ସାମସଙ୍ଗ ପକ୍ଷରୁ ଭୁବନେଶ୍ୱରରେ ଶିକ୍ଷା ଏବଂ ଇନୋଭେସନ ରୋଡ଼ ଶୋ ଆୟୋଜିତ


ଭୁବନେଶ୍ୱର: ସାମସଙ୍ଗ ଇଣ୍ଡିଆ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଶିକ୍ଷା ଏବଂ ଇନୋଭେସନ ରୋଡ ଶୋ ରେ ବିଦ୍ୟାଳୟ ଓ କଲେଜର ଛାତ୍ରଛାତ୍ରୀମାନେ ଆଗ୍ରହର ସହିତ ସାମିଲ ହୋଇଛନ୍ତି । ସେମାନେ ରାଜ୍ୟ ତଥା ଦେଶର ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଚିହ୍ନଟ କରିଛନ୍ତି ଓ ଏହାର ସମାଧାନ ପାଇଁ ସଂକଳ୍ପ ନେଇଛନ୍ତି । ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ସେମାନେ ବାସ୍ତବିକ ଦୁନିଆର ସମସ୍ୟାକୁ ସମାଧାନ କରିବାକୁ ଚାହୁଁଛନ୍ତି ଯଥା ଦୈନିକ ଶ୍ରମିକମାନଙ୍କର କାର୍ଯ୍ୟ ସୁରକ୍ଷା, ସ୍କୁଲ ଛାତ୍ରଛାତ୍ରୀମାନଙ୍କର ମାନସିକ ସୁସ୍ଥତା, ସାନିଟାରୀ ନାପକିନର ନିରାପଦ ନିସ୍କାସନ, ଚିଲିକା ହ୍ରଦ ନୀକଟରେ ରହୁଥିବା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଜୀବିକା ନିର୍ବାହ, ପ୍ଲାଷ୍ଟିକ ପୁନଃବ୍ୟବହାରର ଅଭାବ, କୀଟମାନଙ୍କ ଦ୍ୱାରା ହେଉଥିବା ଶସ୍ୟର କ୍ଷୟକ୍ଷତି, କୃଷିଜାତ ବର୍ଜ୍ୟର ପୁନଃବ୍ୟବହାର ଓ ଏହିପରି ଆହୁରି ଅନେକ ସମସ୍ୟା ସାମିଲ ରହିଛି । ସେମାନଙ୍କ ମତରେ ସେମାନଙ୍କୁ ସାମସଙ୍ଗର ସଲଭ ଫର ଟୁମୋରୋ ଏଜୁକେସନ ଏବଂ ଇନୋଭସେନ ପ୍ରତିଯୋଗୀତା ଭଳି ଏକ ପ୍ଲାଟଫର୍ମର ଆବଶ୍ୟକତା ରହିଛି ଯାହାକି ସେମାନଙ୍କ ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ସାହାଯ୍ୟ କରି ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ଲାଗି ମାର୍ଗଦର୍ଶନ ଯୋଗାଇପାରିବ ।

ସାମସଙ୍ଗର ବିଶ୍ୱସ୍ତରୀୟ ସିଏସଆର କାର୍ଯ୍ୟକ୍ରମ ସଲଭ ଫର ଟୁମୋରୋ ବିଷୟରେ ଆଲୋଚନା କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରରୁ ୪୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଏଥିରେ ସହରର ଯୁବ ଇନୋଭେଟର ତଥା ଲାରକାଇ ହେଲଥକେୟାର ସହ-ପ୍ରତିଷ୍ଠାତା, ପ୍ରିତମ ଧଳ ମଧ୍ୟ ସାମିଲ ରହିଛନ୍ତି । ଏହି ହେଲଥକେୟାର ଏଭଳି ଏକ ମେଡିକାଲ ଡିଭାଇସ ବିକଶିତ କରିଛି ଯାହା ହୃତପିଣ୍ଡରୁ ୩୦ ସେକେଣ୍ଡ ମଧ୍ୟରେ ତଥ୍ୟ ସଂଗ୍ରହ କରିଥାଏ । ତାଙ୍କର କମ୍ପାନୀ ଗ୍ରାମୀଣ ରୋଗୀମାନଙ୍କୁ ସ୍କ୍ରିନିଂ ସେବା ପ୍ରଦାନ କରିଥାଏ । ବର୍ତମାନ ଏକ ସଫଳ ସାମାଜିକ ଉଦ୍ୟୋଗର ପରିଚାଳନା କରୁଥିବା ଏହି ଇନୋଭେଟର ଛାତ୍ରଛାତ୍ରୀଙ୍କ ସହିତ ତାଙ୍କ ସଫଳତା ଏବଂ ବିଫଳତାର ଅନୁଭୂତି ବିଷୟରେ ଆଲୋଚନା କରିଛନ୍ତି ଯଦ୍ୱାରା ତାଙ୍କ ଆଖପାଖରେ ଥିବା ଗୋଷ୍ଠୀମାନଙ୍କ ଜୀବନରେ ପରିବର୍ତନ ଅଣାଯାଇପାରିବ ।

ସଲଭ ଫର ଟୁମୋରୋ ଉଦଘାଟନୀ ସଂସ୍କରଣରେ ଭାରତର ୧୬ ରୁ ୨୨ ବର୍ଷୀୟ ଯୁବକମାନଙ୍କ ଠାରୁ ଶିକ୍ଷା, ପରିବେଶ, ସ୍ୱାସ୍ଥ୍ୟ ଯତ୍ନ ଓ କୃଷି କ୍ଷେତ୍ରରେ ଆବେଦନ ଆମନ୍ତ୍ରିତ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଯୁବକମାନେ ଚଳିତ ଜୁଲାଇ ୩୧ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସେମାନଙ୍କ ଆଇଡିଆ ପଠାଇପାରିବେ । ଏପର୍ଯ୍ୟନ୍ତ ସମଗ୍ର ଦେଶରୁ ୭୦୦୦ରୁ ଅଧିକ ଟିମ ଏହି ଇନୋଭେସନ ପ୍ରତିଯୋଗୀତା ପାଇଁ ପଞ୍ଜିକରଣ କରାଇଛନ୍ତି । ଏହି ପ୍ରତିଯୋଗୀତାରେ ତିନିଜଣ ଜାତୀୟ ବିଜେତା ୧କୋଟି ଟଙ୍କା ପର୍ଯ୍ୟନ୍ତର ମେଗା ସହାୟତା ପାଇରିବେ ଏବଂ ଆଇଆଇଆଇଟି ଦିଲ୍ଲୀ ର ଅଭିଜ୍ଞ ମାର୍ଗଦର୍ଶନ ଅଧିନରେ ୬ ମାସ ପାଇଁ ମେଂଟରିଙ୍ଗ ସହାୟତା ପାଇବେ ।


Share It

Comments are closed.