ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ କ୍ଷତିପୁରଣ ସେସ୍ ୪୯,୭୪୦ କୋଟି ରାଜସ୍ୱ ସୃଷ୍ଟି କରିପାରିବ:ବିଶେଷଜ୍ଞଙ୍କ ମତ


ଭୁବନେଶ୍ୱର: ଡାକ୍ତର ଓ ଅର୍ଥଶାସ୍ତ୍ରବିତଙ୍କ ସମେତ ଜନସ୍ୱାସ୍ଥ୍ୟ ସମୂହଗୁଡ଼ିକ ଜିଏସଟି ପରିଷଦଙ୍କୁ ସମସ୍ତ ତମ୍ବାଖୁ ଜାତୀୟ ଉତ୍ପାଦଗୁଡ଼ିକ ଉପରେ (କନମ୍ପନସେସନ ସେସ୍‌) କ୍ଷତିପୂରଣ ଉପକରକୁ ବଢ଼ାଇବାକୁ ଅନୁରୋଧ କରିଛନ୍ତି, ଯାହାକି ୪୯, ୭୪୦ କୋଟି ଟଙ୍କାର ଅତିରିକ୍ତ କର ରାଜସ୍ୱ ଯୋଗାଇପାରିବ । ଏହି ଅତିରିକ୍ତ କର ରାଜସ୍ୱ ବର୍ତମାନ ମହାମାରୀ ସମୟରେ ଭିନ୍ନ ଭିନ୍ନ ରାଜ୍ୟଗୁଡ଼ିକର ବର୍ଦ୍ଧିତ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ଏବଂ କେନ୍ଦ୍ର ଦ୍ୱାରା ବକେୟା ଦେୟଗୁଡ଼ିକର କ୍ଷତିପୂରଣ କରିବାରେ ସହାୟକ ହୋଇପାରିବ । ଏକ ଅତିରକ୍ତ ପଦକ୍ଷେପ ସ୍ୱରୂପ ଏମାନେ ସଭିଏଁ ଜିଏସଟି ପରିଷଦଙ୍କୁ ବିଡ଼ି ଉପରେ ଏହି କ୍ଷତିପୂରଣ ସେସ୍‌କ୍‌ୁ ଲାଗୁ କରିବା ନିମନ୍ତେ ଏବଂ ଆଗାମୀ ବୈଠକରେ ସିଗାରେଟ ଓ ଅନ୍ୟାନ୍ୟ ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ ଲାଗୁ ହୋଇଥିବା କ୍ଷତିପୂରଣ ସେସ୍‌କୁ ବୃଦ୍ଧି କରିବା ଲାଗି ନିବେଦନ କରିଛନ୍ତି ।
ବର୍ତମାନର କୋଭିଡ-୧୯ ମହାମାରୀ ଯୋଗୁଁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । କୋଭିଡ-୧୯ ମହାମାରୀ ଯୋଗୁଁ ଉଭୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜିଏସଟି ପ୍ରାପ୍ତ ରାଜସ୍ୱ ବହୁଳ ଭାବେ ପ୍ରଭାବିତ ହୋଇଛି, ଯାହାର ଫଳସ୍ୱରୂପ କେନ୍ଦ୍ର ସରକାର ଜିଏସଟି ଅଧିନସ୍ଥ ଗ୍ୟାରେଂଟି ଅନୁଯାୟୀ ଭିନ୍ନ ଭିନ୍ନ ରାଜ୍ୟ ସରକାରମାନଙ୍କୁ କ୍ଷତିପୂରଣ ସେସ ବିତରଣ କରିବାକୁ ସକ୍ଷମ ହୋଇପାରୁନାହାଁନ୍ତି । ଏହାଛଡ଼ା ବର୍ତମାନ ସମୟରେ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ଏବଂ ପ୍ରଭାବିତ ହେଉଥିବା ଲୋକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଭାରତ ସରକାରଙ୍କ ତରଫରୁ ଅନେକ ବିତୀୟ ଓ ଆର୍ଥିକ ଉପାୟଗୁଡ଼ିକର ଘୋଷଣା କରାଯାଇଛି । ଏଣୁ ତମ୍ବାଖୁ ଓ ବିଡ଼ି ଉପରେ ଏହି ବର୍ଦ୍ଧିତ କ୍ଷତିପୂରଣ ସେସ ଲାଗୁ କରିବା, କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ଷତିପୂରଣ ସେସ ରାଜସ୍ୱକୁ ବୃଦ୍ଧି କରିବାର ତୁରନ୍ତ ଆବଶ୍ୟକତା ପାଇଁ ଏକ ପ୍ରଭାବଶାଳୀ ନୀତିଗତ ପଦକ୍ଷେପ ହୋଇପାରିବ ।
ଅର୍ଥଶାସ୍ତ୍ରବିତ ତଥା ହେଲଥ ପଲିସି ଆନାଲିଷ୍ଟ, ଡା ରିଜୋ ଜନଙ୍କ ଅନୁଯାୟୀ , “ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ କ୍ଷତିପୂରଣ ସେସ ଲାଗୁ କରିବା ଏକ ସଫଳତା ହୋଇପାରିବ କାରଣ ଏହାଦ୍ୱାରା ତମ୍ବାଖୁର ବ୍ୟବହାରକୁ ବନ୍ଦ କରାଯାଇପାରିବା ସହ ସରକାରଙ୍କ ପାଇଁ ମଧ୍ୟ ପ୍ରଚୁର ରାଜସ୍ୱ ସୃଷ୍ଟି ହୋଇପାରିବ । ପ୍ରତି ବିଡ଼ି ପିଛା ମାତ୍ର ୧ଟଙ୍କାର କ୍ଷତିପୂରଣ ସେସ୍ ଏବଂ ସିଗାରେଟ ତଥା ଅନ୍ୟାନ୍ୟ ତମ୍ବାଖୁ ଉତ୍ପାଦଗୁଡ଼ିକ ଉପରେ ନିର୍ଦ୍ଧିଷ୍ଟ ସେସକୁ ବୃଦ୍ଧିକରାଯିବା ଦ୍ୱାରା ୫୦,୦୦୦ କୋଟି ଟଙ୍କାର ଅତିରିକ୍ତ କର ରାଜସ୍ୱ ସୃଷ୍ଟି ହୋଇପାରିବ ବୋଲି ଆଶା କରାଯାଉଛି ।” “ବିଡ଼ି ଗରିବ ମାନଙ୍କପାଇଁ ମାରାତ୍ମକ ହୋଇଥିବାକୁ ନେଇ ବହୁଳ ଦୃଷ୍ଟାନ୍ତ ରହିଛି । ତେଣୁ ସେମାନଙ୍କୁ ଏକ ଜୀବନବ୍ୟାପି ଦୁର୍ଦ୍ଦଶା ଓ ଯନ୍ତ୍ରଣାରୁ ରକ୍ଷାକରିବା ପାଇଁ ଏଗୁଡ଼ିକୁ ନିଶ୍ଚତରୂପେ ବନ୍ଦ କରାଯିବା ଆବଶ୍ୟକ ।,” ବୋଲି ଡା ହରିତ ଚର୍ତୁବେଦୀ, ମ୍ୟାକ୍ସ ଇନଷ୍ଟିଚ୍ୟୁଟ ଅଫ କ୍ୟାନ୍ସର ସେଂଟରର ଅଧ୍ୟକ୍ଷ କହିଛନ୍ତି ।


Share It

Comments are closed.