ଟେଷ୍ଟ କିଟ ପ୍ରସ୍ତୁତି ମାମଲାରେ ମେ ୨୦୨୦ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ହେବ ଭାରତ : ଡା ହର୍ଷବର୍ଦ୍ଧନ

Share It

କେନ୍ଦ୍ରିୟ ବିଜ୍ଞାନ ଏବଂ ପ୍ରାଦ୍ୟୋଗ୍ୟିକି, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ତଥା ପୃଥ୍ୱୀ ବିଜ୍ଞାନ ମନ୍ତ୍ରୀ ଡା ହର୍ଷବର୍ଦ୍ଧନ, ଭିଡିଓ କନଫରେନ୍ସ ମାଧ୍ୟମରେ ଜୈବ ପ୍ରାଦ୍ୟୋଗିକତା ବିଭାଗ (ଡିବିଟି) ଏବଂ ଏହାର ସ୍ୱାୟତ ଅନୁଷ୍ଠାନ(ଏଆଇ ଓ ଏହାର ସାର୍ବଜନୀନ କ୍ଷେତ୍ରର ଉପକ୍ରମଗୁଡ଼ିକୁ) ବିଆଇଆରଏସି ତଥା ବିଆଇବିସିଓଏଲ ଦ୍ୱାରା କୋଭିଡ-୧୯ ସଂକଟ ସହ ଲଢ଼ିବା ପାଇଁ ବିଶେଷ ରୂପେ ଭ୍ୟାକ୍ସିନ, ତଥା ସ୍ୱଦେଶୀ ରାପିଡ ଟେଷ୍ଟ କିଟ ଏବଂ ଆରଟି-ପିସିଆର ନୈଦାନିକ କିଟ ବିକଶିତ କରିବା ଦିଗରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି ।
ସେ ସମୀକ୍ଷା ସମୟରେ ପ୍ରକାଶ କରିଛନ୍ତି ଯେ ଭାରତ ୨୦୨୦ ମେ ମାସ ସୁଦ୍ଧା ସ୍ୱଦେଶୀ ରାପିଡ ଟେଷ୍ଟ ଏବଂ ଆରଟି-ପିସିଏସ ଡାଇଗ୍ନୋଷ୍ଟିକ କିଟ ପ୍ରସ୍ତୁତ କରିବାରେ ଆତ୍ମନିର୍ଭରଶୀଳ ହୋଇଯିବ । ଏହି ସମୟରେ ଆନୁବଂଶିକ ଅନୁକ୍ରମ ବିଷୟରେ ଚ୍ଚର୍ଚ୍ଚା କରି ଡା ହର୍ଷବର୍ଦ୍ଧନ କହିଛନ୍ତି ଯେ ଆନୁବଂଶିକ ଅନୁକ୍ରମର ପ୍ରୟାସ ମୋତେ ୨୬ ବର୍ଷ ପୂର୍ବର ପୋଲିଓ ମୂଳୋତ୍ପାଟନ ଅଭିଯାନ କଥା ମନେ ପକାଇଦେଉଛି । ଏପରିକି ସେହି ସମୟରେ ମଧ୍ୟ ପୋଲିଓ ଭାଇରସର ସଂକ୍ରମଣ ସ୍ତରକୁ ଆବିଷ୍କାର କରିବା ପାଇଁ ଆନୁବଂଶିକ ଅନୁକ୍ରମ ବ୍ୟବହୃତ ହୋଇଥିଲା , ଯାହା ଶେଷରେ ପୋଲିଓର ବିନାଶ କରିବାରେ ସହାୟକ ହୋଇଥିଲା ।
ଡା ହର୍ଷବର୍ଦ୍ଧନ ୧୫୦ ଷ୍ଟାର୍ଟ ଅପ୍‌ସକୁ ଦିଆଯାଉଥିବା ସହଯୋଗ ପାଇଁ ବିଆଇଆରଏସସିର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଛନ୍ତି । ଡିବିଟୀର ସଚିବ ଡା ରେଣୁ ସ୍ୱରୂପ କହିଛନ୍ତି ଯେ, ‘ଡିବିଟି କୋଭିଡ-୧୯ ସହ ଲଢ଼ିବା ପାଇଁ ତତ୍କାଳ ସମାଧାନ ସହିତ ଦୀର୍ଘକାଳୀନ ପ୍ରସ୍ତୁତି ପାଇଁ ଏକ ବହୁମୁଖୀ ଅନୁସଂନ୍ଧାନ ରଣନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ବହୁପକ୍ଷ ପ୍ରୟାସଗୁଡ଼ିକରେ କୋଭିଡ-୧୯ ପାଇଁ ଫ୍ଲୁ ଭଳି ଟୀକା ବିକଶିତ କରିବା ସହିତ ହୋଷ୍ଟ ଏବଂ ପାଥୋଜୋନ ଉପରେ ସ୍ୱଦେଶୀ ଡାଇଗ୍ନୋଷ୍ଟିକ୍ସ ଜୀନୋମିକ ଅଧ୍ୟୟନ ସାମିଲ ରହିଛି ।
ବିଆଇଆରଏସି ଡାଇଗ୍ନୋଷ୍ଟିକ୍ସ, ଟୀକା, ନୋବେଲ ଥେରାପ୍ୟୁଟିକ୍ସ, ତଥା ଔଷଧଗୁଡ଼ିକୁ ଅନ୍ୟ ପ୍ରକାରରେ ବ୍ୟବହାର କିମ୍ବା କୌଣସି ଅନ୍ୟାନ୍ୟ ପ୍ରକାରର ଉପାୟ ଆପଣାଇବା ପାଇଁ ଏକ କୋଭିଡ ଅନୁସଂନ୍ଧାନ କଂସୋର୍ଟିୟମ ପ୍ରସ୍ତୁତ କରିବାର ସୂଚନା ଦେଇଛି ।


Share It

Comments are closed.