ସାମସଙ୍ଗ ବଜାରକୁ ଛାଡ଼ିଲା ଜେ୪ ସ୍ମାର୍ଟଫୋନ


ଭାରତର ସର୍ବବୃହତ ତଥା ୧ ନମ୍ବର ସ୍ମାର୍ଟଫୋନ ବ୍ରାଣ୍ଡ ସାମସଙ୍ଗ ଏହାର ଗ୍ୟାଲେକ୍ସି ସ୍ମାର୍ଟଫୋନର ସଂପ୍ରସାରଣ କରି ନୂତନ ଗ୍ୟାଲେକ୍ସି ଜେ୪କୁ ବଜାରରେ ପ୍ରବେଶ କରାଇଛି । ଗ୍ୟାଲେକ୍ସି ଜେ ଭାରତର ଅନ୍ୟତମ ଲୋକପ୍ରିୟ ସ୍ମାର୍ଟଫୋନ । ଗ୍ୟାଲେକ୍ସି ଜେ୪ ବଜାର ପ୍ରବେଶ ଫଳରେ ଏହି ସିରିଜର ସ୍ମାର୍ଟଫୋନ ବଜାର ଦଖଲ ସୁଦୃଢ଼ କରିପାରିବ । ଗ୍ୟାଲେକ୍ସି୍ସି ଜେ୪ରେ ଅଭିନବ ମେମୋରୀ ପରିଚାଳନା ବ୍ୟବସ୍ଥା ରହିଛି । ଏହି ମେକ୍ ଇନ୍ ଇଣ୍ଡିଆ ବ୍ୟବସ୍ଥା ଦ୍ୱାରା ସାମାଜିକ ଗଣମାଧ୍ୟମରୁ ଫଟୋ ଓ ଭିଡ଼ିଓ ବିଷୟବସ୍ତୁ ସ୍ୱୟଂକ୍ରିୟ ଭାବେ ମେମୋରୀରେ ସଂରକ୍ଷିତ ହୋଇଥାଏ । ଏଥିରେ ଥିବା ଆଧୁନିକ ମେମୋରୀ ପରିଚାଳନା ବ୍ୟବସ୍ଥା ଦ୍ୱାରା ଯଦି କୌଣସି ଫଟୋ ବା ବିଷୟବସ୍ତୁ ୨ ଥର ରହିଥାଏ ଏହା ତାହାକୁ ଲିଭାଇଥାଏ ।
ଗାଲାକ୍ସି ଜେ୪ରେ ନିୟନ୍ତ୍ରଣଶୀଳ ସମ୍ମୁଖ ଏଲଇଡ଼ି ଫ୍ଲାସ ରହିଛି । ଏହା ଯୁବପିଢ଼ିଙ୍କୁ ସେଲଫି ନେବାରେ ସହାୟକ ହୋଇଥାଏ । ଏଥିରେ ୧୩ଏମପି ପଛ କ୍ୟାମେରା ରହିଛି । ଏଥିସହ ଏଫ୧.୯ ଆପରେଚର ରହିଛି । ଏଥିରେ ୫.୫ ଇଞ୍ଚ ଏଚଡ଼ି ସୁପର ଆମୋଏଲଇଡି଼ ଡ଼ିସପ୍ଲେ ପ୍ରଯୁକ୍ତି ରହିଛି । ଫଳରେ ଦୃଶ୍ୟ ବେଶ ସ୍ପଷ୍ଟ ଓ ଉଜ୍ୱଳ ଦେଖାପଡ଼େ । ଆଣ୍ଡ୍ରଏଡ଼ ଓରିଓ ୮.୦ ଅପରେଟିଂ ବ୍ୟବସ୍ଥା ଏଥିରେ ରହିଛି ।
ଆମ ଗ୍ରାହକଙ୍କ ଜୀବନ ଶୈଳୀରେ ନୂତନ ମୂଲ୍ୟ ସଂଯୋଜିତ କରିବା ପାଇଁ ସାମସଙ୍ଗ ସର୍ବଦା ଉଦ୍ୟମ କରିଆସିଛି ବୋଲି କହିଛନ୍ତି ସାମସଙ୍ଗ ଇଣ୍ଡିଆ ମୋବାଇଲ ବ୍ୟବସାୟ ନିର୍ଦ୍ଦେଶକ ସୁମିତ ୱାଲିଆ । ଭାରତରେ ୬୦ ନିୟୁତ ଗ୍ୟାଲେକ୍ସି ଜେ ସିରିଜ ବିକ୍ରି ହେବା ଏହାର ଲୋକପ୍ରିୟତାକୁ ପ୍ରମାଣ କରୁଛି । ଗ୍ୟାଲେକ୍ସି ଜେ୪ରେ ଅନେକ ନୂତନ ବ୍ୟବସ୍ଥା ସଂଯୋଜିତ କରାଯାଇଥିବା ସେ କହିଛନ୍ତି । ଗ୍ୟାଲେକ୍ସିି ଜେ୪ର ବ୍ୟାଟେରୀ ଶକ୍ତି ୩୦୦୦ ଏମଏଏଚ ରହିଛି । ନୀଳ, କଳା ଓ ସୁନେଲି ରଙ୍ଗରେ ଏହା ବଜାରକୁ ଆସିଛି । ୨ଜିବି + ୧୬ ଜିବି ମେମୋରୀର ମୂଲ୍ୟ ୯୯୯୦ ଟଙ୍କା ଥିବାବେଳେ ୩ଜିବି + ୩୨ ଜିବିର ମୂଲ୍ୟ ୧୧, ୯୯୦ ଟଙ୍କା ରହିଛି ।


Share It

Comments are closed.