ସୋନି ଏଚ୍‌ଟି-ଜି୭୦୦ର ଆରମ୍ଭ ସହିତ ସାଉଣ୍ଡବାର୍ ଶ୍ରେଣୀରେ ଉନ୍ନତି ଆଣିଛି


ଭୁବନେଶ୍ୱର : ବର୍ତ୍ତମାନ ଦେଶରେ ଲକଡାଉନ୍ ପରିସ୍ଥିତି ଯୋଗୁଁ ଘରୋଇ ଅଡିଓ ଭିଡିଓ ଉତ୍ପାଦ ଗୁଡିକର ଚାହିଦା ବୃଦ୍ଧିକୁ ନଜରରେ ରଖି ସୋନି ଇଣ୍ଡିଆ ଆଜି ସାଉଣ୍ଡବାର୍ ରେଞ୍ଜରେ ଏଚ୍‌ଟି-ଜି୭୦୦ର ନୂତନ ସଂଯୋଗ ଆରମ୍ଭ କରିଛି । ଏହି ନୂତନ ମଡେଲ୍ ଶକ୍ତିଶାଳୀ ଏବଂ ଗଭୀର ଧ୍ୱନୀ ପ୍ରଦାନ କାରି ଯାହାଦ୍ୱାରା ଗ୍ରାହକମାନେ ଘରେ ସୁରକ୍ଷିତ ରହିବା ସହ ମନୋରଞ୍ଜନ କରିପାରେିବେ । ଏହି ନୂତନ ଏଚ୍‌ଟି-ଜି୭୦୦ ହେଉଛି ଏକ ୩.୧ଇଞ୍ଚ ଡଲବି ଆଟ୍‌ମୋସ୍ ଏବଂ ଡିଟିଏସ୍‌:ଏକ୍ସ ସାଉଣ୍ଡ ବାର୍ ଯାହା ଯେକୌଣସି ଘରୋଇ ଆମୋଦ ବ୍ୟବସ୍ଥା ନିମନ୍ତେ ଏକ ନୂତନ ସ୍ତରର ଭବ୍ୟ ସିନୋମାଟିକ୍ – ଅଡିଓ ପରିବେଶ ଆଣିଥାଏ । ନୂତନ ଭାବେ ବଜାରକୁ ଆସିଥିବା ଏହି ସାଉଣ୍ଡବାର୍ ଇମର୍ସିଭ ଅଡିଓ ଏନହାନ୍ସମେଣ୍ଟ ଏବଂ ସୋନିର ଅନନ୍ୟ ଡିଜିଟାଲ୍ ସିଗନାଲ୍ ପ୍ରୋସେସିଂ ଟେକ୍ନୋଲୋଜି ସହିତ ଆସିଥାଏ, ଯାହା ଏକ ଉନ୍ନତ ପରିବେଶ ଅଭିଜ୍ଞତା ପ୍ରଦାନ କରିଥାଏ । ଏକଦମ୍ ସୂକ୍ଷ୍ମ ଭାବରେ ହୋଇଥିବା ଏସ୍‌-ଫୋର୍ସ ଫ୍ରଣ୍ଟ ପିଆଓ ଯାହା ଏକ ବଡ଼ ଟଭି ପରଦାରେ (୫୫ ଇଞ୍ଚରୁ ଅଧିକ) ଫିଟ୍ ହେବା ପାଇଁ ଶବ୍ଦକୁ ଉନ୍ନତ କରିଥାଏ ଏବଂ ନୂତନ ସ୍ପଷ୍ଟତା ଏବଂ ଗଭୀରତାରେ ମୁହୂର୍ତ୍ତ ଗୁଡିକ ପୁନର୍ଜୀବିତ କରିବା ପାଇଁ ଶ୍ରୋତାମାନଙ୍କୁ ନିରବଚ୍ଛିନ୍ନ ଭାବରେ ଘେରେଇ ରଖିଥାଏ । ଭର୍ଟିକାଲ୍ ସାଉଣ୍ଡ ଇଞ୍ଜିନ୍ ସହଯୋଗରେ, ଏଚ୍‌ଟି-ଜି୭୦୦ ସାଉଣ୍ଡ ବାର୍‌ରେ ଆରମ୍ଭ ଉନ୍ନତ ସରାଉଣ୍ଡ ଟେକ୍ନୋଲୋଜି ସହ ଦର୍ଶକମାନେ ଉପରେ ହେଲିକପ୍ଟର ଘୁରୁଥିବା ଏବଂ ସେମାନଙ୍କ ଚାରିପାଖରେ କାର୍ ଗୋଡ଼ାଉଥିବା ଅନୁଭବ ପାଇପାରିବେ । ଏହାର ତିନୋଟି ସାମ୍ନା ସ୍ପିକର, ସୋନିର ଅନନ୍ୟ ସିଗନାଲ୍ ପ୍ରୋସେସିଂ ସହିତ ମିଶି, “ଭର୍ଟିକାଲ୍‌” ଅଡିଓକୁ ପୁନଃ ସୃଷ୍ଟି କରେ, ଏକ ପ୍ରକୃତ ହୋମ ଥିଏଟର ପରିବେଶ ପାଇଁ ସ୍ପିକର ଦ୍ୱାରା ଘେରି ରହିବାର ଅନୁଭବକୁ ପୁନଃପ୍ରସ୍ତୁତ କରେ ।


Share It

Comments are closed.