ସାଇକେଲ ଚୋରି କରି ପ୍ରବାସୀ ଶ୍ରମିକ କ୍ଷମା ମାଗି ଲେଖିଲେ ଚିଠି, ପଢ଼ିଲେ ଆଖିରେ ଆସିଯିବ ଲୁହ
କରୋନା ମହାମାରୀ ଯୋଗୁଁ ଦେଶରେ ଜାରିହୋଇଥିବା ଲକଡାଉନ ପରଠାରୁ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ଫସିରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଭିଟାମାଟିକୁ ଫେରିବା ପାଇଁ ସବୁସମ୍ଭବ ପ୍ରୟାସ କରୁଛନ୍ତି । ପ୍ରତ୍ୟେକ ଦିନ ଏହି ଶ୍ରମିକମାନଙ୍କର ସଂଘର୍ଷର ଦୃଶ୍ୟ ସାମ୍ନାକୁ ଆସୁଛି । ଭୋକ ଉପାସରେ ଏହି ଅସହ୍ୟ ଗରମରେ ଶ୍ରମିକମାନେ ଦୂରଦୂରାନ୍ତ ସ୍ଥାନକୁ ପାଦରେ ଚାଲି ଚାଲି ଆସୁଛନ୍ତି ।
ସେହିଭଳି ଜଣେ ପ୍ରବାସୀ ଶ୍ରମିକ ମହମ୍ମଦ ଇକବାଲ ରାଜସ୍ଥାନର ଭରତପୁରରୁ ୨୫୦ କିମି ଦୂର ସାଇକେଲ ଚଲାଇ ୟୁପିର ବରେଲିରେ ପହଂଚିଛନ୍ତି । କିନ୍ତୁ ସେ ଆଣିଥିବା ସାଇକେଲକୁ ସେ ଚେରି କରିଛନ୍ତି । କିନ୍ତୁ ତାଙ୍କୁ ନିଜର ଏହି କାର୍ଯ୍ୟ ପାଇଁ ଲଜ୍ଜା ଅନୁଭବ ହୋଇଛି । ତେଣୁ ସେ ସାଇକେଲର ମାଲିକ ସାହବ ସିଂଙ୍କୁ କ୍ଷମା ମାଗି ଏକ ପତ୍ର ଲେଖିଛନ୍ତି । ସିଂହଙ୍କୁ ଏହି ପତ୍ର ବରଣ୍ଡା ସଫା କରିବାବେଳେ ମିଳିଲା । ଚିଠିରେ ଇକବାଲ ଲେଖିଛନ୍ତି ଯେ, ‘ମୁଁ ଶ୍ରମିକ, ଅସହାୟ ମଧ୍ୟ । ମୁଁ ଆପଣଙ୍କର ଦୋଷୀ ଅଟେ । ଆପଣଙ୍କ ସାଇକେଲ ନେଇ ଯାଉଛି । ମୋତେ କ୍ଷମା କରିଦେବେ । ମୋତେ ବରେଲି ପର୍ଯ୍ୟନ୍ତ ଯିବାର ଅଛି । ମୋ ପାଖରେ କୌଣସି ଉପକରଣ ମଧ୍ୟ ନାହିଁ ଏବଂ ଜଣେ ଦିବ୍ୟାଙ୍ଗ ଛୁଆ ।’ଏହି ଚିଠିରୁ ତାଙ୍କର ଅସହାୟତା ପ୍ପଷ୍ଟ ଝଲକୁଛି ।
ଏହି କ୍ଷମା ପତ୍ରରେ ସେ ଏହା ମଧ୍ୟ ଲେଖିଛନ୍ତି ଯେ ତାଙ୍କର ଏକ ଦିବ୍ୟାଙ୍ଗ ଛୁଆ ଅଟେ ଏବଂ ସେ ଚାଲିପାରିବନି । ତେଣୁ ତାଙ୍କୁ ଏପରି କରିବାକୁ ପଡ଼ୁଛି । ଇକବାଲ ଏହି ଚିଠିରେ ନିଜର ଅପରାଧ ସ୍ୱୀକାର କରିଛନ୍ତି ।
Comments are closed.