ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ


ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମୁମ୍ବାଇ ଲୀଲାବତୀ ହସ୍ପିଟାଲରୁ ଆଜି ଡିସଚାର୍ଜ ହୋଇଛନ୍ତି । ହସ୍ପିଟାଲରୁ ଘରକୁ ଆସିବା ସମୟରେ ପାପାରାଜି ସାମ୍ନାରେ ହାତ ହଲାଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ଅଗଷ୍ଟ ୮ ତାରିଖ ସନ୍ଧ୍ୟାରେ ତାଙ୍କୁ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଛି ।ହସ୍ପିଟାଲରେ ଭର୍ତ୍ତି ହେବା ସୂଚନା ସଞ୍ଜୟ ଦତ୍ତ ନିଜେ ଟ୍ୱିଟର ମାଧ୍ୟମରେ ଦେଇଥିଲେ । ଟ୍ୱିଟରରେ ସେ ଲେଖିଥିଲେ ଯେ, “ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଚି ଯେ ବର୍ତ୍ତମାନ ମୁଁ ଡାକ୍ତରଙ୍କ ଦେଖରେଖରେ ଅଛି ଏବଂ ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି । ଲୀଳାବତୀ ହସ୍ପିଟାଲରେ ଡାକ୍ତର, ନର୍ସ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ମୁଁ ଦିନେ ଦୁଇ ଦିନ ଭିତରେ ଭଲ ହୋଇ ଫେରି ଆସିବି । ଆଶୀର୍ବାଦ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ।” ଶନିବାର ସନ୍ଧ୍ୟାରେ ପାଖାପାଖି ୪ଟା ସମୟରେ ସଞ୍ଜୟ ଦତ୍ତଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ସେଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫିଲ୍ମ ସମ୍ପର୍କରେ ଯଦି କୁହାଯାଏ ତାହେଲେ ସୋମବାର ଦିନ ସଞ୍ଜୟ ଦତ୍ତଙ୍କ ଅପକମିଙ୍ଗ ଫିଲ୍ମ ସଡକ-୨ରେ ତାଙ୍କର ଫାଷ୍ଟଲୁକ ରିଭିଲ କରାଯାଇଛି । ସଡକ-୨ ରେ ସଞ୍ଜୟ ଦତ୍ତଙ୍କ ସହିତ ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ମହେଶ ଭଟ୍ଟଙ୍କ ନିର୍ଦେଶିତ ଏହି ଫିଲ୍ମ ଅଗଷ୍ଟ ୨୮ ତାରିଖରେ ଡିଜ୍ନି ହଟଷ୍ଟାର୍ ରେ ରିଲିଜ ହେବ ।


Share It

Comments are closed.