ରିୟାଙ୍କୁ ନେଇ ବଡ ଖୁଲାସା କଲେ ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ, କହିଲେ କିଛି ଏପରି


ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ ଏବେ ସିବିଆଇ ହ୍ୟାଣ୍ଡେଲ କରୁଛି । ସିବିଆଇ ଲଗାତର ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଏଥିରେ ନିକଟ ବନ୍ଧୁ ସିଦ୍ଧାର୍ଥ ପିଠାନୀ ମଧ୍ୟ ସାମିଲ ଅଛନ୍ତି । ସୋମବାର ପଚରାଉଚରା ସମୟରେ ସିଦ୍ଧାର୍ଥ ପିଠାନୀ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଅନେକ ଚକିତ କରିବା ଭଳି ତଥ୍ୟ ସିବିଆଇକୁ ସେୟାର କରିଛନ୍ତି ।

ସିବିଆଇର ପଚରାଉଚରାରେ ସିଦ୍ଧାର୍ଥ ପିଠାନୀ କହିଛନ୍ତି କି ରିୟାଙ୍କ ସହିତ ସାକ୍ଷାତ ପରେ ସୁଶାନ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ସୂଚନା ଅନୁସାରେ ସିଦ୍ଧାର୍ଥ କହିଛନ୍ତି କି ରିୟାଙ୍କ ଆସିବା ପରେ ସୁଶାନ୍ତ ବହୁତ ଚିନ୍ତିତ ରହୁଥିଲେ । ସେ ଆଗକୁ କହିଛନ୍ତି ଯେ, ଗତ ବର୍ଷ ଏକ ପାର୍ଟିରେ ରିୟା ଓ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ଝଗଡା ହୋଇଥିଲା । ଏହି ଝଗଡା ସମୟରେ ସୁଶାନ୍ତ ରିୟାଙ୍କ ପକ୍ଷ ନେଇଥିଲେ ଏବଂ ଏହା ସମସ୍ତଙ୍କୁ ଚକିତ କରିଥିଲା । ରିୟାଙ୍କ ସହିତ ଦେଖା ହେବା ପରଠୁ ସୁଶାନ୍ତଙ୍କ କାମରେ ମନ ଲାଗୁନଥିଲା । ସେ ନିଜ ଅଧିକାଂଶ ସମୟ ରିୟାଙ୍କ ସହିତ ବିତାଉଥିଲେ କିନ୍ତୁ ଦିନେ ଏମିତି ସମୟ ଆସିଲା ଯେବେ ସେ ଏକୁଟିଆ ଅନୁଭବ କରିବାକୁ ଲାଗିଲେ । ଏହା ପରେ ଚଳିତ ବର୍ଷ ଜାନୁୟାରୀରେ ମୋ ପାଖକୁ ସୁଶାନ୍ତଙ୍କ ଫୋନ୍ ଆସିଲା ଏବଂ ସେ କହିଲେ କି ଏବେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀ ଛାଡିଦେବେ ଏବଂ ସେ ନିଜ ଡ୍ରିମ୍ ପ୍ରୋଜେକ୍ଟ ୧୫୦ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ସିଦ୍ଧାର୍ଥ ପିଠାନୀ ଏହା ମଧ୍ୟ କହିଛନ୍ତି କି ସୁଶାନ୍ତ ମୋତେ ମୁମ୍ବାଇ ଫେରି ଆସିବା ପାଇଁ କହିଲେ ଏବଂ ଯେବେ ମୁଁ ଆସିଲେ ମୋତେ ଆଲିଙ୍ଗନ କରି କାନ୍ଦିଲେ । ତାଙ୍କର ଏମିତି ଅବସ୍ଥା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ସୁଶାନ୍ତ ଆଗକୁ କହିଲେ କି ୩୦,୦୦୦ ଟଙ୍କାରେ ଘର ଚଳାଇବେ ଏବଂ ଅଭିନୟ ଛାଡି ଚାଷ କରିବେ । ରିୟାଙ୍କୁ ନେଇ ସିଦ୍ଧାର୍ଥ କହିଲେ କି ସେ ସୁଶାନ୍ତଙ୍କ କାର୍ଡ ବ୍ୟବହାର କରୁଥିଲେ ।


Share It

Comments are closed.