ବିମାନରେ ପହଲଗାମ ଆତଙ୍କବାଦୀ ଲୁଚି ପଳାଉଥିବା ଆଶଙ୍କାରେ ଶ୍ରୀଲଙ୍କା ବିମାାନବନ୍ଦରରେ ତଲାସି

Share It

କଲମ୍ବୋ: ଚେନ୍ନାଇରୁ କଲମ୍ବୋ ଯାଉଥିବା ଏକ ବିମାନରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ଆତଙ୍କବାଦି ଯାତ୍ରା କରୁଥିବା ଆଶଙ୍କା କରି ଶ୍ରୀଲଙ୍କା ଏୟାରଲାଇନର ଏକ ବିମାନକୁ କଲମ୍ବୋରେ ଖାନତଲାସି କରାଯାଇଛି । ତେବେ ୬ ଜଣ ସନ୍ଦିଗ୍ଧ ଶ୍ରୀଲଙ୍କାରେ ବିମାନଯୋଗେ ପହଞ୍ଚିଥିବା ନେଇ ଭାରତ ପକ୍ଷରୁ ସୂଚନା ମିଳିବା ପରେ ଆଜି ମଧ୍ୟାହ୍ନରେ କଲମ୍ବୋ ବିମାନବନ୍ଦରରେ ବ୍ୟାପକ ସର୍ଚ୍ଚ ଅପରେସନ କରାଯାଇଥିଲା।

ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ପୂର୍ବାହ୍ନ ୧୧ଟା ୫୯ରେ ବିମାନ ୟୁଏଲ୧୨୨ ବନ୍ଦରନାଇକେ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ବ୍ୟାପକ ସୁରକ୍ଷା ଯାଞ୍ଚ କରାଯାଇଥିଲା।

ଭାରତୀୟ କର୍ତ୍ତୃପକ୍ଷ ଶ୍ରୀଲଙ୍କାକୁ ସତର୍କ କରାଇଥିଲେ ଯେ ଏହି ବିମାନରେ ୬ ଜଣ ପହଲଗାମ ସନ୍ଦିଗ୍ଧ ଅଛନ୍ତି। ସନ୍ଦିଗ୍ଧମାନେ ଶ୍ରୀଲଙ୍କା ଏୟାରଲାଇନ୍ସର ଏକ ବିମାନରେ କଲମ୍ବୋ ଯାଇଥିବା ଅନୁମାନ କରାଯାଉଛି।

ଶ୍ରୀଲଙ୍କା ପୁଲିସ, ଶ୍ରୀଲଙ୍କା ବାୟୁସେନା ଏବଂ ବିମାନବନ୍ଦର ସୁରକ୍ଷା ୟୁନିଟ୍ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଚଳାଇଥିବା ସ୍ଥାନୀୟ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ କୌଣସି ସନ୍ଦିଗ୍ଧଙ୍କ ସନ୍ଧାନ ମିଳିନଥିଲା।

ଚେନ୍ନାଇ ଏରିଆ କଣ୍ଟ୍ରୋଲ ସେଣ୍ଟରରୁ ସତର୍କ ସୂଚନା ମିଳିଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। କଲମ୍ବୋରେ ପହଞ୍ଚିବା ପରେ ବିମାନର ଯାଞ୍ଚ କରାଯାଇ ପରବର୍ତ୍ତୀ ସମୟରେ ଅଧିକ ଉଡ଼ାଣ ପାଇଁ ଅନୁମତି ଦିଆଯାଇଥିଲା ବୋଲି ଶ୍ରୀଲଙ୍କା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି।


Share It

Comments are closed.