ନିଜ ଡେଣା ବନ୍ଦ କରି ଏକ ଶୁଖିଲା ପତ୍ର ଭଳି ହୋଇଯାଏ ପ୍ରଜାପତି, ଭିଡିଓ ଭାଇରାଲ


ପ୍ରଜାପତି କେତେ ସୁନ୍ଦର ଏବଂ ରଙ୍ଗ-ବେରଙ୍ଗର ହୋଇଥାନ୍ତି ନା ! କିନ୍ତୁ ଏଭଳି ଏକ ପ୍ରଜାପତି ଅଛି ତାହାକୁ ଆପଣ ସେତେବେଳେ ଜାଣିପାରିବେ ଯେତେବେଳେ ସେ ନିଜର ଡେଣା ଖୋଲା ରଖିବ । କାରଣ ଯେଉଁ ପର୍ଯ୍ୟନ୍ତ ତା’ର ଡେଣା ବନ୍ଦ ଥିବ ସେତେବେଳେ ସେ ଏକ ଶୁଖିଲା ପତ୍ର ସଦୃଶ ଦେଖାଯିବ । ଭୟଙ୍କର ଶୀକରିଙ୍କ ଠାରୁ ବଞ୍ଚିବା ପାଇଁ ଏହି ଡେଣା ତାହାକୁ ଏଭଳି ଭାବେ ଗାଏବ କରିଦେଇଥାଏ । ଏହି ପ୍ରଜାପତିର ନାମ ହେଉଛି ‘ଡେଡ ଲିଫ ବଟର ଫ୍ଲାଏ’ । ଯାହାକି ଟ୍ରପିକାଲ ଏସିଆରେ ଦେଖିବାକୁ ମିଳିଥାଏ ।

@savebutterflies ନାମକ ଏକ ଟ୍ୱିଟର ହ୍ୟାଣ୍ଡଲରୁ ଏହି ଭିଡିଓଟିକୁ ସେୟାର କରାଯାଇଛି । ଏଥିରେ କ୍ୟାପସନରେ ଲେଖାଯାଇଛି ଯେ, “ଟ୍ରପିକାଲ ଏସିଆର ‘ଦ ଡେଡ ଲାଇଫ ବଟରଫ୍ଲାଏ’, ଯାହାକି ଆଖିକୁ ଧୋକା ଦେବାରେ ମାହିର ଅଟେ । ଯେତେବେଳେ କୌଣସି ଚଢେଇ କିମ୍ବା ଶିକାରି ତା’ ପାଖକୁ ଆସେ ସେତେବେଳେ ସେ ନିଜ ଡେଣାକୁ ବନ୍ଦ କରିଦେଇଥାଏ । ଏହିଭଳି ଭାବରେ ସେ ମାହୋଲରୁ ଗାଏବ ହୋଇଯାଏ ଏବଂ ଶିକାରୀ ଠାରୁ ବଞ୍ଚି ଯାଇଥାଏ ! ”
ବହୁତ ଲୋକେ ଏହି ଭିଡିଓକୁ ପସନ୍ଦ କରୁଥିବାବେଳେ ସେୟାର ମଧ୍ୟ କରିଛନ୍ତି ।


Share It

Comments are closed.