ଶହ ଶହ ଆମେରିକୀୟଙ୍କ ଚେହେରାରେ ହସ ଖେଳାଉଛନ୍ତି ଏହି ୧୫ ବର୍ଷୀୟା ଭାରତୀୟ ବଂଶୋଦ୍ଭବ
୧୫ ବର୍ଷୀୟା ହିତା ଗୁପ୍ତାଙ୍କ ବୟସର ପିଲମାନେ ସାଧାରଣତଃ କ୍ୟାଣ୍ଡି କ୍ରଶ ଖେଳି କିମ୍ବା ଟିଭି ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ବୟସରଙ୍କ ହିତା ଲକଡାଉନ ମଧ୍ୟରେ ନର୍ସିଂ ହୋମରେ ଅଲଗା ଅଲଗା ପଡ଼ି ରହିଥିବା ବୟସ୍କ ଏବଂ ପିଲାମାନଙ୍କ ସମେତ ଏକୁଟିଆପଣ ମଧ୍ୟରେ ଘେରି ହୋଇ ରହିଥିବା ଶହ ଶହ ଆମେରିକୀୟଙ୍କୁ ଉପହାର ଏବଂ ପ୍ରେରଣାଦାୟୀ ପତ୍ର ପଠାଇ ସେମାନଙ୍କ ଜୀବନରେ ନୂଆ ରଙ୍ଗ ଭରିବା ପ୍ରୟାସରେ ଲାଗିପଡ଼ିଛନ୍ତି । ସେ ଭାରତର ଅନାଥ ଆଶ୍ରମଗୁଡ଼ିକୁ ମଧ୍ୟ ସ୍କୁଲ ସମ୍ପନ୍ଧିତ ସାମଗ୍ରୀ ଓ କାର୍ଡ ପଠାଇଛନ୍ତି ।
ପେନସିଲଭେନିଆର କୋନୋଷ୍ଟୋଗା ହାଇ ସ୍କୁଲର ୧୦ମ ଶ୍ରେଣୀରେ ପଢ଼ୁଥିବା ଏହି ଭାରତୀୟ-ଆମେରିକୀୟ ଛାତ୍ରୀ ‘ବ୍ରାଇଟନିଙ୍ଗ ଏ ଡେ’ ନାମକ ଏକ ଏନଜିଓ ଚଲାଉଛନ୍ତି ଏବଂ ସେ ଆମେରିକାର ନର୍ସିଙ୍ଗ ହୋମରେ ରହୁଥିବା ଖାସକରି ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ସ୍ନେହ ଓ ନୂଆ ଆଶା ଜନ୍ମାଇବା ପାଇଁ ଏହାର ବ୍ୟବହାର କରିଥାନ୍ତି । ହିତା ଗୁପ୍ତା ସେମାନଙ୍କୁ ହାତରେ ଲେଖା ଚିଠି ଓ ଉପହାର ପଠାନ୍ତି, ଯେଉଁଥିରେ ପଜଲ ଏବଂ ରଙ୍ଗବେରଙ୍ଗ ପୁସ୍ତକ ତଥା ପେନସିଲ ପ୍ୟାକେଟ ରହିଥାଏ ।
ସେ ଇମେଲ ମାଧ୍ୟମରେ ହୋଇଥିବା ଏକ କଥାବାର୍ତାରେ ଜଣାଇଛନ୍ତି ଯେ ‘ ମୋତେ ଏହା ଭାବି ଦଃୁଖ ଲାଗୁଛି ଯେ କେତେକ ନର୍ସିଂ ହୋମରେ ରହୁଥିବା ଲୋକ କେତେ ଏକୁଟିଆ ଓ ବିଶାଦଗ୍ରସ୍ତ ଅନୁଭବ କରୁଥିବେ, କାରଣ ସେମାନେ ନିଜର କୌଣସି ପରିଜନଙ୍କ ସହ ଦେଖା କରିପାରୁନଥିବେ ।’
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୪୦ ପ୍ରତିଶତରୁ ଅଧିକ ବୟସ୍କ ପ୍ରତିଦିନ ଏକୁଟିଆ ଅନୁଭବ କରନ୍ତି । ଏହି ଛୋଟ ବୟସରେ ହିତା ଗୁପ୍ତାଙ୍କର ଏହି ପ୍ରୟାସ ଅନେକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ତାଙ୍କ ଦ୍ୱାରା ପଠାଯାଉଥିବା ଉପହାର ସହିତ ତାଙ୍କ ଭାଇ ଦୀବିତ ଗୁପ୍ତାଙ୍କର ଚିଠି ମଧ୍ୟ ରହିଥାଏ ।
Comments are closed.