କରୋନାରେ ଆଖି ବୁଜିଲେ “ଷ୍ଟାର୍ ୱାର୍ସ’ର ଅଭିନେତା ଆଣ୍ଡ୍ରିଉ ଜ୍ୟାକ୍
କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବା କାରଣରୁ “ଷ୍ଟାର୍ ୱାର୍ସ’ର ଅଭିନେତା ଆଣ୍ଡ୍ରିଉ ଜ୍ୟାକ୍ ବ୍ରିଟେନରେ ପରଲୋକ ଗମନ କରିଥିବା କଥା ତାଙ୍କ ଏଜେଣ୍ଟ୍ ବୁଧବାର ପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ‘ଭାଷା’ ତାଲିମଦାତା ଭାବେ କାର୍ଯ୍ୟ କରୁଥିବା ଅଭିନେତା ଜ୍ୟାକ୍ ମଙ୍ଗଳବାର ଦିନ ସରେସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା କଥା ତାଙ୍କ ଏଜେଣ୍ଟ୍ ଜିଲ୍ ମ୍ୟାକ୍ କଲଗ୍ ଏକ ବିବୃତିରେ କହଛନ୍ତି ।
ମ୍ୟାକ୍ କଲଗ୍ କହିଛନ୍ତି: ଟେମସ୍ ନଦୀରେ ଥିବା ଅନ୍ୟତମ ସର୍ବପୁରାତନ ହାଉସବୋଟରେ ଆଣ୍ଡ୍ରିଉ ରହୁଥିଲେ । ସେ ଥିଲେ ଖୁବ୍ ମୁକ୍ତଚେତନାବାଦୀ କିନ୍ତୁ, ପତ୍ନୀଙ୍କୁ ସେ ଅତିଶୟ ସ୍ନେହ କରୁଥିଲେ । ସେ କଥିତ ଭାଷାର ତାଲିମ ମଧ୍ୟ ଦେଉଥିଲେ ।
Comments are closed.