ଭିସୁଟ ବୁର୍ଲାରେ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ର କାର୍ଯ୍ୟକ୍ରମ

ଯୁବପିଢିଙ୍କୁ ନବସୃଜନ ଓ ଉଦ୍ୟୋଗ ସମ୍ପର୍କରେ ସଚେତନ କରାଇଲେ ଡଃ ଓମ୍‌କାର ରାୟ


ସମ୍ବଲପୁର: ଷ୍ଟାର୍ଟଅପ୍ ଓଡିଶାର ଫ୍ଲାଗ୍‌ସିପ୍ ଅଭିଯାନ ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ୨.୦ ପକ୍ଷରୁ ସମ୍ବଲ୍‌ପୁର୍‌ର ବୁର୍ଲାସ୍ଥିତ ଭିସୁଟ୍ (ଭିଏସ୍‌ଏସ୍‌ୟୁଟି)ଠାରେ ଦିନିକିଆ ବୁଟ୍‌କ୍ୟାମ୍ପର ଆୟୋଜନ କରାଯାଇଛି । ଉକ୍ତ ବୁଟକ୍ୟାମ୍ପରେ ଷ୍ଟାର୍ଟଅପ୍ ଓଡିଶାର ଅଧିକାରୀ ମାନଙ୍କ ସହ ଏକ ଆଲୋଚନା ଏବଂ ଆଇଡ଼ିଆ ପିଚିଂ ପାଇଁ ପରବର୍ତି ପିଢିର ଉଦ୍ୟୋଗୀମାନଙ୍କୁ ଗୋଟିଏ ଅନୁଷ୍ଠାନରେ ଏକାଠି ହେବାର ସୂଯୋଗ ମିଳିଥିଲା । ଷ୍ଟାର୍ଟଅପ୍ ଓଡିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ, ଡଃ ଓମ୍‌କାର ରାୟ ଓଡିଶାର ଏହି ସର୍ବପୁରାତନ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିବା ସହିତ ଯୁବ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ବିଚାର ପରିପ୍ରକାଶ କରିବା ଲାଗି ସଚେତନ କରିବା ପାଇଁ ନିଜର ଦୃଷ୍ଟିକୋଣ ରଖିଥିଲେ । ସେ ବିଶ୍ୱସ୍ତରୀୟ ଇନ୍‌କ୍ୟୁବେଶନ ସେଂଟର୍ ଓ-ହବ୍ ସମ୍ପର୍କରେ ସୂଚନା ଦେଇଥିଲେ । ଏହାବ୍ୟତୀତ ସେ ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଯେପରିକି, ଫଣ୍ଡ୍ ଅଫ୍ ଫଣ୍ଡ୍‌ସ, ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସେସ୍‌, ଷ୍ଟାର୍ଟଅପ୍ ସିଡ୍ ଫଣ୍ଡ୍ ଆଦି ସମେତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଗତିଶୀଳ କରିବା ପାଇଁ ଛାତ୍ର ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।
ଏସମ୍ପର୍କରେ ଡଃ ଓମ୍‌କାର ରାୟ କହିଛନ୍ତିଯେ, ‘ଷ୍ଟାର୍ଟଅପ୍ ଓଡିଶା ଯାତ୍ରା ହେଉଛି ଯୁବ ଛାତ୍ରଛାତ୍ରୀଙ୍କୁ ରାଜ୍ୟର ବିକଶିତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ସମ୍ପର୍କରେ ସଚେତନ କରିବା ପାଇଁ ଏକ ମାର୍ଗ । ରାଜ୍ୟ ୨୦୨୫ ସୁଦ୍ଧା ୫୦୦୦ ଷ୍ଟାର୍ଟଅପ୍‌ର ଲକ୍ଷ୍ୟ ଦିଗରେ ଆଗକୁ ବଢୁଥିବାରୁ ଏହି ଯାତ୍ରା ଅଭିନବ ବିଚାରଗୁଡିକୁ ସମ୍ମୁଖକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।’ ଏହି ବୁଟ୍‌କ୍ୟାମ୍ପରେ ଭିସୁଟ୍‌ର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ୨୦ରୁ ଅଧିକ ଆଇଡ଼ିଆ ଉପସ୍ଥାପନ କରାଯାଇଥିଲା । ଏହି ଆଇଡ଼ିଆ ଗୁଡିକ ମଧ୍ୟରେ ରହିଛି ୩ଡି କଷ୍ଟମାଇଜ୍‌ଡ ପ୍ରିଂଟର୍‌ଠାରୁ ଆରମ୍ଭ କରି ଆଗ୍ରି-ଟେକ୍ ଆପ୍‌, ଅଣ୍ଡର-ୱାଟର୍ ଭେଇକିଲ୍ ପରି ଅନେକ ଉଦଭାବନ । ବୁଟ୍‌କ୍ୟାମ୍ପରେ ଷ୍ଟାର୍ଟଅପ୍ ଓଡିଶା, ଏଭାଞ୍ଜେଲିଷ୍ଟ, ଡଃ ସଞ୍ଜୁକ୍ତା ବଢେଇ, ଭିସୁଟ୍‌ର ଆଲୁମିନି ଏବଂ ଆଇଜି ଡ୍ରୋନ୍‌ସର ସିଇଓ ଓ ପ୍ରତିଷ୍ଠାତା ଡଃ ବୋଧିସତ୍ୱ ସଂଘପ୍ରିୟ ଏବଂ ଷ୍ଟାର୍ଟଅପ୍ ଓଡିଶାର ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

 


Share It

Comments are closed.