ଚନ୍ଦ୍ରଗ୍ରହଣ ପରେ ଏହି ସବୁ ବସ୍ତୁର ଦାନ ଆପଣଙ୍କୁ ଧନ୍ୟଧାନ୍ୟରେ ପରିପୂର୍ଣ୍ଣ କରିବ, ଆଜି ପଡ଼ିବ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ

Share It

ହିନ୍ଦୁଧର୍ମ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରଗ୍ରହଣ ପରେ ଦାନ କରିବାର ବିଶେଷ ମହତ୍ୱ ରହିଥାଏ । ଚନ୍ଦ୍ରଗ୍ରହଣ ସମୟରେ ସୂର୍ଯ୍ୟ, ଚନ୍ଦ୍ରମା ଏବଂ ପୃଥିବୀ ଗୋଟିଏ କ୍ରମରେ ରହିଥାନ୍ତି, ଯାହାଦ୍ୱାରା ଚନ୍ଦ୍ରଗ୍ରହଣ ହୋଇଥାଏ । ଗ୍ରହଣ ପରେ କିଛି ବିଶେଷ ବସ୍ତୁର ଦାନ କରିବା ଦ୍ୱାରା ଗ୍ରହଣର ଦଃୁଷ୍ପ୍ରଭାବ ଦୂର ହୋଇଥାଏ । ଗ୍ରହଣ ପରେ ଦାନ କରିବା ଦ୍ୱାରା ଦୁର୍ଘଟଣାରୁ ମଧ୍ୟ ରକ୍ଷା ମିଳିଯାଇଥାଏ । ଗ୍ରହଣର ନକାରାତ୍ମକତାର ତେଜ ବହୁତ ଅଧିକ ହୋଇଥାଏ । ତେଣୁ ଏଥିରୁ ରକ୍ଷା ପାଇବା ବହୁତ ଜରୁରୀ ହୋଇଥାଏ । ଗ୍ରହଣର ଭଲ ପ୍ରଭାବ ମଧ୍ୟ ରହିଥାଏ । କିନ୍ତୁ ଏହାର ଖରାପ ପ୍ରଭାବ ମଧ୍ୟ ରହିଥାଏ ଯେଉଁଥିରୁ ରକ୍ଷା ପାଇବା ପାଇଁ ଦାନକୁ ଗୁରୁତ୍ୱପୂର୍ଣ୍ଣ ଭାବେ ମାନ୍ୟ କରାଯାଇଥାଏ ।
ପାଂଚ ଜୁନ ଅର୍ଥାତ ଶୁକ୍ରବାର ଦିନ ଏହି ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ପଡ଼ିବ ଯାହା ରାତି ୧୧:୧୬ରୁ ଆରମ୍ଭ ହୋଇ ଛଅ ଜୁନ ସକାଳ ୨:୩୨ ପର୍ଯ୍ୟନ୍ତ ଚାଲିବ । ରାତି ୧୨:୫୪ରେ ଏହା ଶୀର୍ଷରେ ରହିବ । ଏମିତିରେ ଏହା ଏକ ଉପଛାୟା ଗ୍ରହଣ ଅଟେ, ଯେଉଁଥିରେ ଚନ୍ଦ୍ର ପୁରା କିମ୍ବା ଆଂଶିକ ରୂପରେ ମଧ୍ୟ ଅଦୃଶ୍ୟ ହୋଇନଥାଏ, କେବଳ ଏହାର ଚମକ କିଛି ପରିମାଣରେ ଫିକା ପଡ଼ିଯାଇଥାଏ, ଯେବେକି ଆକାର ସେମିତି ହିଁ ରହିଥାଏ ।
ତେବେ ଆସନ୍ତୁ ଜାଣିବା କେଉଁ ସବୁ ବସ୍ତୁ ଦାନ କରି ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଚାଉଳ: ଚାଉଳକୁ ଅକ୍ଷତ ମଧ୍ୟ କୁହାଯାଇଛି ଯାହାର ସମ୍ବନ୍ଧ ଚନ୍ଦ୍ରମା ସହ ରହିଥାଏ । ଶୁଭ କାର୍ଯ୍ୟ ପୂର୍ବରୁ ସବୁବେଳେ ଚାଉଳର ପ୍ରୟୋଗ କରାଯାଇଥାଏ । ଗ୍ରହଣ ପରେ ଚାଉଳ ଦାନ କରିବା ଦ୍ୱାରା ଘରେ ଧନଧାନ୍ୟର କୌଣସି ଅଭାବ ରହିନଥାଏ ।
କ୍ଷୀର: ଚନ୍ଦ୍ରଗ୍ରହଣ ପରେ କ୍ଷୀର ଦାନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଏବଂ ଭଗବାନ ନାରାୟଣଙ୍କ କୃପା ଲାଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ କ୍ଷୀରର ବିଶେଷ ମହତ୍ୱ ଚନ୍ଦ୍ରମା ସହିତ ବୋଲି ମାନ୍ୟତା ରହିଛି ।
ଚିନି: ଚିନି ଦାନ କରିବା ଦ୍ୱାରା ଇଷ୍ଟ ଦେବୀ-ଦେବତାଙ୍କା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଚାନ୍ଦୀ : ଚାନ୍ଦୀର ଦାନ ବହୁତ ବିଶେଷ ହୋଇଥାଏ । ଏହାଦ୍ୱାରା ବ୍ୟକ୍ତିକୁ କୁଶାଗ୍ର ବୁଦ୍ଧି ଏବଂ ଧନ୍ୟଧାନ୍ୟରେ ସମ୍ପନ୍ନତାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ପୁରାଣ ଅନୁସାରେ ଦାନ:
ପୁଣ୍ୟର ଜୀବନରେ ବହୁତ ମହତ୍ୱ ରହିଛି । ଗ୍ରହଣ ପରେ ଦାନ କରିବା ଦ୍ୱାରା ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ଗ୍ରହଣ ପରେ ଏହି ବସ୍ତୁଗୁଡ଼ିକର ଦାନ ଦ୍ୱାରା ସମସ୍ତ ଦୁଖ ଏବଂ ବ୍ୟଥା ବିନାଶ ହୋଇଥାଏ । ଲମ୍ବା ସମୟରୁ ଆର୍ଥିକ ସମସ୍ୟା ଦ୍ୱାରା ଗ୍ରାସିତ ହୋଇ ରିଥିବା ବ୍ୟକ୍ତିଙ୍କ ପାଇଁ ଗ୍ରହଣ ପରେ ଦାନ ହଜାର ଗୁଣ ଫଳ ପ୍ରାପ୍ତି ରୂପରେ ଆସିଥାଏ । ପାବିବାରିକ କଳହ ମଧ୍ୟ ଦୂର ହୋଇଥାଏ । ବ୍ୟକ୍ତିର ମନରେ ମଧ୍ୟ ପ୍ରଭାବ ପକାଇଥାଏ , ସେ କୁଶଳ ଏବଂ ବୁଦ୍ଧିମାନ ହେବାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।


Share It

Comments are closed.