ଅତ୍ୟଧିକ ଖାଦ୍ୟ ଖାଇବା ମୋଟାପଣର କାରଣ ହୋଇନଥାଏ : ଅଧ୍ୟୟନରେ ଖୁଲାସା

Share It

ଅତ୍ୟଧିକ ଭୋଜନ ମେଦବହୁଳତା ପଛର କାରଣ ହୋଇଥିବା ନେଇ ଆମ ସମସ୍ତଙ୍କ ମନରେ ଧାରଣା ରହିଛି । କିନ୍ତୁ ସଦ୍ୟତମ ଏକ ଗବେଷଣାରେ ଏହି ଲୋକପ୍ରିୟ ସିଦ୍ଧାନ୍ତକୁ ଖଣ୍ଡନ କରାଯାଇଛି |‘ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନ’ରେ ପ୍ରକାଶିତ ଏକ ଅଧ୍ୟୟନ ଏ ପର୍ଯ୍ୟନ୍ତ ପ୍ରଚଳିତ ଏହି ଲୋକପ୍ରିୟ ସିଦ୍ଧାନ୍ତକୁ ଖଣ୍ଡନ କରିଛି। ଖାଦ୍ୟରେ ସୀମିତ ମାତ୍ରାରେ କ୍ୟାଲୋରୀ ଓଜନ ହ୍ରାସରେ କେବେବି ସହାୟକ ହୋଇ ନପାରେ ବୋଲି ଗବେଷକମାନେ କହିଛନ୍ତି। ଅଧ୍ୟୟନରୁ ପ୍ରକ୍ରିୟାକୃତ (ପ୍ରୋସେସଡ) ଖାଦ୍ୟ ହିଁ ଶରୀରର ଚର୍ବି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି କୁହାଯାଇଛି।

ଏଣୁ ଅଧିକ ଭୋଜନ ଯୋଗୁ କେହି ହୁଏତ ମୋଟା ହେଇ ଯାଉଥିବା ନେଇ ପ୍ରଚଳିତ ସିଦ୍ଧାନ୍ତ ଏହି ଅଧ୍ୟୟାନ ସମ୍ପୂର୍ଣ୍ଣ ଅଗ୍ରାହ୍ୟ ହୋଇଯାଇଛି। ଏହି ଅଧ୍ୟୟନର ମୂଳ ଲେଖକ ତଥା ହାଭାର୍ଡ ମେଡିକାଲ ସ୍କୁଲର ବୋଷ୍ଟନ ଚିଲ୍ଡ୍ରେନସ ହସ୍ପିଟାଲ ପ୍ରଫେସର ଡାଭିଡ ଲୁଡୱିଗ୍ ଅଧ୍ୟୟନରୁ କାର୍ବୋହାଇଡ୍ରେଟ-ଇନସୁଲିନ ମଡେଲ ଓଜନ ହ୍ରାସ ଦିଗରେ ସହାୟକ ହୋଇ ପାରୁଥିବା କହିଛନ୍ତି। ଏଣୁ ଓଜନ ବୃଦ୍ଧିର ବାୟୋଲଜିକାଲ କାରଣକୁ ବୁଝିବାରେ ଏନେର୍ଜି ବାଲାନ୍ସ କେବେବି ସହାୟକ ହୋଇ ନପାରେ ବୋଲି କହିଛନ୍ତି।

ଡେଭିଡ କହିଛନ୍ତି ଯେ ଶାରୀରିକ ବିକାଶ କାଳରେ କିଶୋରମାନେ ଦୈନିକ ଅନୁନ୍ୟ ୧୦୦୦ କ୍ୟାଲୋରୀ ପର୍ଯ୍ୟନ୍ତ ଖାଦ୍ୟ ବଢାଇପାରନ୍ତି। ଏହାମାନେ ନୁହେଁ ଯେ ସେମାନେ ଅଧିକ ଭୋକିଲା ହୋଇ ଅଧିକ ଖାଦ୍ୟ ଖାଇ ଦେଉଛନ୍ତି କି ଏଥିଯୋଗୁ ସେମାନେ ମୋଟା ହୋଇଯିବେ। ତେବେ ମୋଟାପା ମହାମାରୀ ଲାଗି ଯାହା ମୁଖ୍ୟ କାରଣ ତାହା ହେଉଛି ବଜାରରେ ଉପଲବ୍ଧ ହେଉଥିବା ସୁଲଭ ଶସ୍ତାଦରରେ ମିଳୁଥିବା ପ୍ରୋସେସଡ ଫୁଡ ବୋଲି ଡାଭିଡ କହିଛନ୍ତି।

ଆମେ ଯାହା ଖାଇଥାଉ ସେହି ଅନୁସାରେ ଆମର ଶରୀର ପ୍ରତିକ୍ରିୟା ପ୍ରକାଶ କରିଥାଏ। ଯେତେବେଳେ ଆମେ ପ୍ରୋସେସଡ ଫୁଡରେ ଅଧିକ ପରିମାଣର କାର୍ବସ ଖାଇ ଦେଉ ଆମ ଶରୀର ଗ୍ଲୁକାଗନ କ୍ଷରଣ ନିୟନ୍ତ୍ରଣ କରୁଥିବା ଇନସୁଲିନ କ୍ଷରିତ କରିଥାଏ। ଯାହା କୋଷଗୁଡିକରେ ଅଧିକ କ୍ୟାଲୋରୀ ଗଚ୍ଛିତ କରିବା ସହ ମେଟାବୋଲିଜିନ ପ୍ରକ୍ରିୟା କରାଇ ଦେଇ ନଥାଏ। ଫଳରେ ମାଂସପେଶୀକୁ ଯଥେଷ୍ଟ ଶକ୍ତି ନ ଦେବା ଯୋଗୁ ଶରୀରରେ ଚର୍ବି ଜମା କରିଥାଏ। ମନ୍ଥର ମେଟୋବଲିଜିନ ଲାଗି ଶରୀରରେ ଇନ୍ଧନ ସଂରକ୍ଷଣ ହୋଇପାରେନି ଓ ବାରମ୍ବାର ଭୋକଲାଗିବା ଭଳି ସମସ୍ୟା ସୃଷ୍ଟି କରେ ଯାହା ଚର୍ବି ଜମା କରିବାରେ ସହାୟକ ହୁଏ।


Share It

Comments are closed.