କୁକୁରର ବିବାହରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଦେଇଥିଲେ ଏହି ନବାବ, ସାମିଲ ହୋଇଥିଲେ ଦେଢ଼ ଲକ୍ଷ ଲୋକ
ଭାରତରେ ରାଜା ମହାରାଜା ଓ ନବାବମାନଙ୍କର ଜୀବନଶୈଳୀ ସବୁବେଳେ ଚ୍ଚର୍ଚାରେ ରହିଆସିଛି । ନିଜର ଅଜବ ଶଉକ ପାଇଁ ରାଜା ପରିବାର ଓ ନବାବମାନେ କେବଳ ଭାରତରେ ନୁହେଁ ବରଂ ପୁରା ଦୁନିଆରେ ପ୍ରସିନ୍ଧ ଥିଲେ । ଏହିଭଳି ଶଉକ ରଖୁଥିବା ନବାବଙ୍କ ମଧ୍ୟରେ ଜଣେ ଥିଲେ ଜୁନାଗଡ଼ର ନବାବ , ମହାବତ ଖାନ ।
ମହାବତ ଖାନଙ୍କୁ କୁକୁରଙ୍କ ସହ ଏକ ଅଲଗା ସମ୍ପର୍କ ଥିଲା । ତାଙ୍କ ପାଖରେ ୮୦୦ଟି କୁକୁର ଥିଲା । କେବଳ ଏତିକି ନୁହେଁ ଏହି ସବୁ କୁକୁରଙ୍କ ପାଇଁ ଅଲଗା ଅଲଗା କୋଠରୀ, ଚାକର ଏବଂ ଟେଲିଫୋନ ବ୍ୟବସ୍ଥା ମଧ୍ୟ ରହିଥିଲା । ଯଦି କୌଣସି କୁକୁରର ମୃତ୍ୟୁ ହୋଇଯାଉଥିଲା ତାକୁ ସମ୍ପୂର୍ଣ୍ଣ ରିତିନୀତି ଅନୁଯାୟୀ କବ୍ରିସ୍ଥାନରେ ପୋତି ଦିଆଯାଉଥିଲା । କିନ୍ତୁ ଏହିସବୁ କୁକୁରଙ୍କ ମଧ୍ୟରୁ ଗୋଟିଏ ଫିମେଲ କୁକୁର ତାଙ୍କର ବହୁତ ପ୍ରିୟ ଥିଲା, ଯାହାର ନାମ ରୋଶ୍ନା ଥିଲା ।
ନବାବ ମହାବତ ଖାନଙ୍କର ଏହି ଶଉକ ବିଷୟରେ ବିଖ୍ୟାତ ଇତିହାସକାର ଡୋମିନିକ ଲାପିୟର ଏବଂ କଲୀନ୍ସ ନିଜର ପୁସ୍ତକ ‘ଫ୍ରିଡମ ଆଟ ମିଡନାଇଟ’ରେ ଉଲ୍ଲେଖ କରିଛନ୍ତି । ମହାବତ ଖାନ ଏହି ରୋଶ୍ନାର ବିବାହ ବହୁତ ଧୁମଧାମରେ ବବି ନାମକ କୁକୁର ସହ କରାଇଥିଲେ । ଏହି ବିବାହରେ ନବାବ ଆଜିର ମୂଲ୍ୟ ହିସାବରେ ପାଖାପାଖି ୨ କୋଟିରୁ ମଧ୍ୟ ଅଧିକ ଖର୍ଚ କରିଥିଲେ ।
ରୋଶନାର ବିବାହ ସମୟରେ ସୁନା ହାର, ବ୍ରେସଲେଟ ଏବଂ ମୂଲ୍ୟବାନ ପୋଷାକ ପିନ୍ଧାଯାଇଥିଲା । ଏତିକି ନୁହେଁ ମିଲିଟ୍ରି ବ୍ୟାଣ୍ଡ ସହିତ ୨୫୦ କୁକୁର ରେଳ ଷ୍ଟେସନରେ ଗାଡ ଅଫ ଅନର ସହିତ ଏମାନଙ୍କର ସ୍ୱାଗତ କରିଥିଲେ । ଏହି ବିବାହରେ ସମସ୍ତ ରାଜା –ମହାରାଜାଙ୍କ ସମେତ ଭାଇସରଏଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଥିଲା । କିନ୍ତୁ ଭାଇସରଏ ଆସିବାକୁ ମନା କରିଦେଇଥିଲେ । ମହାବତ ଖାନଙ୍କ ଦ୍ୱାରା ଆୟୋଜିତ ଏହି ବିବାହରେ ଦେଢ଼ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ । କିନ୍ତୁ ଏହି ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାରେ ଜୁନାଗଡ଼ର ତତ୍କାଳୀନ ୬,୨୦,୦୦୦ ଜନସଂଖ୍ୟାର ଅନେକ ଆବଶ୍ୟକତା ପୂରଣ ହୋଇପାରିଥାନ୍ତା ।
Comments are closed.