ପୁଅର ମୃତ୍ୟୁ ଦେହକୁ ଧରି ୮୮ କି.ମି ଚାଲିଲା ବାପା


ସାରା ଦେଶରେ କରୋନା ଭାଇରସର ସଂକ୍ରମଣ କାରଣରୁ ଦେଶବ୍ୟାପୀ ଲକଡାଉନ ପରିସ୍ଥିତି ଉପୁଜିଥିବାବେଳେ ତେବେ ଏହି ମଧ୍ୟରେ ଏକ ଦୁଃଖଦ ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଘଟଣାଟି ଏହା ଯେ, ଜଣେ ଅସହାୟ ବାପା ନିଜ ପୁଅ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ତାକୁ ୮୮ କିମି ଚାଲବାକୁ ପଡିଛି । ଏହି ଦୁଃଖଦ ଘଟଣାଟି ଆନ୍ଧ୍ରପ୍ରଦେଶର ଅଟେ । ମିଳିଥିବା ସୂଚନା ମୁତାବକ ଉକ୍ତ ବ୍ୟକ୍ତିଙ୍କ ନାମ ମନଚାଲା ମନୋହର ଥିବାବେଳେ ସେ ନିଜର ପୁତ୍ରର ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ଅନନ୍ତପୁର ଜିଲ୍ଲାସ୍ଥିତ ଗୋରନ୍ତଲା ଗ୍ରାମରୁ ଦୀର୍ଘ ୮୮ କି.ମି ଦୂର ଚିତ୍ରାବତୀ ନଦୀତୁଠକୁ ଯାଇଥିଲେ ।
ମନୋହରଙ୍କ ତିନୋଟି ସନ୍ତାନ ମଧ୍ୟରୁ ଦେବା ତାଙ୍କର ସର୍ବକନିଷ୍ଠ ପୁତ୍ରଥିବାବେଳେ ସେ ଗତ ୧୦ ଦିନ ହେବ ଗଳା ସଂକ୍ରମଣ ଜନିତ ରୋଗରେ ପୀଡିତ ହୋଇ ଅସୁସ୍ଥ ହୋଇପଡିଥିବା ହେତୁ ମନୋହର ତାଙ୍କ ପୁତ୍ର ଦେବାଙ୍କୁ ଚିକିତ୍ସା ପାଇଁ ଗରୋନ୍ତଲା ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଏହା ପରେ ଦେବାଙ୍କର ସ୍ୱାସ୍ଥ୍ୟବସ୍ଥା ଯେତେବେଳେ ଖରାପ ହେବାକୁ ଲାଗିଲା ମନୋହର ତାଙ୍କୁ ହିନ୍ଦୁପରସ୍ଥିତ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ କିନ୍ତୁ ଗୋଟିଏ ଦିନ ପରେ ଦେବାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ଋପେ ବିଗିଡି ଯାଇଥିଲା । ଏହାପରେ ଡାକ୍ତର, ଦେବାଙ୍କୁ ତୁରନ୍ତ ବେଙ୍ଗାଲୁରୁ ଓ କୁର୍ନୁଲର ବଡ ଡାକ୍ତରଖାନାକୁ ନେବା ପାଇଁ ପରାନର୍ଶ ଦେଇଥିଲେ । କିନ୍ତୁ ମନୋହରଙ୍କ ପାଖରେ ତାଙ୍କର ପୁତ୍ରର ଚିକିତ୍ସା କିରବା ଓ ବେଙ୍ଗାଲୁରୁ ଯିବା ପାଇଁ ଟଙ୍କା ନଥିବା ହେତୁ ତାଙ୍କ ପୁତ୍ର (ଦେବା) ଶେଷରେ ଆଖିବୁଜିଥିଲେ । ପୁଅର ମୃତ୍ୟୁଦେହ ଧରି ସେ ପ୍ରାୟ ୮୮ କି.ମି ଚାଲିବା ପରେ ଗାଁ ପାଖ ଚିତ୍ରାବତୀ ନଦୀ କୂଳରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ସବୁଆଡେ ଲକଡାଉନ ଅବସ୍ଥା ଥିବାରୁ କେହି ସାହାର୍ଯ୍ୟ କରି ପାରିନଥିଲେ ।


Share It

Comments are closed.