ପାକିସ୍ତାନ ଇତିହାସରେ ପ୍ରଥମ: ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେଲେ ହିନ୍ଦୁ ଝିଅ

Share It

ଆଜି ସମସ୍ତେ ପାକିସ୍ତାନର ଶିଖରପୁର ନିବାସୀ ସାନା ରାମଚାନ୍ଦ ଗୁଲୱାନୀଙ୍କ ପାଇଁ ଗର୍ବିତ। ସେ ହେଉଛନ୍ତି ପ୍ରଥମ ହିନ୍ଦୁ ଝିଅ ଯିଏ ପାକିସ୍ତାନରେ ପ୍ରଶାସନିକ ସେବା ପ୍ରଦାନ କରିବେ। ୨୭ ବର୍ଷୀୟା ସାନା ତାଙ୍କର ପ୍ରଥମ ପ୍ରୟାସରେ ପାକିସ୍ତାନର କଠିନ ପରୀକ୍ଷା ଭାବରେ ବିବେଚିତ ହୋଇଥିବା ସେଣ୍ଟ୍ରାଲ ସୁପିରିୟର ସର୍ଭିସେସ୍ (ସିଏସ୍ଏସ୍) କୁ କ୍ଲିୟର କରିଛନ୍ତି। ପାକିସ୍ତାନର CSS ପରୀକ୍ଷା ଭାରତରେ ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା ସହିତ ସମାନ, ଯାହା ପରେ ପ୍ରାର୍ଥୀ ମନୋନୀତ ହୋଇ ପ୍ରଶାସନିକ ସେବାକୁ ଯାଆନ୍ତି |

ସାନା ନିଜେ ମେ’ରେ ଏହି ପରୀକ୍ଷା କ୍ଲିୟର କରିଥିଲେ। ତେବେ ସେପ୍ଟେମ୍ବରରେ ତାଙ୍କ ନିଯୁକ୍ତିରେ ମୋହର ଲଗାଯାଇଛି। ଭାରତଠାରୁ ଅଲଗା ହେବା ପରଠାରୁ କୌଣସି ହିନ୍ଦୁ ଝିଅ ପାକିସ୍ତାନରେ ପ୍ରଶାସନିକ ସେବାରେ ନାହାଁନ୍ତି। ପ୍ରକାଶଥାଉ ଯେ ଏହା ପୂର୍ବରୁ ସାନା ପାକିସ୍ତାନରେ ସର୍ଜନ ଭାବରେ କାମ କରିଛନ୍ତି | ପାଞ୍ଚ ବର୍ଷ ପୂର୍ବେ ସେ ବେନାଜିର ଭୁଟ୍ଟୋ ମେଡିକାଲ ୟୁନିଭରସିଟିରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ସାନା ଏହି ପରୀକ୍ଷାରେ ସିନ୍ଧ ପ୍ରଦେଶର ଗ୍ରାମୀଣ ଆସନରୁ ହାଜର ହୋଇଥିଲେ। ଏହି ସିଟ ପାକିସ୍ତାନ ଆଡମିନିଷ୍ଟ୍ରେଟିଭ ସର୍ଭିସେସ ଅନ୍ତର୍ଗତ ଆସିଥାଏ ।

ସାନା ତାଙ୍କ ସଫଳତା ଉପରେ ମେ ୭ ରେ ଟ୍ୱିଟରରେ ଏକ ପୋଷ୍ଟ ମଧ୍ୟ ପୋଷ୍ଟ କରିଥିଲେ ଯେଉଁଥିରେ ସେ ଖୁସି ବ୍ୟକ୍ତ କରିଥିଲେ ଏବଂ ଲେଖିଥିଲେ, “ୱାହେଗୁରୁ ଜି କା ଖାଲସା ୱେହେଗୁରୁ ଜୀ କି ଫାତେହି ମୁଁ ଖୁସି ଯେ ଆଲ୍ଲା ସର୍ବଶକ୍ତିମାନ୍ ଙ୍କ କୃପାରୁ ମୁଁ CSS ୨୦୨୦ କ୍ଲିଅର କରିସାରିଛି । ଏହାସହ ମୋତେ PASରେ ଚାକିରୀ ବି ମିଳିସାରିଛି । ତେବେ ଏଥିପାଇଁ ସମସ୍ତ ଶ୍ରେୟ ମୋର ପିତାମାତାଙ୍କୁ ଦେଉଛି ।


Share It

Comments are closed.