ତିନି ଦିନ ପରେ ଆଇପିଏଲ, ଝଲସି ଉଠିଲାଣି ୟୁଏଇ ଷ୍ଟାଡିୟମ


ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ। ଆବୁଧାବିର ଶେଖ ଜାୟଦ କ୍ରିକେଟ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଆୟୋଜିତ ହେବ। ୟୁଏଇରେ ଅବୁଧାବି ବ୍ୟତୀତ ଶାରଜା ଓ ଦୁବାଇରେ ମଧ୍ୟ ଆଇପିଏଲ ୨୦୨୦ ଖେଳାଯିବ। ଏହି ଲିଗ୍ ପାଇଁ ୟୁଏଇ ସଂପୂର୍ଣ୍ଣ ପ୍ରସ୍ତୁତ। ଆଲୋକମାଳାରେ ଝଲସି ଉଠିଲାଣି ପୂରା ଷ୍ଟାଡିୟମ।

ତିନି ଷ୍ଟାଡିୟମରେ ହେବ ଆଇପିଏଲ

ବିସିସିଆଇ ଆଇପିଏଲର ଲିଗ୍ ପର୍ଯ୍ୟାୟର ୫୬ ମ୍ୟାଚ୍‌ର କାର୍ଯ୍ୟସୂଚୀ ଘୋଷଣା କରିଛି। ଏଥିରୁ ଦୁବାଇରେ ସର୍ବାଧିକ ୨୪ ମ୍ୟାଚ୍, ଆବୁଧାବିରେ ୨୦ ଏବଂ ଶାରଜାରେ ୧୨ ମ୍ୟାଚ୍ ଖେଳାଯିବ।  ଆଇପିଏଲର ପ୍ଲେଅଫ ମ୍ୟାଚ୍‌ର ତାରିଖ ଏବଂ ଆୟୋଜନ ସ୍ଥଳର ଘୋଷଣା ପରେ କରାଯିବ। ଏହା ବ୍ୟତୀତ ଫାଇନାଲ ପାଇଁ ପଡିଆର ଘୋଷଣା ମଧ୍ୟ ବୋର୍ଡ ପରେ କରିବ। ଫାଇନାଲ ମୁକାବିଲା ନଭେମ୍ବର ୧୦ରେ ଖେଳାଯିବ।


Share It

Comments are closed.