ଅନ୍ୟକୁ ନିଜ ସିମ୍ କି ମୋବାଇଲ ଦେଉଛନ୍ତି ହୋଇ ଯାଆନ୍ତୁ ସାବଧାନ
ଯଦି ଆପଣଣଙ୍କ ସିମ କି ମୋବାଇଲ ଅନ୍ୟ କେହି ବ୍ୟବହାର କରୁଛନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କର ଭୁଲ ବା ଅପରାଧ ପାଇଁ ଆପଣଙ୍କୁ ସଜା ଭୋଗିବାକୁ ପଡ଼ିବ । କେନ୍ଦ୍ର ସରକାର ଏନେଇ ଏକ ଆଡଭାଇଜରୀ ଜାରି କରିଛନ୍ତି । ଯଦି ଏଭଳି ସ୍ଥିତିରେ କୌଣସି ଠକାମି, ସାଇବର ଅପରାଧ ବା ଅନ୍ୟ କୌଣସି ଖରାପ କାର୍ଯ୍ୟକଳାପ ହୁଏ, ତେବେ ସେଥିପାଇଁ ୟୁଜର ହିଁ ଦାୟୀ ରହିବେ । ଆଇନ ଅନୁସାରେ, ଦଣ୍ଡ ବିଧାନ କରାଯିବ । ଅନ୍ୟ କେହି ଆପଣଙ୍କ ସିମ ବା ମୋବାଇଲ ବ୍ୟବହାର କରୁଥିଲେ ବୋଲି ଯଦି ଆପଣ କୁହନ୍ତି, ତେବେ ତାହାକୁ ଗ୍ରହଣ କରାଯିବ ନାହିଁ ।
ଦେଶରେ ଲଗାତର ଭାବେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ଠକମାନେ ଅନ୍ୟ ନାମରେ ଚାଲିଥିବା ସିମକୁ ଉପଯୋଗ କରି ଅପରାଧ ଘଟାଉଥିବା ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ସରକାର ସିମ ନେବାର ପ୍ରକ୍ରିୟା ବଦଳାଇବା ସହ ନିୟମକୁ ମଧ୍ୟ କଠୋର କରିଦେଇଛନ୍ତି । ଏହାପରେ ବି କିଛି ଲୋକ ସେମାନଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ସିମ ବ୍ୟବହାର କରୁଥିବା ନେଇ ମଧ୍ୟ ଜଣାପଡ଼ିଥିଲା । କିଛି ଲୋକଙ୍କର ଫୋନ ବା ମୋବାଇଲ ଅନ୍ୟ କେହି ବ୍ୟବହାର କରୁଥିବା କହିବା ପରେ ପୋଲିସ ବା ଯାଞ୍ଚ ଏଜେନ୍ସିକୁ ଝଟକା ଲାଗିଥିଲା ।
Comments are closed.