କିସମିସ ଖାଇବାର ରହିଛି ଅନେକ ଫାଇଦା, ଜାଣନ୍ତୁ କଣ
କିସମିସ୍ ଦ୍ରବୀଭୂତ ଫାଇବରର ଏକ ଉତ୍ତମ ଉତ୍ସ, ଯାହା ଆମ ହଜମ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ଏବଂ ପେଟ ସମସ୍ୟାକୁ ହ୍ରାସ କରିଥାଏ | କିସମିସରେ ଟାଟାରିକ୍ ଏସିଡ୍ ମଧ୍ୟ ଥାଏ | ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ପ୍ରୋଟିନରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ ଯାହା ଅନ୍ତନଳୀ କାର୍ଯ୍ୟରେ ଉନ୍ନତି ଆଣିବାରେ ଏବଂ ଆପଣଙ୍କ ଅନ୍ତଃସ୍ଥଳୀରେ ଜୀବାଣୁ ସନ୍ତୁଳନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ | ତେବେ ଆସନ୍ତୁ ଜାଣିବା ଏହାର କିଛି ଫାଇଦା ସମ୍ପର୍କରେ ।
-ଯଦି ଏସିଡିଟି, କୋଷ୍ଠକାଠିନ୍ୟ ପରି ସମସ୍ୟାରେ ପୀଡିତ ଥା’ନ୍ତି ଏବଂ କ୍ଳାନ୍ତି ଲାଗୁଥାଏ, କିସ୍ମିସ ଖାଇବା ଦ୍ବାରା ଉପକାର ମିଳିବ।
– ନିୟମିତ କିସ୍ମିସ ଖାଇବାର ଅଭ୍ୟାସ ରକ୍ତହୀନତା ଦୂର କରିପାରେ।
-କିସ୍ମିସକୁ ପାଣିରେ ଭିଜାଇ କିଛିଦିନ ଖାଇଲେ ଉଚ୍ଚ ରକ୍ତଚାପରୁ ମଧ୍ୟ ଉପଶମ ମିଳିଥାଏ।
– କିସ୍ମିସ ଭିଜା ପାଣି ପିଇବା ଯକୃତ ପାଇଁ ଉପକାରୀ।
– ଓଜନ ବଢାଇବାକୁ ଚାହୁଁଥିଲେ କିସ୍ମିସ ଖାଇବା ଭଲ। ଏଥିରେ ଥିବା ଫ୍ରୁକ୍ଟୋଜ୍ ଓଜନ ବଢାଇବାରେ ସହାୟକ ହୋଇଥାଏ।
– କିସ୍ମିସରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଦୃଷ୍ଟିଶକ୍ତି ସୁସ୍ଥ ରଖିଥାଏ। ଏଥିରେ ଥିବା କ୍ୟାଟେଚିନ୍ ମଧ୍ୟ କର୍କଟ ରୋଗର ପ୍ରତିରୋଧ କରିଥାଏ।
– ଅସ୍ଥି ମଜଭୁତ୍ ରଖିବାର ଗୁଣ କିସ୍ମିସରେ ରହିଛି। ଗଣ୍ଠି ଯନ୍ତ୍ରଣା ଭୋଗୁଥିଲେ କିସ୍ମିସ ଖାଇବା ଦ୍ବାରା ଉପକାର ମିଳିପାରିବ।
– କିସ୍ମିସରେ ଥିବା ଭିଟାମିନ୍, ଖଣିଜଲବଣ, ପଲିଫିନଲ ଆଦି ପୋଷକ ତତ୍ତ୍ବ ରୋଗପ୍ରତିରୋଧକ ଶକ୍ତି ବଢାଏ ଏବଂ ଏଥିରେ ଥିବା ଲୌହ ନିଦ୍ରାହୀନତା ସମସ୍ୟା ଦୂର କରେ।
Comments are closed.