ତୃତୀୟ ଲହର ଆଶଙ୍କା ! କର୍ଣ୍ଣାଟକରେ ମାତ୍ର ପାଞ୍ଚ ଦିନରେ ୨୪୨ ଶିଶୁ ସଂକ୍ରମିତ

Share It

କର୍ଣ୍ଣାଟକରେ ଗତ ୫ ଦିନରେ ୨୪୨ ଶିଶୁ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସରକାରୀ ତଥ୍ୟରେ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଆଗକୁ ଏହି ସଂଖ୍ୟା ଆହୁରି ବଢିପାରେ। କରୋନାର ଦ୍ୱିତୀୟ ଲହର ସମୟରେ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଥିଲେ ତୃତୀୟ ଲହର ଶିଶୁଙ୍କୁ ଅଧିକ ପ୍ରଭାବିତ କରିପାରେ। ଏହିଭଳି ସ୍ଥିତିରେ ବିଶେଷଜ୍ଞଙ୍କ ଆଶଙ୍କା ସତ ହେଲା ଭଳି ଜଣାପଡୁଛି।

ବେଙ୍ଗଲୁରୀ ମହାନଗର ପାଳିକା କହିଛନ୍ତି ଯେ, ଗତ ୫ ଦିନରେ ୧୯ ବର୍ଷରୁ କମ ବୟସର ୨୪୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୬ ଶିଶୁଙ୍କ ବୟସ ୯ ବର୍ଷରୁ କମ। ୧୩୬ ଶିଶୁ ୯ ରୁ ୧୯ ବର୍ଷ ମଧ୍ୟରେ ଅଛନ୍ତିଯ। ଏପଟେ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି।

ଗତ ମଙ୍ଗଳବାର ଦିନ ରାଜ୍ୟରେ ରାଜ୍ୟରୁ ୧୩୩୮ ନୂଆ ମାମଲା ସାମ୍ନାକୁ ଆସିଥିଲା। ୩୧ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କିଛି ଦିନରେ ମାମଲା ତିନି ଗୁଣ ହେବ ଏବଂ ଏହା ବଡ ବିପଦ। କର୍ଣ୍ଣାଟକ ସରକାର ସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲକଡାଉନ ଘୋଷଣା କରିଛନ୍ତି। ତା ଛଡା କେରଳ-କର୍ଣ୍ଣାଟକ, ମହାରାଷ୍ଟ୍ର-କର୍ଣ୍ଣାଟକ ସୀମାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। RT-PCR ସାର୍ଟିଫିକେଟ ଯାତ୍ରୀଙ୍କୁ ହିଁ ଯାତ୍ରା ପାଇଁ ଅନୁମତି ଦିଆଯିବ। RT-PCR ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ସମୟର ହୋଇନଥିବା ଆବଶ୍ୟକ।


Share It

Comments are closed.