ସ୍ୱାଧୀନତା ଦିବସ ପାଇଁ ଏୟାରଟେଲର ଆକର୍ଷଣୀୟ ଅଫର


ଭୁବନେଶ୍ୱର: ସ୍ୱାଧୀନତା ଦିବସ ଉପଲକ୍ଷେ ଏୟାରଟେଲ ଏହାର ଏୟାରଟେଲ ଏକ୍ସଟ୍ରିମ ଫାଇବର ହୋମ ବ୍ରଡବ୍ୟାଣ୍ଡ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏକ ଲିମିଟେଡ ସମୟର ଆକର୍ଷଣୀୟ ଅଫର ନେଇ ଆସିଛି । ଏହି ପରିପ୍ରେକ୍ଷୀରେ ଏକ ନୂତନ ଏୟାରଟେଲ ଏକ୍ସଟ୍ରିମ ଫାଇବର ହୋମ ବ୍ରଡବ୍ୟାଣ୍ଡ କ୍ରୟ କରିବା ଦ୍ୱାରା ଏୟାରଟେଲ ଏହାର ଗ୍ରାହକମାନଙ୍କୁ ମାଗଣାରେ ୧୦୦୦ ଜିବିର ଅତିରିକ୍ତ ଡାଟା ପ୍ରଦାନ କରୁଛି । ଏହି ଲିମିଟେଡ ଅଫର ସମସ୍ତ ଏୟାରଟେଲ ଏକ୍ସଟ୍ରିମ ଫାଇବର ପ୍ଲାନଗୁଡ଼ିକ ଉପରେ ଲାଗୁ ହେଉଥିବାବେଳେ ଏୟାରଟେଲ ଦ୍ୱାରା ଏକ୍ସଟ୍ରିମ ଫାଇବର ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦିଆଯାଉଥିବା ସମସ୍ତ ଅଗ୍ରଣୀ ସହରଗୁଡ଼ିକର ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ହେଉଛି ।
ବର୍ତମାନ ପରିସ୍ଥିତିରେ ୱର୍କ ଫ୍ରମ ହୋମ, ପିଲାମାନଙ୍କର ଅନଲାଇନ କ୍ଲାସ ଏବଂ ଓଟିଟି ଆଧାରିତ ଡିଜିଟାଲ ମନୋରଞ୍ଜନ ପାଇଁ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ଭାରତରେ ଲୋକମାନଙ୍କୁ ଉନ୍ନତ ହୋମ ବ୍ରଡବ୍ୟାଣ୍ଡ ସେବା ଯୋଗଇଦେବା ନିମନ୍ତେ ଏୟାରଟେଲ ଏକ୍ସଟ୍ରିମ ଫାଇବର ୧ ଜିପିବିଏସ ପର୍ଯ୍ୟନ୍ତର ସ୍ପିଡ ପ୍ରଦାନ କରୁଛି ଏବଂ ଘର ମଧ୍ୟରେ ଏକାଧିକ କନେକ୍ଟେଡ ଡିଭାଇସର ଆବଶ୍ୟକତାକୁ ମଧ୍ୟ ପୂରଣ କରୁଛି । ଏୟାରଟେଲର ଏହି ୧୦୦୦ଜିବି ମାଗଣା ଅତିରିକ୍ତ ଡାଟା ଅଫର ପ୍ରତି ମାସ ପିଛା ମାତ୍ର ୭୯୯ ଟଙ୍କାରୁ ଆରମ୍ଭ ହେଉଛି । ଏହା ବ୍ୟତୀତ ଏହି ଅଫର ଏୟାରଟେଲ ଥ୍ୟାଙ୍କସର ଆକର୍ଷଣୀୟ ଲାଭ ଯେପରିକି ୧୨ ମାସର ଅମାଜନ ପ୍ରାଇମ ମେମ୍ବରସିପ ଏବଂ ଏୟାରଟେଲ ଏକ୍ସଟ୍ରିମ କଂଟେଟ ପ୍ଲସ ୱିଙ୍କ ମ୍ୟୁଜିକ ସହିତ ଆସିଛି ।


Share It

Comments are closed.