ସାମ୍‌ସଙ୍ଗ ଗ୍ୟାଲାକ୍ସି ନୋଟ୍‌୨୦ର ପ୍ରି-ବୁକ୍ ମାତ୍ର ୬୪,୯୯୯ ଟଙ୍କାରେ


ଭୁବନେଶ୍ୱର: ଦେଶରେ ଗ୍ୟାଲାନ୍ସି ନୋଟ୍‌୨୦ ସିରିଜ୍ ପାଇଁ ପ୍ରି-ରେଜିଷ୍ଟ୍ରେସନ୍ ୫ ଲକ୍ଷ ଅତିକ୍ରମ କରିବା ସହିତ ସାମ୍‌ସଙ୍ଗ୍‌ର ନୂତନ ଫ୍ଲାଗ୍‌ସିପ୍ ସ୍ମାର୍ଟଫୋନ୍ ଗ୍ୟାଲାକ୍ସି ନୋଟ୍‌୨୦ ପାଇଁ ଭାରତୀୟ ଉପଭୋକ୍ତାଙ୍କ ମଧ୍ୟରେ ପ୍ରବଳ ଚାହିଦା ଦେଖିବାକୁ ମିଳୁଛି । ଗ୍ୟାଲାକ୍ସି ନୋଟ୍‌୨୦ ପାଇଁ ଏହି ରେକର୍ଡ ପ୍ରି-ରେଜିଷ୍ଟ୍ରେସନ ସୂଚିତ କରୁଛି ଯେ, ଭାରତୀୟ ଗ୍ରାହକମାନେ ଗ୍ୟାଲାକ୍ସି ନୋଟ୍‌୨୦ର ପାୱାରକୁ ଖୁବ୍ ପସନ୍ଦ କରୁଛନ୍ତି । ଭାରତରେ ଗ୍ୟାଲାକ୍ସି ନୋଟ୍‌୨୦ ସିରିଜ୍‌ର ପ୍ରି-ବୁକିଙ୍ଗ୍ କରୁଥିବା ଉପଭୋକ୍ତାମାନେ ଅତୁଳନୀୟ ଅଫର୍‌ର ଲାଭ ଉଠାଇପାରିବେ, ଯାହା ଗ୍ୟାଲାକ୍ସି ନୋଟ୍‌୨୦ ଓ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜିର ପ୍ରଭାବୀ ପ୍ରାରମ୍ଭିକ ମୂଲ୍ୟକୁ ଯଥାକ୍ରମେ ୬୪,୯୯୯ ଟଙ୍କା ଓ ୮୫,୯୯୯ ଟଙ୍କାକୁ ହ୍ରାସ କରିଛି ।
ଗ୍ୟାଲାକ୍ସି ନୋଟ୍‌୨୦ର ପ୍ରି-ବୁକିଙ୍ଗ୍ କରୁଥିବା ଗ୍ରାହକମାନେ ୭୦୦୦ ଟଙ୍କାର ଏବଂ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜି ପାଇଁ ପ୍ରି-ବୁକିଙ୍ଗ୍ କରୁଥିବା ଗ୍ରାହକମାନେ ୧୦,୦୦୦ ଟଙ୍କାର ଲାଭ ପାଇପାରିବେ । ଏହି ଅଫର୍‌ଗୁଡିକୁ ସାମ୍‌ସଙ୍ଗ ସପ୍ ଆପ୍‌ରେ ରିଡିମ୍ କରାଯାଇପାରିବ । ଏଥିସହିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡରେ ପେମେଂଟ୍ କରିବା ସମୟରେ ଗ୍ରାହକମାନେ ଗ୍ୟାଲାକ୍ସି ନୋଟ୍‌୨୦ର କ୍ରୟ ଉପରେ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଓ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜିର କ୍ରୟ ଉପରେ ୯୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାଶବ୍ୟାକ୍ ପାଇବା ପାଇଁ ଯୋଗ୍ୟ ହୋଇପାରିବେ । ଏହା ଗ୍ୟାଲାକ୍ସି ନୋଟ୍‌୨୦ର ପ୍ରି-ବୁକିଙ୍ଗ୍ ଉପରେ ମୋଟ ୧୩,୦୦୦ ଟଙ୍କାର ଓ ଗ୍ୟାଲାକ୍ସି ନୋଟ୍‌୨୦ ଅଲ୍‌ଟ୍ରା ୫ଜିର ପ୍ରି-ବୁକିଙ୍ଗ୍ ଉପରେ ମୋଟ ୧୯,୦୦୦ ଟଙ୍କାର ଲାଭ ଆଣୁଛି ।
ଗ୍ୟାଲାକ୍ସି ନୋଟ୍‌୨୦କୁ ମିଷ୍ଟିକ୍ ବ୍ଲୁ, ମିଷ୍ଟିକ୍ ବ୍ରୋଞ୍ଜ୍ ଓ ମିଷ୍ଟିକ୍ ଗ୍ରୀନ୍ କଲର୍‌ରେ ପ୍ରିବୁକ୍ କରାଯାଇପାରିବ ଏବଂ ଗ୍ୟାଲାକ୍ସି ନୋଟ୍‌୧୦ ଅଲ୍‌ଟ୍ରା ୫ଜି ମିଷ୍ଟିକ୍ ବ୍ରୋଞ୍ଜ ଓ ମିଷ୍ଟିକ୍ ବ୍ଲାକ୍ କଲର୍‌ରେ ଉପଲବ୍ଧ ହେବ । ଭାରତରେ ପ୍ରି-ବୁକ୍ କରିଥିବା ଗ୍ରାହକଙ୍କ ପାଇଁ ସାମ୍‌ସଙ୍ଗ ଗ୍ୟାଲାକ୍ସି ନୋଟ୍‌୨୦ ସିରିଜ୍‌ର ଡେଲିଭରି ଆସନ୍ତା ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହେବ ଏବଂ ନିୟମିତ ବିକ୍ରି ଆସନ୍ତା ଅଗଷ୍ଟ ୨୮ ତାରିଖରୁ ସାମ୍‌ସଙ୍ଗ ଡଟ୍ କମ୍ ଓ ଦେଶବ୍ୟାପୀ ଅଗ୍ରଣୀ ରିଟେଲ୍ ସାଇଟ୍‌ଗୁଡିକରେ ଆରମ୍ଭ ହେବ


Share It

Comments are closed.