ଭାରତରେ ସାମସଙ୍ଗର ନୂଆ ୱାଇଫାଇ ସମୃଦ୍ଧ କମ୍ପାକ୍ଟ ଭିଆରଏଫ ଏୟାର କଣ୍ଡିସନିଂ ସିଷ୍ଟମର ଶୁଭାରମ୍ଭ


ଭୁବନେଶ୍ୱର: ସାମସଙ୍ଗ ଭାରତରେ ଏହାର ବୃହତ କ୍ଷମତା ବିଶିଷ୍ଟ ଭାରିଏବଲ ରେଫ୍ରିଜେରାଂଟ ଫ୍ଲୋ (ଭିଆରଏଫ) ଏୟାର କଣ୍ଡିସନିଂ ସିଷ୍ଟମର ଶୁଭାରମ୍ଭ କରିଛି । ଏହାକୁ ପ୍ରିମିୟମ ଆପାର୍ଟମେଂଟ, ଭିଲା, ବଙ୍ଗଳା, ଘର ତଥା ବାଣିଜ୍ୟିକ ଓ ରିଟେଲ ପ୍ରତିଷ୍ଠାନରେ ୦.୫ ବର୍ଗ ମିଟରରେ ସ୍ଥାପିତ କରାଯାଇପାରିବ । ଏହି ନୂତନ ସାଇଡ ଡିସଚାର୍ଜ ଭିଆରଏଫ ସିଷ୍ଟମ-ଡିଭିଏମ ଏସ୍ ଇକୋ-ଏକ ଉତ୍କୃଷ୍ଟ ପରିବେଶ ଉପଯୋଗୀ ଓ ଶବ୍ଦମୁକ୍ତ ଏୟାର କଣ୍ଡିସନିଂ ସମାଧାନ ପ୍ରଦାନ କରେ ଓ ଉପଯୁକ୍ତ ମଲଟି-ରୁମ କୁଲିଂ ପାଇଁ ଏକ ବିଶେଷିତ ସିଙ୍ଗଲ ଆଉଟ୍‌ଡୋର ୟୁନିଟ ପ୍ରଦାନ କରେ । ଏହାର ଇନଷ୍ଟଲେସନ ଓ ପରିଚାଳନା ବହୁତ ସହଜ । ଡିଭିଏମ୍ ଏସ୍ ଇକୋ ହେଉଛି ଏକ ଟେକ୍ନୋଲୋଜି ଯାହାକୁ ପିକ ଡିମାଣ୍ଡ କଂଟ୍ରୋଲ କୁହାଯାଏ, ଯାହା ଶକ୍ତି ଖର୍ଚ୍ଚକୁ କମ କରିଥାଏ । ଡିଭିଏମ୍ ଇକୋ ସିରିଜ ଇନଷ୍ଟଲଲେସନର ସହଜତା ପ୍ରଦାନ କରେ ଯେଉଁଠାରେ ଥରକରେ ୧୬ ଇନଡୋର ୟୁନିଟ ସ୍ଥାପନ କରାଯାଇପାରିବ ।
ୱାଇ-ଫାଇ ସମୃଦ୍ଧ ଡିଭିଏମ୍ ଇକୋ ସିରିଜ ସ୍ମାର୍ଟ ଫିଚର ଯଥା ଭଏସ୍ କଂଟ୍ରୋଲ ଓ ସ୍ମାର୍ଟଫୋନ କନେକ୍ଟିଭିଟି ସହିତ ଆସିଛି । ଡିଭିଏମର ଇକୋ ୪ ଏଚପିରୁ ୧୪ ଏଚପି କ୍ଷମତା ମଧ୍ୟରେ ଆସିଥାଏ । ଏଥିରେ ଥିବା ଟୁଇନ୍ ବିଏଲଡିସି କମ୍ପ୍ରେସର ଟର୍କ ପରିବର୍ତନକୁ ୭୫% ପର୍ଯ୍ୟନ୍ତ କମ କରିଥାଏ ଓ ଚଳନୀୟ ପାର୍ଟର ଦୃଢ଼ତାରେ ଉନ୍ନତି ଆଣିଥାଏ । ଏଥିରେ ଥିବା ସାଇଲେଂଟ ମୋଡ଼ ସହିତ ଆପଣ ରାତିରେ ଶବ୍ଦ କମ କରିପାରିବେ । ଡିଭିଏମ୍ ଏସ୍ ଇକୋ ସିରିଜ ପିଏମ୍ ୧.୦ ଫିଲଟର ସହିତ ଉପଯୋଗୀ ଯାହା ଆରାମଦାୟକ କୁଲିଂ ସହିତ ୦.୩ ମାଇକ୍ରନ କଣିକା ଆକାର ପର୍ଯ୍ୟନ୍ତ ଶୁଦ୍ଧତା ପ୍ରଦାନ କରେ ।
“ନୂତନ ଡିଭିଏମ୍ ଏସ ଇକୋ ସିଷ୍ଟମର ପଛରେ ରହିଥିବା ଇନୋଭେସନ ଓ ଇଞ୍ଜିନିୟରିଂ କମ୍ପାକ୍ଟ ଭିଆରଏଫ ସଲ୍ୟୁସନ ପ୍ରଦାନ କରେ ଓ ଏହା ହାଇ-ଏନର୍ଜି ସିଷ୍ଟମରେ କାର୍ଯ୍ୟ କରିବା ସହିତ ସ୍ଥାପନା, ମରାମତି ଓ ରକ୍ଷଣାବେକ୍ଷଣ କରିବା ସହଜ ଅଟେ । “ବୋଲି ସାମସଙ୍ଗ ଇଣ୍ଡିଆର ସିଷ୍ଟମ ଏୟାର କଣ୍ଡିସନିଂ ବିଜନେସ, ଡାଇରେକ୍ଟର ଶ୍ରୀ ବିପିନ ଅଗ୍ରୱାଲା କହିଛନ୍ତି ।


Share It

Comments are closed.