ଆଗାମୀ ଫିଲ୍ମ ନାୟିକାରେ ନଜର ଆସିବେ ମହେଶ୍ୱେତା ରାୟ
ଭୁବନେଶ୍ବର: ମହେଶ୍ଵେତା ରାୟଙ୍କ ଫାରୋ ମାନଙ୍କ ପାଇଁ ଖୁସି ଖବର । ପୁଣି ନଜର ଆସିବେ ଓଲିଉଡର ନାୟିକା ଲାଲପାନ ବିବିରୁ ପ୍ରସିଦ୍ଧି ଲାଭ କରିଥିବା ମହେଶ୍ୱେତା ରାୟ । ଘୋଷଣା ହେଲା ତାଙ୍କର ନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ । ଜୟ ଜଗନ୍ନାଥ ନତଜ୍ୟୋତ୍ସ୍ନା ପ୍ରଡ଼କସନ୍ ହାଉସ ଦ୍ୱାରା ପ୍ରସ୍ତୁତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା” ର ନାମ ଘୋଷଣା ସହିତ ଏହି ଅବସରରେ ଫିଲ୍ମ ପୋଷ୍ଟର ଉନ୍ମୋଚନ ଭୁବନେଶ୍ୱରରେ କରାଯାଇଛି ।
ଏହି ଉତ୍ସବରେ ପ୍ରଯୋଜକ ରୁପେଶ କୁମାର ନାୟକ, ସହ ପ୍ରଯୋଜିକା ସଂଗୀତା ବିଷୋୟୀ, ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ତଥା ବରିଷ୍ଠ ଅଭିନେତ୍ରୀ ମହାଶ୍ଵେତା ରାୟ ପ୍ରମୁଖ ଯୋଗଦେଇଥିଲେ । “ନାୟିକା” ଭୂମିକାରେ ଯିଏ ନଜର ଆସିବେ ତାଙ୍କୁ ଓଡିଶାରେ କିଏ ବା ନ ଜାଣେ । ଓଲିଉଡ଼ର ବହୁ ଚର୍ଚ୍ଚିତା ସେଦିନର ଗୌରୀ ନାନୀ ବା ଲାଲପାନବିବି ମହାଶ୍ଵେତା ରାୟ । ପୁଣି ଥରେ ନାୟିକା ଭୂମିକା କୁ ବଡ଼ ପରଦାରେ ଦେଖିବେ ଦର୍ଶକ ।
ଏବେ ପ୍ରେକ୍ଷାଳୟ ପ୍ରତି ସମସ୍ତ ସିନେପ୍ରେମୀ ଙ୍କ ର ଆଗ୍ରହ ବଢ଼ିବାରେ ଲାଗିଛି l ବିଭିନ୍ନ ମୌଳିକ କାହାଣୀକୁ ନେଇ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଥିବାରୁ ନିକଟ ଅତୀତରେ ଅନେକ ସିନେମା ହିଟ୍ ମଧ୍ୟ ହୋଇଛି । ସେମିତି ଏକ ମୌଳିକ କାହାଣୀକୁ ନେଇ ନାୟିକା ନିର୍ମାଣ ହେବାକୁ ଯାଉଛି । ନାୟିକା ନାଁ ଏବଂ ପୋଷ୍ଟରରୁ ଅନୁମାନ କରାଯାଇପାରେ ଏହା ଏକ ମଞ୍ଚ ନାଟକର କାହାଣୀ ଉପରେ ପର୍ଯ୍ୟବେଶିତ ହେଇଥିବ ନିଶ୍ଚୟ । କାହାଣୀରେ ପ୍ରେମ ମଧ୍ୟ ଭରପୁର ରହିଛି ।
ଏହି ଚଳଚ୍ଚିତ୍ରକୁ ପ୍ରଯୋଜନା କରିଛନ୍ତି ରୁପେଶ କୁମାର ନାୟକ ଏବଂ ନିର୍ଦ୍ଦେଶନା ଦେଉଛନ୍ତି ଇଣ୍ଡଷ୍ଟ୍ରିର ଷ୍ଟାଇଲିଷ୍ଟ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ l କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଶଙ୍କର ତ୍ରିପାଠୀ l ଏହାର ସହ ପ୍ରଯୋଜନା କରିଛନ୍ତି ସଂଗୀତା ବିଷୋୟୀ l ପ୍ରଡ଼କସନ ଡିଜାଇନର ଚିତ୍ତ ରଞ୍ଜନ ଆଚାର୍ଯ୍ୟ ଏବଂ ପ୍ରଚାର ଓ ପ୍ରସାର ମୁଖ୍ୟ ରହିଛନ୍ତି ମିଡ଼ିଆ ପ୍ଲାନର ଭରତ ପ୍ରଧାନ l
ବାଇଟ_ ମହେଶ୍ୱେତା ରାୟ ଅଭିନେତ୍ରୀ
Comments are closed.