ବଜାରରୁ କିଣୁଥିବା ପରିବାରେ ଦିଆଯାଉଛି କି କ୍ୟାନ୍ସର ସୃଷ୍ଟିକାରୀ ମେଲାକାଇଟ୍ ରଙ୍ଗ ? ଏଭଳି କରିବେ ଚିହ୍ନଟ
ଆମର ଖାଦ୍ୟ ପଦାର୍ଥରେ ଭେଜାଲ୍ ଏକ ସାଧାରଣ କଥା ହୋଇଗଲାଣି । ନିଜକୁ ସୁସ୍ଥ ରଖିବା ପାଇଁ ସତେଜ, ସବୁଜ ପନିପରିବା ଜରୁରୀ । ବଜାରରୁ କିଣାଯାଇଥିବା ପନିପରିବାରେ ଭେଜାଲ ହୋଇଛି କି ନାହିଁ ତାହା ଚିହ୍ନଟ କରିବା କଷ୍ଟକର । କିନ୍ତୁ ପନିପରିବା ସତେଜ, ସବୁଜ କି ନୁହେଁ ତାହା ଜାଣିବା ଆବଶ୍ୟକ, କାରଣ ଭେଜାଲ ପନିପରିବା ବ୍ୟବହାର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ ।
ଯଦି ଆପଣ ଚାହୁଁଛନ୍ତି ଅପମିଶ୍ରଣର ସାମାନ୍ୟତମ ଚିହ୍ନ ବି ସାମ୍ନାକୁ ଆସିଯାଉ, ତେବେ ଏଫଏସଏସଆଇ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଏକ ଉପାୟ ସେୟାର କରିଛି । ଯାହାଦ୍ୱାର ସବୁଜ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ଭେଜାଲ ଚିହ୍ନଟ କରି ଆପଣ ବାସ୍ତବତା ଜାଣିପାରିବେ ।
ମାଲାକାଇଟ୍ ଗ୍ରୀନ୍ କ’ଣ ?
ସବୁଜ ପନିପରିବା ଉପରେ ମାଲାକାଇଟ୍ ଗ୍ରୀନ୍ ନାମକ ଏକ ରାସାୟନିକ ପଦାର୍ଥ ସ୍ପ୍ରେ କରାଯାଏ । ଯାହାଫଳରେ ପନିପରିବା ସତେଜ ଏବଂ ଚକଚକିଆ ଦେଖାଯାଏ । ଅପମିଶ୍ରଣକାରୀ ମଧ୍ୟ ସେମାନଙ୍କର କାର୍ଯ୍ୟ କରିବା ପାଇଁ ଅନ୍ୟ ଏକ ଉପାୟ କରିଥାନ୍ତି । କିଛି ଲୋକ ମାଲାକାଇଟ୍ ଗ୍ରୀନ୍ ର ଲିକ୍ୱିଡ୍ ମିଶ୍ରଣରେ ସବୁଜ ପନିପରିବା ବୁଡ଼ାଇଦିଅନ୍ତି । ଏହାଦ୍ୱାରା ପନିପରିବା ଅଧିକ ସବୁଜ ଦେଖାଯାଏ । କିନ୍ତୁ ମାଲାକାଇଟ୍ ଗ୍ରୀନ୍ କେମିକାଲ୍ କ୍ୟାନ୍ସର୍ କୋଷକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ଆଣ୍ଟିପ୍ରୋଟୋଜୋଏଲ୍ ଏବଂ ଆଣ୍ଟିଫଙ୍ଗାଲ୍ ଔଷଧ ଭାବରେ ମାଛମାନଙ୍କ ଠାରେ ବ୍ୟବହାର ହୋଇଥାଏ । ସାଇନ୍ସ ଡାଇରେକ୍ଟ ୱେବସାଇଟ୍ ଅନୁଯାୟୀ, ଏହା ମତ୍ସ୍ୟ ପାଳନରେ ପରଜୀବୀ ନାଶକ ଭାବରେ ତଥା ଖାଦ୍ୟ, ସ୍ୱାସ୍ଥ୍ୟ, ବୟନ ଏବଂ ଅନ୍ୟାନ୍ୟ ଶିଳ୍ପରେ ଭାବରେ ବ୍ୟବହୃତ ହୋଇଥାଏ ।
ଅପମିଶ୍ରଣ ବିଷୟରେ ଲୋକଙ୍କୁ ଅବଗତ କରାଇବା ପାଇଁ ଏଫଏସଏସଆଇଟ୍ୱିଟର୍ରେ ଏକ ଭିଡିଓ ସେୟାର କରିଛି ।
ପରାମର୍ଶ ଅନୁଯାୟୀ, କିଛି ତୁଳା ନେଇ ଲିକ୍ୱିଡ୍ ପାରାଫିନ୍ରେ ଭିଜାନ୍ତୁ । ଏହା ପରେ ପନିପରିବାର ଉପରେ ସେହି ତୁଳାକୁ ଘଷନ୍ତୁ । ଯଦି ତୁଳାରେ ରଙ୍ଗ ପରିବର୍ତ୍ତନ ନହୁଏ, ତେବେ ଏହା ଶୁଦ୍ଧ ଅଛି ଯଦି ଏଥିରେ ସବୁଜ ରଙ୍ଗ ଦେଖାଯାଏ ତେବେ ଜାଣିବେ ପନିପରିବାରେ ମାଲାକାଇଟ୍ ଗ୍ରୀନ୍ ବ୍ୟବହାର ହୋଇଛି ।
Comments are closed.