କରୋନା ବିରୋଧୀ ମୁକାବିଲା ପାଇଁ ୧୫୦୦ କୋଟିର ସହାୟତା ପ୍ରଦାନ କଲା ଟାଟା ଟ୍ରଷ୍ଟ


କରୋନା ଭାଇରସ ମହାମାରୀ ବିରୁଦ୍ଧରେ ସମଗ୍ର ଭାରତ ଲଢେଇ କରିବାକୁ ଅଣ୍ଟା ଭିଡ଼ିଛି । ଏଥିପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । କେବଳ ସରକାର ନୁହେଁ, ସାଧାରଣ ଲୋକେ, କର୍ପୋରେଟ୍ ଜଗତ ଓ ସେଲିବ୍ରିଟିମାନେ ମଧ୍ୟ ସହାୟତାର ହାତ ବଢାଇଛନ୍ତି ।

ଦେଶର ପ୍ରମୁଖ ଶିଳ୍ପ ଗୋଷ୍ଠୀ ଟାଟା ଗ୍ରୁପ ପକ୍ଷରୁ ୧୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଆଜି ଟାଟା ଟ୍ରଷ୍ଟ ପକ୍ଷରୁ ପ୍ରଥମେ ୫୦୦ କୋଟି ଓ ପରେ ଆଉ ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ରାଶି ଅଧିକ ଲୋକଙ୍କୁ ପରୀକ୍ଷା ସୁବିଧା ଦେବା, ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ସୁରକ୍ଷା ଉପକରଣ, ରୋଗୀମାନଙ୍କ ପାଇଁ ଭେଣ୍ଟିଲେଟର କ୍ରୟ ଆଦି କାର୍ଯ୍ୟରେ ବ୍ୟବହାର ହେବ । ଏହି ଅବସରରେ ଟାଟା ଟ୍ରଷ୍ଟ ଅଧ୍ୟକ୍ଷ ରତନ ଟାଟା କହିଛନ୍ତି ଯେ ଟାଟା ଗ୍ରୁପ ସବୁବେଳେ ଦେଶର ବିପଦ ସମୟରେ ଛିଡ଼ା ହୋଇଆସିଛି । କିନ୍ତୁ ଏହି ସମୟର ଆବଶ୍ୟକତା ଅନ୍ୟଗୁଡ଼ିକ ଠାରୁ ବେଶ ଅଧିକ ।


Share It

Comments are closed.