ଗାଲଭାନ ଉପତ୍ୟକାରେ ମୃତ ଚୀନ ସୈନିକଙ୍କ ପରିବାରକୁ ଅନ୍ତିମ ଯାତ୍ରା କରିବା ପାଇଁ ମଧ୍ୟ ଅନୁମତି ନାହିଁ, ରିପୋର୍ଟରେ ଖୁଲାସା

Share It

ଜୁନ୍ ୧୫ ରେ, ପୂର୍ବ ଲଦାଖର ଗାଲଭାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଉଭୟ ପଖ୍ୟର ସୈନିକ ଆହତ ହୋଇଥିଲେ। ଭାରତ ଏହାର ୨୦ ଜଣ ସୈନିକ ସହିଦ ହୋଇଥିବା ବିନା ଦ୍ୱିଧାରେ ସ୍ବୀକାର କରିବା ସହ ସେମାନଙ୍କୁ ହିରୋ ପରି ସମ୍ମାନ ପ୍ରଦାନ କରିଥିଲା | ଅନ୍ୟପକ୍ଷରେ ଚୀନ୍ ଏହାର ସୈନିକମାନଙ୍କ ମୃତାହତ ହୋଇଥିବା ଖବରକୁ ଏପର୍ଯ୍ୟନ୍ତ ମଧ୍ୟ ସ୍ବୀକାର କରିନାହିଁ।

ଜୁନ୍ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ରେ ଗାଲଭାନ ଉପତ୍ୟକାର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସେନା କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ସମବେଦନା ଜଣାଇଥିଲେ। ସେ କହିଛନ୍ତି ଯେ ଏହି ପରିବାରର ବଳିଦାନ ପୂଜା କରିବା ଯୋଗ୍ୟ। ଏହି ଘଟଣାର ଏକ ମାସ ପରେ ମଧ୍ୟ ଚୀନ୍ ଏହି ରକ୍ତାକ୍ତ ସଂଘର୍ଷରେ ମୃତ ହୋଇଥିବୀ ନିଜର ସୈନିକଙ୍କ ସଂଖ୍ୟା ବିଷୟରେ କୌଣସି ସରକାରୀ ସୂଚନା ଦେଇନାହିଁ।

ନିଜ ପ୍ରିୟଜନଙ୍କୁ ହରାଇଥିବା ଦୁଃଖୀ ଚୀନ୍ ପରିବାରକୁ ଚୀନ୍ ସରକାର ଦୁର୍ବ୍ୟବହାର କରୁଛନ୍ତି। ପୂର୍ବରୁ ଏହି ଘଟଣା ପରେ ଚୀନ୍ ସରକାର ଏହାର ଯବାନଙ୍କ ମୃତ୍ୟୁ ସଂଖ୍ୟା ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ବର୍ତ୍ତମାନ ନିହତ ସୈନିକମାନଙ୍କ ପରିବାର ସେମାନଙ୍କ ମୃତଦେହକୁ କବର ଦେବାକୁ ମନା କରି ଦେଇଛନ୍ତି।

ୟୁଏସ୍ ନ୍ୟୁଜ୍ ଏହାର ରିପୋର୍ଟରେ କହିଛି ଯେ ଆମେରିକାର ଇଣ୍ଟେଲିଜେନ୍ସ ଆସେସମେଣ୍ଟ ରିପୋର୍ଟ ଅନୁଯାୟୀ ଚୀନ୍ ଏହାର ସୈନିକମାନଙ୍କର ମୃତାହତ ଖବରକୁ ଗ୍ରହଣ କରୁନାହିଁ, କାରଣ ଏହାଦ୍ବାରା ବେଜିଂ ଦ୍ୱାରା କରାଯାଇଥିବା ଏହି ବିରାଟ ଭୁଲକୁ ଲୁଚାଯାଇପାରିବ ।

ଚୀନ୍ ସରକାର ଏପର୍ଯ୍ୟନ୍ତ କେବଳ କିଛି ଅଧିକାରୀଙ୍କ ମୃତ୍ୟୁକୁ ସ୍ୱୀକାର କରିଛନ୍ତି। ଏଥି ସହ ଚୀନ୍ ପକ୍ଷରେ ୪୩ ଜଣ ମୃତାହତ ହୋଇଥିବା ବେଳେ ସେଥିରେ ମୃତ ଓ ଗୁରୁତର ଆହତ ହୋଇଥିବା ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ, ଆମେରିକାର ଗୁପ୍ତଚର ରିପୋର୍ଟରେ କୁହାଯାଇଛି ଯେ ଏହି ଘଟଣାରେ ୩୫ ଜଣ ଚୀନ୍ ସୈନିକ ନିହତ ହୋଇଛନ୍ତି।

ୟୁଏସ୍ ନ୍ୟୁଜ୍ ରିପୋର୍ଟ କରିଛି ଯେ ଚୀନ୍‌ର ନାଗରିକ ବ୍ୟାପାର ମନ୍ତ୍ରଣାଳୟ ଗାଲଭାନ ଉପତ୍ୟକାରେ ନିହତ ସୈନିକଙ୍କ ପରିବାରକୁ ସୈନିକମାନଙ୍କର ପାରମ୍ପାରିକ ସମାଧି ସମାରୋହ କରିବାକୁ ଏବଂ ସେମାନଙ୍କ ମୃତଦେହକୁ ଶବଦାହ କରିବାକୁ କହିଛନ୍ତି। କିନ୍ତୁ ଏହି ସବୁ କାର୍ଯ୍ୟକ୍ରମକୁ ଦୂରରେ କରାଯାଉ, ଯେଉଁଥିରେ କୌଣସି ବାହାର ଲୋକ ଜଡିତ ନ ହୁଅନ୍ତି ।


Share It

Comments are closed.