ରାସ୍ତାକଡ଼ରେ ଛେପ ପକାଇ ଚାଲିଯାଉଥିଲେ ଯୁବକ, ଟ୍ରାଫିକ ପୋଲିସ ଧରି ହାତରେ ରାସ୍ତା ସଫା କରାଇବାର ଭିଡିଓ ଭାଇରାଲ
କରୋନା ମହାମାରୀ ମଧ୍ୟରେ ଚଣ୍ଡିଗଡ଼ରେ ସୋମବାର ଦିନ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଟ୍ରିବ୍ୟୁନ ଚୌକ ପାଖରେ ବାଇକରେ ଯାଉଥିବା ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଛେପକାଇ ଦେଲେ । ଏହା ଦେଖି ସେଠାରେ ଡ୍ୟୁଟିରେ ଥିବା ଟ୍ରାଫିକ ମାର୍ଶଲ ଆଉ ସହ୍ୟ କରିପାରିଲେ ନାହିଁ । ତେଣୁ ସେ ବାଇକ ଚାଳକ ଜଣଙ୍କୁ ଅଟକାଇଦେଲେ । ଏହାପରେ ତାକୁ ପୁଣି ସେହି ଛେପ ପକାଇଥିବା ସ୍ଥାନକୁ ନେଇ ସଫା କରାଇଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ।
https://www.tribuneindia.com/news/chandigarh/man-spits-on-road-made-to-clean-it-83494
ଏହି ବାଇକରେ ଚାଳକଙ୍କ ସହିତ ଜଣେ ଛୋଟ ପିଲା ମଧ୍ୟ ବସିଥିଲା । ବ୍ୟକ୍ତି ଜଣଙ୍କୁ କେବଳ ରାସ୍ତା ସଫା କରାଗଲା ନାହିଁ ଏହାପରେ ତାଙ୍କୁ ସମସ୍ତଙ୍କୁ କ୍ଷମା ମାଗିବା ପାଇଁ କୁହାଗଲା ଏବଂ ସେ ଆଗକୁ ଏଭଳି ନ କରିବା ପାଇଁ କୁହାଗଲା ।
ଅନ୍ୟପଟେ ସେକ୍ଟର ୪୫ର ନିବାସୀ ସାମାଜିକ କର୍ମୀ କୁସୁମ ଘଇଙ୍କ କହିବା ଅନୁଯାୟୀ ଏହି ପ୍ରକାରର କାର୍ଯ୍ୟ ଅତ୍ୟନ୍ଦ ଲଜ୍ଜାଜନକ ଅଟେ । ଏଭଳି ସମୟରେ ଲୋକମାନଙ୍କୁ ସତର୍କ ରହିବା ଆବଶ୍ୟକ ଅଟେ ନା କି ଅପରିଚ୍ଛନ୍ନତା ଖେଳାଇବା ଦରକାର । ଗୋଟିଏ ପଟେ କରୋନା ସଂକ୍ରମଣକୁ ପ୍ରସାରିତ ହେବା ଠାରୁ ରକ୍ଷା କରିବା ପାଇଁ ଡାକ୍ତର ଏବଂ ପୋଲିସ ଦିନ ରାତି କର୍ତବ୍ୟ କରିଚାଲିଛନ୍ତି । ଅନ୍ୟପଟେ ଯଦି ଲୋକମାନେ ଏଭଳି କରିବେ ତେବେ ଏଭଳି ସଂକ୍ରମଣଠୁ କେମିତି ରକ୍ଷା ମିଳି ପାରିବ ।
Comments are closed.