ଉତ୍କଳ ଦିବସରେ ଓଡିଶାବାସୀଙ୍କୁ ଓଡିଆରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ


ଓଡ଼ିଶା ଦିବସ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ନିଜର ଟ୍ୱିଟର ଆକାଉଣ୍ଟରେ ସେ ଏ ବିଷୟରେ ଉଲ୍ଲେଖ କରିଛନ୍ତି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଉତ୍କଳଦିବସରେ ଶୁଭେଚ୍ଛା ଦେଇଛନ୍ତି । ‘ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କୁ ଉତ୍କଳ ଦିବସର ଅଭିନନ୍ଦନ । ଆଗାମୀ ଦିନ ମାନଙ୍କରେ ଓଡ଼ିଶାର ପ୍ରଗତି ଓ ଅଗ୍ରଗତି ପାଇଁ ମୋର ପ୍ରାର୍ଥନା । ଓଡିଶାର ପ୍ରଗତି ଓ ଅଗ୍ରଗତି ପାଇଁ ସେ ପ୍ରାର୍ଥନା କରୁଥିବା ଏଥିରେ ଉଲ୍ଲେଖ କରିଛନ୍ତି ।


Share It

Comments are closed.