ଖୁବଶ୍ରୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବାହୁବଳୀ ଷ୍ଟାର ପ୍ରଭାସ ! ଆମେରିକାର ଜଣେ ସଫ୍ଟୱେର କମ୍ପାନୀ ପ୍ରତିଷ୍ଠାତାଙ୍କ ଝିଅକୁ କରିବେ ବିବାହ


ସାଉଥ୍ ଇଣ୍ଡଷ୍ଟ୍ରିର ମୋଷ୍ଟ ହ୍ୟାଣ୍ଡସମ୍ ବ୍ୟାଚଲର ସୁପରଷ୍ଟାର ପ୍ରଭାସ ପୁଣିଥରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୂଚନା ଆନୁସାରେ, ପ୍ରଭାସଙ୍କୁ ତାଙ୍କ ସ୍ୱପ୍ନର ରାଣୀ ମିଳିଯାଇଛନ୍ତି ଏବଂ ସେ ଏହି ବର୍ଷ ବିବାହ କରୁଛନ୍ତି । କିନ୍ତୁ ପ୍ରଭାସଙ୍କର ହେବାକୁ ଯାଉଥିବା ଲେଡି ଲଭ୍ ଅନୁଷ୍କା ସେଟ୍ଟୀ ନୁହଁନ୍ତି ବରଂ ଆମେରିକା ସ୍ତିତ ଏକ ସଫ୍ଟୱେୟାର କମ୍ପାନୀ ଫାଉଣ୍ଡରଙ୍କ ଝିଅ ଏନଆରଆଇ । ଏହା ଏକ ଆରେଞ୍ଜ ମ୍ୟାରେଜ୍ ହେବ । ଯାହାପାଇଁ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇସାରିଛି ଏବଂ ନିଜେ ପ୍ରଭାସ ମଧ୍ୟ ଏହି ପ୍ରସ୍ତାବକୁ ହଁ କହିଛନ୍ତି ।

ଏହି ବିବାହ ପାଇଁ ସୁପରଷ୍ଟାରଙ୍କର ପରିବାର ଲୋକେ ପ୍ରସ୍ତୁତ ହୋଇଗଲେଣି । ସୂଚନା ଅନୁଯାୟୀ, ପ୍ରଭାସ ତାଙ୍କର ଆଗାମୀ ଫିଲ୍ମ ‘ରାଧେ ଶ୍ୟାମ’ର ରିଲିଜ୍ ପରେ ବିବାହ କରିବେ । ତଥାପି ବର୍ତ୍ତମାନ ଏହି ଖବର ଉପରେ ଅଭିନେତାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ ।

କାମର କଥା ଯଦି କୁହାଯାଏ, ତେବେ ପ୍ରଭାସ ‘ଆଦିପୁରୁଷ’, ‘ରାଧେ ଶ୍ୟାମ’ ଏବଂ ‘ସଲାର’ ରେ ନଜର ଆସିବେ । ଫିଲ୍ମ ‘ଆଦିପୁରୁଷ’ ରେ ପ୍ରଭାସଙ୍କ ସହିତ ସୈଫ ଅଲ୍ଲୀ ଖାନ ମଧ୍ୟ ଅଛନ୍ତି । ଫିଲ୍ମ ‘ସଲାର’ ରେ ପ୍ରଭାସଙ୍କ ସହିତ ସୃତି ହାସନ୍ ସ୍କ୍ରିନ୍ ସେୟାର କରିବେ ।

ଗତବର୍ଷ ଲକଡାଉନ୍ ପାଇଁ ଅନେକ ଲୋକଙ୍କର କାମ ବନ୍ଦ ହୋଇଯାଇଥିଲା କିନ୍ତୁ ଭାଗ୍ୟଶ୍ରୀ ଅଟକି ନଥିଲେ । ସେହି ସମୟରେ ସେ ବୋତଲରେ ମଧ୍ୟ ପେଣ୍ଟିଙ୍ଗ କରିବା ଆରମ୍ଭ କରିଦେଇଥିଲେ ଏବଂ ଧୀରେ ଧୀରେ ସେ ଏବେ ନିଜର କଳାରେ ଏତେ ପାରଦର୍ଶୀ ହୋଇଗଲେଣି , ଏବେ ଏକ ୱାର୍କସପ୍ ର ଆୟୋଜନ ମଧ୍ୟ କରିଛନ୍ତି ।


Share It

Comments are closed.