କରୋନା ମହାମାରୀ ମଧ୍ୟରେ ଜୀବିକା ହରାଇଥିବା ଲୋକଙ୍କୁ ଇ-ରିକ୍ସା ଯୋଗାଇଦେବେ ସୋନୁ ସୁଦ


କରୋନାର ଆରମ୍ଭରୁ ଯେ ଏପର୍ଯ୍ୟନ୍ତ ଅସହାୟ ତଥା ଗରିବଙ୍କୁ ସହାୟତା ପାଇଁ ଲଗାତର କୌଣସି ନା କୌଣସି ପଦକ୍ଷେପ ଗ୍ରହଣ କରିବା ଜାରି ରଖିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଏହା ମଧ୍ୟରେ କୋଭିଡ-୧୯ ମହାମାରୀ ସମୟରେ ଅଭାବଗ୍ରସ୍ତ ଲୋକଙ୍କୁ ପୁଣି ସାହାଯ୍ୟ କରିବା ପାଇଁ ଅଭିନେତା ସୋନୁ ସୁଦ ଆଉ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି, ଯେଉଁଥିରେ ସେ ମହାମାରୀ ସମୟରେ ଜୀବିକା ହରାଇଥିବା ଲୋକଙ୍କୁ ଇ-ରିକ୍ସା ପ୍ରଦାନ କରୁଛନ୍ତି। ସେ ‘ନିଜେ ରୋଜଗାର କର ଘର ଚଳାଅ’ ନାମକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଯୋଜନା ଜରିଆରେ ଆବଶ୍ୟକୀୟ ଲୋକ ଇ-ରିକ୍ସା ପାଇପାରିବେ। ଏହି ଯୋଜନା ଜରିଆରେ ସେ ଚାକିରୀ ହରେଇଥିବା ଲୋକଙ୍କୁ ଆତ୍ମନିର୍ଭର କରିବାକୁ ଚାହୁଁଛନ୍ତି।


ନିଜର ଏହି ନୂଆ ଯୋଜନା ସମ୍ବନ୍ଧରେ ସେ ଏକ ଟ୍ୱିଟ କରିଛନ୍ତି। ଟ୍ୱିଟ୍ ମାଧ୍ୟମରେ ସେ ଲୋକଙ୍କୁ ଯୋଜନା ସମ୍ବନ୍ଧରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ‘ଆସନ୍ତକାଲିର ଏକ ଭଲ ଭବିଷ୍ୟତ ପାଇଁ ଆଜି ଏକ ଛୋଟ ପଦକ୍ଷେପ, ଏମିତି ଲୋକଙ୍କୁ ଇ-ରିକ୍ସା ଉପଲବ୍ଧ କରାଇବା ଯେଉଁମାନେ ଇ-ରିକ୍ସା ମାଧ୍ୟମରେ ନିଜର ଏକ ଛୋଟ ବ୍ୟବସାୟ ଆରମ୍ଭ କରିପାରିବେ, ରୋଜଗାର କରିପାରିବେ। ଲୋକଙ୍କୁ ଆତ୍ମନିର୍ଭର କରି ଗଢିବା ଦିଗରେ ଏକ ଛୋଟ ସହଯୋଗ।’


Share It

Comments are closed.