ପାତ୍ରପୁର ବ୍ଲକ୍ରେ ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ ।ପୂର୍ବରୁ ଖତ ଖାଉଥିଲା, ଏବେ ନୂଆଁ ଆସିଲା
ନିମ୍ନମାନର ରିକ୍ସା ଆସିଥିବାରୁ ପଞ୍ଚାୟତକୁ ହେଇପାରୁନି ହସ୍ତାନ୍ତର
ପାତ୍ରପୁର, ୧୧/୨ : ଦେଶରେ ବିଜେପି ଦଳ ଶାସନକୁ ଆସିବା ଦିନ ଠାରୁ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକାରୀ କରିବା ପରେ ରାଜକୋଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରିଛନ୍ତି । କିନ୍ତୁ ବାସ୍ତବରେ ଏହା କେତେ ଦୂର ସଫଳତା ହୋଇଛି ତାହା ଉପରେ କାହାର ନିଘା ନାହିଁ । ସରକାରୀ ଅଧିକାରୀ ମାନେ ନିଜ ଇଚ୍ଛା ମୁତାବାକ କାମ କରୁଥିବା ବେଳେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଘନ କରୁଥିବା ଅଭିଯୋଗ ହୋଇଛି । ସ୍ୱଚ୍ଛ ଭାରତ ମିଶନ ଯୋଜନା ମାଧ୍ୟମରେ ପାତ୍ରପୁର ବ୍ଲକ୍ର ବାଦପୁର, ବରଙ୍ଗ, ଗୁଡିପଦର, ଜରଡା, ଖାରିଆଗୁଡା, ତଣ୍ଡିପୁର, ସାମନ୍ତିଆପଲ୍ଲୀ, ମନ୍ଦରଡା, ସୁରଙ୍ଗୀ ପ୍ରମୁଖ ୯ଟି ପଞ୍ଚାୟତ ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ୧୮ଟି ଅଳିଆ ବୁହା ରିକ୍ସା ଅଣାଯାଇଥିବା ବେଳେ ଦୀର୍ଘ ୫ମାସ ହେବ ବ୍ଲକ୍ ପରିସରରେ ପଡି ରହିଥିବା ଦେଖିବାକୁ ମିଳିିଛି । ୩୫ ହଜାର ବ୍ୟୟବରାଦରେ ପ୍ରାୟ ୬.୩୦ ଲକ୍ଷ ଖର୍ଚ୍ଚ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟରେ ଆସିପାରିଲା ନାହିଁ ଯାହା ର୍ଦୁଭାଗ୍ୟର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଅନ୍ୟ ପକ୍ଷେ ଆସିଥିବା ରିକ୍ସା ଗୁଡିକ ଅତି ନିମ୍ନମାନର ହୋଇଥିବାରୁ ପଞ୍ଚାୟତକୁ ହସ୍ତାନ୍ତର ପରେ କୌଣସି ପଞ୍ଚାୟତ କାଳେ ଆପତ୍ତି ଉଠାଇବେ ବୋଲି ପ୍ରଶାସନ ହସ୍ତାନ୍ତର କରୁନଥିବା ବୁଦ୍ଧୀଜିବୀ ମହଲର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହ ସରକାରକା ମାଲ ଡରିଆ ମେ ଡାଲ ବୋଲି ମତ ପ୍ରକାଶ ପାଇଛି । ସେହିଭଳି ପୂର୍ବରୁ ମଧ୍ୟ କିଛି ପଞ୍ଚାୟତକୁ ବିଦ୍ୟୁତ ଚାଳିତ ଅଳିଆ ବୁହା ଗାଡି ବର୍ଷ ବର୍ଷ ହେବ ପଡି ରହି ଖତ ଖାଉଥିବା ବେଳେ ବର୍ତ୍ତମାନ ଆସିଥିବା ରିକ୍ସା କେତେ ଦୂର ଲୋକେଙ୍କ କାମ ଆସିବ ତାହା ଏବେ ବଡ ପ୍ରଶ୍ନବାଚୀ ?
ଘଟଣା ସମ୍ପର୍କରେ ପାତ୍ରପୁର ବିଡିଓ ଲକ୍ଷ୍ମଣ ଚରଣ ସୋରେନ୍ଙ୍କ ସହ ଯୋଗାଯୋଗ କରିବାରୁ ଉକ୍ତ ବିଷୟରେ ସଠିକ୍ ଭାବେ ଜାଣିନଥିବା ପ୍ରକାଶ କରିଛନ୍ତି । ସୂଚନା ଥାଉକି ପୂର୍ବତନ ବିଡିଓଙ୍କ ସମୟରେ ଏହି ରିକ୍ସା ଆସିଥିବା ବେଳେ ବିନା ଟେଣ୍ଡରରେ ଆସିଥିବା ନେଇ ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀ ରବୋଟ୍ ପ୍ରଧାନଙ୍କ ସହ ଯୋଗାଯୋଗ କରିବାରୁ ସଠିକ୍ ସୂଚନା ଦେବା ପରିବର୍ତ୍ତେ ତଥ୍ୟ ପ୍ରଦାନ କରୁନାହାନ୍ତି । ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
Comments are closed.