ଏନସିବି ଆଗରେ ସତ ମାନିଲେ ଶ୍ରୁତି, କହିଲେ ରିୟା ଏବଂ ସେ ହେଉଛନ୍ତି ପିଲା ବେଳର ସାଙ୍ଗ


ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ, ଇଡି ଓ ଏନସିବିର ତସନ୍ତ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ମାମଲାରେ ଡ୍ରଗ୍ସ କନେକସନ୍ ଜଣାପଡିବା ପରେ ସୁଶାନ୍ତଙ୍କ ସହ ଲିଭ୍-ଇନ୍ ରିଲେସନରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଜେଲରେ ଅଛନ୍ତି। ଭାୟକଲା ଜେଲରେ ରିୟା ଥିବା ବେଳେ ତାଙ୍କର ଭାଇ ଶୌଭିକ୍ ଏବଂ ଅନ୍ୟ ଅଭିଯୁକ୍ତମାନେ ଅଛନ୍ତି। ଏସବୁ ଭିତରେ ଏବେ ଆଉ ଏକ ବଡ କଥା ଜଣାପଡିଛି। ତାହା ହେଲା ସୁଶାନ୍ତଙ୍କ ମ୍ୟାନେଜର ଥିବା ଶ୍ରୁତି ମୋଦି ହେଉଛନ୍ତି ରିୟାଙ୍କ ପିଲାବେଳର ସାଙ୍ଗ।

ଏନସିବି(ନାର୍କେଟିକ୍ କନଟ୍ରୋଲ ବ୍ୟୁରୋ) ଆଜି ଯେତେବେଳେ ଶ୍ରୁତି ପଚରାଉଚରା କରିଥିଲା ଏ ବିଷୟରେ ଜଣାପଡିଥିଲା। ଶ୍ରୁତି ମାନିଛନ୍ତି ସେ ରିୟାଙ୍କୁ ବହୁତ ଆଗରୁ ଜାଣିଥିଲେ। ରିୟା ଏବଂ ଶ୍ରୁତି ଦୁହେଁ ପିଲାବେଳର ସାଙ୍ଗ। ରିୟା ହିଁ ଶ୍ରୁତିଙ୍କୁ ସୁଶାନ୍ତଙ୍କ ସହ ସାକ୍ଷାତ କରାଇଥିଲେ ଓ ତାଙ୍କର ମ୍ୟାନେଜର କରିଥିଲେ। ସୁଶାନ୍ତ ପ୍ରଥମେ ଶ୍ରୁତିଙ୍କୁ ତାଙ୍କର ମ୍ୟାନେଜର କରିବାକୁ ରାଜି ନଥିଲେ, କିନ୍ତୁ ରିୟା ତାଙ୍କ ଉପରେ ଚାପ ପକାଇବା କାରଣରୁ ସେ ଶ୍ରୁତିଙ୍କୁ ମ୍ୟାନେଜର କରିବାକୁ ଚାହୁଁଥିଲେ। କେବଳ ସେତିକି ନୁହେଁ, ଶ୍ରୁତିଙ୍କ ଆପଏଣ୍ଟମେଣ୍ଟ ରିୟା ଏକ ଓକିଲଙ୍କ ଜରିଆରେ କନଫର୍ମ କରିଥିଲେ, ଯଦିଓ ସେଭଳି କୌଣସି ପ୍ରକାର ଆପଏଣ୍ଟମେଣ୍ଟ କେହି ଓକିଲ କରିପାରିବେ ନାହିଁ।

ଶ୍ରୁତିଙ୍କୁ ରିୟା ଓ ଶୌଭିକ୍ ଡ୍ରଗ୍ସ କାରବାର ସମ୍ପର୍କରେ ସବୁ ସୂଚନା ଦେଇଥିଲେ। ସେ ଏହି ମାମଳାରେ ରିୟାଙ୍କ ସହ ଥିଲେ। ସୁଶାନ୍ତଙ୍କ ପାଖରୁ ଚାକିରୀ ଛାଡିବା ପରେ ଶ୍ରୁତି ଲଗାତାର ରିୟା ଓ ବହୁ ଡ୍ରଗ୍ସ ପେଡଲରଙ୍କ ସମ୍ପର୍କରେ ଥିଲେ। ତାଙ୍କ ଭିତରେ ଲଗାତାର ଆଲୋଚନା ହେଉଥିଲା। ସିବିଆଇ ଏହି ମାମଲାରେ ଶ୍ରୁତିଙ୍କ ମୋବାଇଲ ଜବତ କରିଛି। ବହୁ ଡ୍ରଗ୍ସ ପେଡଲରଙ୍କ ସହିତ ତାଙ୍କର କଥାବାର୍ତ୍ତା ଓ ଚାଟ୍ ରେକର୍ଡ ମଧ୍ୟ ରହିଛି।


Share It

Comments are closed.