“କିଛି ଲୋକ ତ ମରିବେ”, ଏଭଳି ଦାୟିତ୍ୱହୀନ ବୟାନ ଦେଇ ବିବାଦରେ ଛନ୍ଦି ହେଲେ ବ୍ରାଜିଲ ରାଷ୍ଟ୍ରପତି


କରୋନା ଭାଇରସ ଭୂତାଣୁ ସଂକ୍ରମଣ ଦ୍ୱାରା ସାରା ବିଶ୍ୱ ଏବେ ଘାଣ୍ଟି ହେଉଛି । ଲୋକଙ୍କୁ ଏଭଳି ସ୍ଥିତିରୁ ଉଦ୍ଧାର କରିବା ପାଇଁ ଅଧିକାଂଶ ରାଷ୍ଟ୍ର ସ୍ୱତନ୍ତ୍ର ଆର୍ଥିକ ସହାୟତ ପ୍ୟାକେଜ ଯୋଗାଇ ଦେଉଛନ୍ତି । ଆମେରିକା ୨ ଲକ୍ଷ କୋଟି ଡଲାରର ପ୍ୟାକେଜ ଘୋଷଣା କରିଥିବାବେଳେ ଭାରତ ସରକାର ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସୋନାରୋ ଦେଶର ଜନତାଙ୍କ ସୁରକ୍ଷା ପାଇଁ ଚିନ୍ତା କରିବା ପରିବର୍ତ୍ତେ ଅର୍ଥନୀତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ରାଷ୍ଟ୍ରପତି ବୋଲସୋନାରୋ କହିଛନ୍ତି, କରୋନା ଯୋଗୁଁ କିଛି ଲୋକ ତ ମରିବେ ନିଶ୍ଚିତ କିନ୍ତୁ ଏଥିପାଇଁ ଦେଶର ଅର୍ଥ ବ୍ୟବସ୍ଥାକୁ ବନ୍ଦ କରିବାକୁ ଦିଆଯିବ ନାହିଁ । ସେ ଆହୁରୀ କହିଛନ୍ତି, “ମୁଁ କ୍ଷମା ମାଗିବାକୁ ଚାହିଁବି, କିଛି ଲୋକ ତ ମରିବେ । ସେମାନେ ମରିବେ ଏହା ହିଁ ବାସ୍ତବତା । ଆପଣମାନେ କରୋନା ମୃତ୍ୟୁକୁ ରୋକିବା ପାଇଁ କମ୍ପାନୀ ବନ୍ଦ କରିପାରିବେ ନାହିଁ । ”
ତେବେ ରାଷ୍ଟ୍ରପତିଙ୍କ ଏହିଭଳି ବିବାଦୀୟ ବୟାନକୁ ନେଇ ଦେଶରେ ବିବାଦ ସୃଷ୍ଟି ହୋଇଥିବାବେଳେ ବିଭିନ୍ନ ମହଲରେ ଏହାକୁ ନେଇ ସମାଲୋଚନା ମଧ୍ୟ କରାଯାଇଛି । ପ୍ରକାଶ ଥାଉକି ବ୍ରାଜିଲରେ ସଂକ୍ରମିତଙ୍କ ସଂଖ୍ୟା ୯୩ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୩,୪୭୭ରେ ପହଞ୍ଚିଛି ।


Share It

Comments are closed.