ଚୀନ ବିରୁଦ୍ଧରେ ଗଭୀର ଯାଂଚ କରୁଛି ଆମେରିକା, ଚୀନଠାରୁ ମୋଟା ଅଙ୍କର କ୍ଷତିପୂରଣ ନେବାକୁ ଟ୍ରମ୍ପଙ୍କ ସଂକେତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କହିବା ଅନୁଯାୟୀ ସେ କୋଭିଡ-୧୯କୁ ନେଇ ଚୀନ ବିରୁଦ୍ଧରେ ବେଶ ଗମ୍ଭୀର ଯାଂଚ ଚଳାଇଛନ୍ତି । ସେ ସଙ୍କେତ ଦେଇଛନ୍ତି ଯେ ତାଙ୍କର ପ୍ରଶାସନ ବେଜିଙ୍ଗ ଠାରୁ ୧୨.୪୧ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ କ୍ଷତିପୂରଣ ନେବ ଯାହା ଜର୍ମାନୀ ଦ୍ୱାରା କରୋନ ଭାଇରସ ଯୋଗୁଁ ଦାବି କରାଯାଇଛି ।
ଆମେରିକା, ବ୍ରିଟେନ ଓ ଜର୍ମାନୀ ନେତାଙ୍କ କହିବା ଅନୁଯାୟୀ ଯଦି ଚୀନ ପାରଦର୍ଶିତା ଆପଣାଇଥାନ୍ତା ଏବଂ ଭାଇରସର ପ୍ରାରମ୍ଭ ସମୟରେ ଏହାର ତଥ୍ୟ ସର୍ବସାଧାରଣ କରିଥାନ୍ତା ତାହାଲେ ଆଜି ଏତେ ଲୋକଙ୍କର ଦୁର୍ଭାଗ୍ୟପୂର୍ଣ୍ଣ ମୃତ୍ୟୁ ହୋଇନଥାନ୍ତା ଏବଂ ବିଶ୍ୱ ଅର୍ଥନୀତିର ବିନାଶରୁ ରକ୍ଷା ମିଳିପାରିଥାନ୍ତା । ଏବେ ବହୁତ ଦେଶ ଚୀନଠାରୁ କ୍ଷତିପୂରଣ ମାଗିବା ଆରମ୍ଭ କରିଦେଇଛନ୍ତି ।
ଟ୍ରମ୍ପ ସୋମବାର ଦିନ ରୋଜ ଗାର୍ଡେନର ସମ୍ବାଦଦାତା ସମ୍ମେଳନରେ ଜର୍ମାନୀର କ୍ଷତିପୂରଣ ବାବଦରେ ପଚରାଯାଇଥିବା ପ୍ରଶ୍ନ ଉପରେ କହିଲେ, ‘ଆମେ ତାଠାରୁ ସହଜ ଜିନିଷ କରିପାରିବୁ । ଆମ ପାଖରେ ସେପରି କରିବା ଠାରୁ ସହଜ ପନ୍ଥା ରହିଛି ।”
ଟ୍ରମ୍ପକୁ ଯେବେ ପଚରାଗଲା ଯେ କଣ ଆମେରିକା ମଧ୍ୟ ଜର୍ମାନୀ ଭଳି କ୍ଷତିପୂରଣ ମାଗିବ । ଏହା ଉପରେ ଟ୍ରମ୍ପ କହିଛନ୍ତି ଯେ, “ଜର୍ମାନୀ ମଧ୍ୟ କିଛି ବିଚାର କରୁଛି ଏବଂ ଆମେ ମଧ୍ୟ କିଛି ଦେଖୁଛୁ ଏବଂ ଜର୍ମାନୀ ଯେତିକି କ୍ଷତିପୂରଣ କଥା କହୁଛି, ଆମେ ତାଠାରୁ ଆହୁରି ବଡ଼ ରାଶିର କଥା ହେଉଛୁ । ଆମେ ଏବେ ଅନ୍ତିମ ରାଶି ନିର୍ଦ୍ଧାରିତ କରିନାହୁଁ କିନ୍ତୁ ଏହା ବେଶ ବଡ଼ ରାଶି ହେବ ।”
ଟ୍ରମ୍ପଙ୍କ କହିବା ଅନୁଯାୟୀ ଏହି ଭାଇରସ କେବଳ ଆମେରିକା ନୁହେଁ ବରଂ ପୁରା ଦୁନିଆରେ ବ୍ୟାପକ ସ୍ତରେରେ କ୍ଷତି ପହଂଚାଇଛି । ସେ କହିଛନ୍ତି ଯେ ଚୀନକୁ ଏହି ଭାଇରସର ପ୍ରସାର ପାଇଁ ଦାୟୀ କରିବାର ଅନେକ ରାସ୍ତା ରହିଛି । ତାଙ୍କ କହିବା ଅନୁଯାୟୀ ଆମେରିକା ଏହି ପ୍ରସଙ୍ଗରେ ଗମ୍ଭୀରତାର ସହ ଯାଂଚ କରୁଛି ଏବଂ ଚୀନ ଉପରେ ସେ ଖୁସି ନାହିଁ । ନୀକଟରେ ଚୀନକୁ ଏହି ଭାଇରସ ସଂକ୍ରମଣ ପାଇଁ ଦାୟୀ ଚିହ୍ନଟ କରିବା ବିଚାରକୁ ଅନେକ ସମର୍ଥନ ମିଳିଛି ।
Comments are closed.