ସାମସଙ୍ଗ ପକ୍ଷରୁ ଭାରତରେ ନୂଆ ଗେମିଂ ମନିଟର ଓଡେସିର ଶୁଭାରମ୍ଭ


ଭୁବନେଶ୍ୱର: ସାମସଙ୍ଗ ପକ୍ଷରୁ ଭାରତରେ ଏହାର ଅତ୍ୟାଧୁନିକ କର୍ଭଡ ଓଡେସୀ ଜି୯ ଏବଂ ଜି୭ ଗେମିଂ ମନିଟରର ନୂତନ ଶୃଙ୍ଖଳର ଶୁଭାରମ୍ଭ କରାଯାଇଛି । ଏହାକୁ ସିଇଏସ ୨୦୨୦ରେ ଉନ୍ମୋଚନ କରାଯାଇଛି । ଏହି ନୂଆ ମନିଟରଗୁଡ଼ିକରେ ଆରାମଦାୟକ କର୍ଭେଚର, ଅତୁଳନୀୟ ଇଂଟରାକ୍ସନ ଓ ଉତ୍କୃଷ୍ଟମାନର ପିକ୍‌ଚର କ୍ୱାଲିଟି ରହିଛି ଯାହାକି ଏକ ଅତୁଳନୀୟ ଗେମିଂ ଅନୁଭୂତି ପ୍ରଦାନ କରିବ । ଏହି ନୂତନ ରେଞ୍ଜର ଗେମିଂ ମନିଟର ଦୁଇଟି ମଡେଲ ଯଥା ଜି୯, ୪୯ ଇଂଚ ଡିସପ୍ଲେ ଏବଂ ଜି୭, ୩୨ ଇଂଚ ଓ ୨୭ ଇଂଚ ସାଇଜ ଭାରିଆଂଟରେ ଉପଲବ୍ଧ ହେଉଛି । ଏହି ଉଭୟ ଗେମିଂ ମନିଟର ପାଇଁ ପ୍ରିବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି । ସାମସଙ୍ଗର ଓଡେସୀ ଜି୯ର ୪୯ଇଂଚ ଏବଂ ଜି୭ର ୩୨ ଇଂଚ ଓ ୨୭ ଇଂଚ ମଡେଲ ସ୍ୱତନ୍ତ୍ର ଉପହାର ଅଫର ସହିତ ଚଳିତବର୍ଷ ନଭେମ୍ବର ୨୫ଠାରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଭାରତରେ ପ୍ରିବୁକିଂ ପାଇଁ ଉପଲବ୍ଧ ହେବ । ଏହି ମନିଟରଗୁଡ଼ିକର ମୂଲ୍ୟ ୪୯,୦୦୦ଟଙ୍କାରୁ ୧,୯୯,୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି ।
ଓଡେସୀ ମନିଟର ହେଉଛି ବିଶ୍ୱର ପ୍ରଥମ ୧୦୦୦ଆର ଗେମିଂ ମନିଟର । ଗେମରମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍‌ୁତ ଏହି ଗେମିଂ ମନିଟରରେ ୧ଏମ୍‌ଏସ୍ ରିଆକ୍ସନ ଟାଇମ ଏବଂ ୨୪୦ଏଚ୍‌ଜେଡ୍ ରିଫ୍ରେସ ରେଟ ରହିଛି, ଯାହାକି ପାରମ୍ପରିକ ସ୍କ୍ରିନ ତୁଳନାରେ ଚାରି ଗୁଣ ଅଧିକ କାର୍ଯ୍ୟଦକ୍ଷ ଅଟେ । ଓଡେସି ମନିଟର ହେଉଛି ବିଶ୍ୱର ପ୍ରଥମ ଡୁଆଲ କ୍ୱାଡ଼ ହାଇ-ଡେଫିନେସନ ମନିଟର ଯାହାକି କ୍ରିଷ୍ଟାଲ କ୍ଲିୟର କ୍ୟୁଏଲଇଡି ପିକ୍‌ଚର କ୍ଲାଲିଟ ପ୍ରଦାନ କରିଥାଏ । ଏହି ନୂତନ ଗେମିଂ ମନିଟର ଏନଭିଆଇଡିଆଇଏ ଜି-ସିଙ୍କ କମ୍ପାଟିବିଲିଟିର ସମର୍ଥନ କରିଥାଏ ଓ ଡିପି୧.୪ର ଆଡାପ୍ଟିଭ ସିଙ୍କ ସୁନିଶ୍ଚିତ କରିଥାଏ ଡିଜାଇନ ଫ୍ରଂଟରେ ଉଭୟ ମନିଟରକୁ ସମ୍ପୂର୍ଣ୍ଣ ନୂତନ ଭାବେ ଡିଜାଇନ କରାଯାଇଛି ।
ଏହା ସମ୍ପର୍କରେ ସାମସଙ୍ଗ ଇଣ୍ଡିଆ, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏଂଟରପ୍ରାଇଜ ବିଜନେସର ପରିଷ୍ଠ ଉପାଧ୍ୟକ୍ଷ ଶ୍ରୀ ପୁନୀତ ସେଠ୍ କହିଛନ୍ତି ଯେ, “ଏହି ନୂତନ ଓଡେସି ଗେମିଂ ଲାପ୍‌ଟପ୍‌ରେ ରହିଛି ଉଦ୍ୟୋଗର ପ୍ରଥମ ବୈଶିଷ୍ଟ୍ୟ ଯଥା ୧୦୦୦ଆର କର୍ଭେଚର, ୧ଏମ୍‌ଏସ୍ ପ୍ରିତିକ୍ରିୟା ସମୟ, ୨୪୦ ଏଚଜେଡ ରିଫ୍ରେସ ରେଟ, ଏଚ୍‌ଆରଡି ୧୦+ ସମର୍ଥନ ଏବଂ ଏହି ଶୁଭାରମ୍ଭ ଦ୍ୱାରା ଗେମିଂ ମନିଟର ମାର୍କେଟରେ ନିଜର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି ।


Share It

Comments are closed.