ଖୁବ ଶୀଘ୍ର ଆରମ୍ଭ ହେବ ଶାହାରୁଖଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ସୁଟିଙ୍ଗ


ଦୀର୍ଘ ଦୁଇ ବର୍ଷର ବ୍ରେକ୍‌ ପରେ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ଏବେ ନିଜ ଅପ୍‌କମିଙ୍ଗ ଫିଲ୍ମ ‘ପଠାନ୍‌’ର ସୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ନଭେମ୍ବର ମାସ ଶେଷ ସପ୍ତାହରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ଅନେ୍ଧରିସ୍ଥିତ ୟଶରାଜ ଫିଲ୍ମସର ଷ୍ଟୁଡ଼ିଓରେ ଏହାର ସୁଟିଂ ଚାଲିବ । ଦୁଇଟି ପର୍ଯ୍ୟାୟରେ ସୁଟିଂ ହେବାକୁ ଯୋଜନା ରହିଛି । ପ୍ରଥମେ କେବଳ ଶାହରୁଖ୍‌ଙ୍କ ଚରିତ୍ରର ସୁଟିଂ କରାଯିବ । ତା’ପରେ ପୂରା ୟୁନିଟ୍‌ ନୂଆବର୍ଷ ପାଇଁ ବ୍ରେକ୍‌ ନେବେ । ପରବର୍ତ୍ତୀ ସମୟରେ ଫିମେଲ ଲିଡ୍‌ ଦୀପିକା ପାଦୁକୋନ୍‌ ଓ ଭିଲେନ୍‌ ଜନ୍‌ ଆବ୍ରାହମ୍‌ ସୁଟିଂରେ ଯୋଗ ଦେବେ । ଏହି ପ୍ରତିଶୋଧମୂଳକ ଡ୍ରାମାରେ ଶାହରୁଖ୍‌ଙ୍କୁ ଷ୍ଟାଇଲିଶ୍‌ ଅବତାରରେ ଦେଖିବାକୁ ମିଳିବ ବୋଲି ଫିଲ୍ମ ସହ ଜଡ଼ିତ ଜଣେ ଘନିଷ୍ଠ ବ୍ୟକ୍ତି କହିଛନ୍ତି । ସୂଚନାଥାଉକି, ଶେଷଥର ପାଇଁ ଶାହରୁଖ୍‌ଙ୍କୁ ‘ଜିରୋ’ରେ ଦେଖିବାକୁ ମିଳିଥିଲା


Share It

Comments are closed.