ବେଙ୍ଗଲୁରୁଠାରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ


ବେଙ୍ଗଲୁରୁ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗଲୁରୁ ଠାରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ କାଂସ୍ୟ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପବିତ୍ର ଜଳ ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ଚାରା ମଧ୍ୟ ରୋପଣ କରିଛନ୍ତି ।

ବେଙ୍ଗଲୁରୁର ବିକାଶ ପାଇଁ ସହରର ସଂସ୍ଥାପକ ନାଦପ୍ରଭୁ କେମ୍ପେଗୌଡାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ଏହି ପ୍ରତିମୂର୍ତ୍ତି ନିର୍ମିତ ହୋଇଛି । ଷ୍ଟାଚ୍ୟୁ ଅଫ ୟୁନିଟି ପାଇଁ ପ୍ରସିଦ୍ଧି ହାସଲ କରିଥିବା ରାମ ଭି ସୂତାରଙ୍କ ପରିକଳ୍ପନା ଓ ସ୍ଥାପତ୍ୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ୯୮ ଟନ କାଂସ୍ୟ ଓ ୧୨୦ ଟନ ଇସ୍ପାତ ବ୍ୟବହୃତ ହୋଇଛି ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟ୍ୱିଟକରି କହିଛନ୍ତି ଯେ, “ବେଙ୍ଗଲୁରୁ ନିର୍ମାଣରେ ଶ୍ରୀ ନାଦପ୍ରଭୁ କେମ୍ପେଗୌଡାଙ୍କ ଭୂମିକା ଅତୁଳନୀୟ । ସର୍ବଦା ଜନକଲ୍ୟାଣକୁ ପ୍ରାଥମିକତା ଦେଉଥିବା ଜଣେ ଦୂରଦ୍ରଷ୍ଟା ଭାବେ ସେ ସ୍ମରଣୀୟ ହୋଇରହିବେ । ବେଙ୍ଗଲୁରୁ ଠାରେ ଷ୍ଟାଚ୍ୟୁ ଅଫ ପ୍ରସ୍ପରିଟି ଉନ୍ମୋଚିତ ଗୌରବାନ୍ୱିତ ।”

ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟମାନଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବାସବରାଜ ବୋମ୍ମାଇ, କର୍ଣ୍ଣାଟକ ରାଜ୍ୟପାଳ ଶ୍ରୀ ଥାୱରଚାନ୍ଦ ଗେହଲତ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଉପସ୍ଥିତ ଥିଲେ ।


Share It

Comments are closed.