ଟେଷ୍ଟ କ୍ରିକେଟରେ ଅଶ୍ୱିନୀଙ୍କ ନୂଆ ରେକର୍ଡ, ୧୧୪ ବର୍ଷ ଭିତରେ କୌଣସି ବୋଲର କରିନଥିଲେ ଏଭଳି କମାଲ୍


ଇଂଲଣ୍ଡ ବିରୋଧରେ ଚେନ୍ନାଇରେ ଜାରି ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନ ଟିମ୍ ଇଣ୍ଡିଆର ସ୍ପିନ୍ ବୋଲର ରବିଚନ୍ଦ୍ରନ ଅଶ୍ୱିନ୍ ଏଭଳି ଏକ ରେକର୍ଡ କରିଛନ୍ତି, ଯାହା ୧୧୪ ବର୍ଷରେ କୌଣସି ବୋଲର କରିନଥିଲେ। ଅଶ୍ୱିନ୍ ଇଂଲଣ୍ଡର ଦ୍ୱିତୀୟ ଇନିଂସ ସମୟରେ ପ୍ରଥମ ବଲ୍‌ରେ ୱିକେଟ ନେଇଥିଲେ। ଅଶ୍ୱିନୀ  ରୋରି ବର୍ନସଙ୍କୁ ସ୍ଳିପରେ ଆଜିଙ୍କ୍ୟ ରହାଣେଙ୍କ ହାତରେ କ୍ୟାଚ୍ ଆଉଟ୍ କରିଥିଲେ। ଏହା ସହିତ ଅଶ୍ୱିନୀ କୌଣସି ଟେଷ୍ଟ ଇଂନିସର ପ୍ରଥମ ବଲରେ ୱିକେଟ ନେଇଥିବା ବିଶ୍ବର ତୃତୀୟ ବୋଲର ପାଲଟି ଯାଇଛନ୍ତି।

ଟେଷ୍ଟ କ୍ରିକେଟରେ ୧୧୪ ବର୍ଷ ପରେ ଏଭଳି ହୋଇଛି ଓ ଏହି ରେକର୍ଡ ଅଶ୍ୱିନୀ ନାମରେ ରହିଛି। ଏହା ପୂର୍ବରୁ ୧୮୮ରେ ବବି ପିଲ ଓ ୧୯୦୭ ରେ ବର୍ଟ ବୋଲଗର କରିଥିଲେ। ଏବେ ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ଏଭଳି ବୋଲରଙ୍କ ଲିଷ୍ଟରେ ସାମିଲ ହୋଇଯାଇଛନ୍ତି। ୧୯୦୭ରେ ଖେଳାଯାଇଥିବା ମୁକାବିଲାରେ ଦକ୍ଷିଣ ଆଫ୍ରିକାର ସ୍ପିନ୍ ବୋଲର ବର୍ଟ ବୋଗଲର ଇଂଲଣ୍ଡର ବ୍ୟାଟସମ୍ୟାନ ଟମ୍ ହେଭର୍ଡଙ୍କୁ ଆଉଟ୍ କରିଥିଲେ।

ଏହା ପୂର୍ବରୁ ୧୮୮୮ରେ ଇଂଲଣ୍ଡର ସ୍ପିନର ବବି ପିଲ୍ ଅଷ୍ଟ୍ରେଲିଆର ଏଲେକ୍ ବେନରମ୍ୟାନଙ୍କୁ ଇଂନିସର ପ୍ରଥମ ବଲରେ ଆଉଟ୍ କରିଥିଲେ। ଆୟୋଜନ ଭାରତୀ ଋଷଭ ପନ୍ଥ(୯୧), ୱାଶିଂଟନ ସୁନ୍ଦର(ଅପରାଜିତ ୮୫ ରନ୍) ଓ ଚେତେଶ୍ୱର ପୂଜରାଙ୍କ ୭୩ ରନ୍ ଯୋଗଦାନରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୭ ରନ୍ କରି ଦେଇଛି। ଇଂଲଣ୍ଡ ଟିମ୍ ନିଜର ପ୍ରଥମ ଇଂନିସରେ ୫୭୮ ରନ୍‌ର ବିଶାଳ ସ୍କୋର କରିଥିଲା। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଟିମ୍ ନିଜର ଦ୍ୱିତୀୟ ଇଂନିସରେ ୫ ୱିକେଟ ୧୧୬ ରନ୍ କରିଛି। ଏପର୍ଯ୍ୟନ୍ତ ୩୫୭ ରନ୍ ଆଗେଇକି ରହିଛି।


Share It

Comments are closed.