଣ ପ୍ରଶାସନର ନଜରରେ ରହିଛନ୍ତି। ଏହା ବ୍ୟତୀତ ଗତ ବୁଧବାର ୨୪ରୁ ଅଧିକ ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଥିଲା। ୩୩୪ ଜଣଙ୍କଠାରେ କରୋନା ଲକ୍ଷଣ ଥିବାରୁ ସେମାନଙ୍କୁ ମେଡିକାଲରେ ଆଇସୋଲେଶନରେ ରଖାଯାଇଥିଲା।


Share It

Comments are closed.