ଗ୍ୟାଲାକ୍ସି ନୋଟ୍‌୨୦ରେ ଆକର୍ଷଣୀୟ ଅଫର୍ ଆଣିବା ଲାଗି ସାମ୍‌ସଙ୍ଗ ଇଣ୍ଡିଆ ଓ ମାଇକ୍ରୋସଫ୍ଟ ସହବନ୍ଧିତ


ଭୁବନେଶ୍ୱର: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ୍ ବ୍ରାଣ୍ଡ ସାମ୍‌ସଙ୍ଗ, ଏହାର ଫ୍ଲାଗ୍‌ସିପ୍ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ଓ ଗ୍ୟାଲାକ୍ସି ନୋଟ୍‌୨୦ର ଉପଭୋକ୍ତାମାନଙ୍କ ପାଇଁ ଆକର୍ଷଣୀୟ ଅଫର୍ ଆଣିବା ଲାଗି ମାଇକ୍ରୋସଫ୍ଟ ଇଣ୍ଡିଆ ସହିତ ସହବନ୍ଧିତ ହୋଇଛି । ଏହି ସହବନ୍ଧନ ସହିତ ଗ୍ୟାଲାକ୍ସି ନୋଟ୍‌୨୦ ଉପଭୋକ୍ତାମାନେ ଏକ ସ୍ୱତନ୍ତ୍ର ମୂଲ୍ୟରେ ମାଇକ୍ରୋସଫ୍ଟ ୩୬୫ ପାଇଁ ଆକ୍‌ସେସ୍ ପାଇପାରିବେ । ମାଇକ୍ରୋସଫ୍ଟ ୩୬୫ ହେଉଛି ମାଇକ୍ରୋସଫ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ଏକ ଉତ୍ପାଦକତା କ୍ଷେତ୍ର, ଯାହାକି କ୍ଲାଉଡ୍ ଷ୍ଟୋରେଜ୍‌, ଅତ୍ୟାଧୁନିକ ସୁରକ୍ଷା ଓ ପ୍ରିମିୟମ ମାଇକ୍ରୋସଫ୍ଟ ଆପ୍ଲିକେସନଗୁଡିକ ପାଇଁ ପହଂଚକୁ ଅନ୍ତର୍ଭୁକ୍ତ କରୁଛି ।
ମାଇକ୍ରୋସଫ୍ଟ ସହିତ ସାମ୍‌ସଙ୍ଗର ସହଭାଗିତା ମାଇକ୍ରୋସଫ୍ଟ ୩୬୫ ଓ ୱିଣ୍ଡୋଜ୍ ୧୦ ପିସିଗୁଡିକ ସହିତ ଗ୍ୟାଲାକ୍ସି ଡିଭାଇସ୍‌ଗୁଡିକର ବାଧାହୀନ ଇଂଟିଗ୍ରେସନକୁ ସୁନିଶ୍ଚିତ କରିବ । ମାଇକ୍ରୋସଫ୍ଟ ୩୬୫ ସହିତ ଗ୍ୟାଲାକ୍ସି ବ୍ୟବହାରକାରୀମାନେ ୬ ଟିବି (ପ୍ରତି ବ୍ୟବହାରକାରୀଙ୍କ ପାଇଁ ୧ ଟିବି ହିସାବରେ ୬ ବ୍ୟବହାରକାରୀଙ୍କ ପାଇଁ) ୱାନ୍ ଡ୍ରାଇଭ୍ କ୍ଲାଉଡ୍ ସ୍ପେସ୍ ସହିତ ଅତ୍ୟାଧୁନିକ ସୁରକ୍ଷା ପାଇଁ ପର୍ସନାଲ ଭଲ୍ଟ ପାଇପାରିବେ । ମାଇକ୍ରୋସଫ୍ଟ ୩୬୫ ଉପଭୋକ୍ତାଙ୍କୁ ନିଜ ସ୍ମାର୍ଟଫୋନ୍ ହେଉ କିମ୍ବା ଲାପ୍‌ଟପ୍ ସମସ୍ତ ଡିଭାଇସ୍‌ରେ ୱାର୍ଡ, ଏକ୍ସେଲ୍ ପାୱାରପଏଂଟ୍‌, ଆଉଟ୍‌ଲୁକ୍ ଆଦି ପ୍ରିମିୟମ ଅଫିସ୍ ଆପ୍ଲିକେସନଗୁଡିକ ପାଇଁ ଆକ୍‌ସେସ୍ ପ୍ରଦାନ କରିଥାଏ । ‘ୟୋର୍ ଫୋନ୍ ଆପ୍‌’ ସହିତ ଆପଣ ନିଜର ଗ୍ୟାଲାକ୍ସି ନୋଟ୍‌୨୦ରୁ ନିଜ କମ୍ପ୍ୟୁଟରକୁ ସିଧାସଳଖ ଆଣ୍ଡ୍ରଏଡ୍ ଆପ୍‌ଗୁଡିକୁ ଆକ୍‌ସେସ୍ କରିପାରିବେ । ଉପଭୋକ୍ତାମାନେ ନିଜ ସ୍ମାର୍ଟଫୋନ୍‌ରୁ ନିଜ କମ୍ପ୍ୟୁଟରରେ ନୋଟ୍ ଓ ରିମାଇଣ୍ଡରଗୁଡିକୁ ଦେଖିବା ପାଇଁ ସାମ୍‌ସଙ୍ଗ ନୋଟ୍‌କୁ ୱାନ୍‌ନୋଟ୍ ଫିଡ୍ ସହିତ ସିଙ୍କ୍ କରିପାରିବେ । ମାଇକ୍ରୋସଫ୍ଟ ୩୬୫ ଫ୍ୟାମିଲିର ମୂଲ୍ୟ ୫୨୯୯ ଟଙ୍କା ରହିଛି କିନ୍ତୁ ଗ୍ୟାଲାକ୍ସି ନୋଟ୍‌୨୦ ଓ ନୋଟ୍‌୨୦ ଅଲ୍‌ଟ୍ରା ୫ଜିର ଉପଭୋକ୍ତାମାନେ ଏହାକୁ ୨୨.୬%ର ଏକ ପ୍ରଭାବୀ ରିହାତି ସହିତ ସାମ୍‌ସଙ୍ଗ ସପ୍‌ରୁ କିଣିପାରିବେ ।
ଏସମ୍ପର୍କରେ ସାମ୍‌ସଙ୍ଗ ଇଣ୍ଡିଆର ମୋବାଇଲ ବିଜ୍‌ନେସ୍ ବିଭାଗର ନିର୍ଦ୍ଦେଶକ ଶ୍ରୀ ଆଦିତ୍ୟ ବାବର କହିଛନ୍ତି ଯେ, “ନୂଆ ୱାୟାରଲେସ୍ ସାମ୍‌ସଙ୍ଗ୍ ଡେକ୍ସ ଓ ମାଇକ୍ରୋସଫ୍ଟ ସହିତ ଆମର ସହଭାଗିତା ଆପଣଙ୍କୁ ୱର୍କ ଡିଭାଇସ୍‌ଗୁଡିକରେ ସବୁବେଳେ କନେକ୍ଟେଡ୍ ରଖିବ ।” ସେହିପରି ମାଇକ୍ରୋସଫ୍ଟ ଇଣ୍ଡିଆର ଡିଭାଇସ୍ ବିଭାଗର ଗ୍ରୁପ୍ ଡାଇରେକ୍ଟର ଫର୍‌ହାନା ହକ୍ କହିଛନ୍ତି ଯେ, “ମାଇକ୍ରୋସଫ୍ଟ ୩୬୫ ଓ ୱିଣ୍ଡୋଜ୍ ୧୦ରେ ଥିବା ଆପ୍ ଓ ସେବାଗୁଡିକର ବିସ୍ତୃତ ଶୃଙ୍ଖଳାକୁ ସାମ୍‌ସଙ୍ଗର ନୂତନ ଡିଭାଇସ୍‌ଗୁଡିକ ସହିତ ଏକତ୍ରିତ କରିବା ଫଳରେ ଉପଭୋକ୍ତାମାନେ ନିଜର କାର୍ଯ୍ୟକୁ ଆହୁରି ସହଜରେ କରିପାରିବେ ।”


Share It

Comments are closed.