ଲକଡାଉନ୍‌କୁ ନେଇ ମୁହଁ ଖୋଲିଲେ ସଲମାନ, କହିଲେ ‘୩୦ ବର୍ଷର କ୍ୟାରିୟର ମଧ୍ୟରେ ଏତେ ଲମ୍ବା ଛୁଟି କେବେ ନେଇ ନ ଥିଲି’


ବଲିଉଡ୍ ଦବଙ୍ଗ ସଲମାନ ଖାନ୍ ଲକଡାଉନରେ ପରିବାର ଲୋକଙ୍କ ସହ ତାଙ୍କ ଫାର୍ମ ହାଉସରେ ସବୁଠୁ ଅଧିକ ସମୟ ଅତିବାହିତ କରିଛନ୍ତି। ଦୀର୍ଘ ଦିନ ପରିବାର ସହ ଅତିବାହିତ କରିବା ପରେ ପୁଣି ସୁଟିଂକୁ ଫେରିଛନ୍ତି ସଲମାନ। ସେ ବିଗବସ୍ ସିଜନ ୧୪ର ସୁଟିଂ ଆରମ୍ଭ କରିଛନ୍ତି। ଏବେ ସୁଦ୍ଧା ସେ ତାଙ୍କ କ୍ୟାରିୟରେ ଏତେ ଲମ୍ବା ବ୍ରେକ କେବେ ନେଇ ନ ଥିଲେ। କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକଡାଉନ ଯୋଗୁ ତାଙ୍କୁ ଏ ବ୍ରେକ୍ ନେବାକୁ ପଡ଼ିଲା ବୋଲି କହିଛନ୍ତି ସଲମାନ। ସଲମାନ କହିଛନ୍ତି ଗତ ଛଅ ମାସ ହେବ କାମ ନ କରିବା ତାଙ୍କ ପାଇଁ ଥିଲା ଚିନ୍ତାର ବିଷୟ। ସେ ୩୦ ବର୍ଷ ମଧ୍ୟରେ ଏତେ ଛୁଟି କେବେ ନେଇ ନ ଥିଲେ। ତେବେ ତାଙ୍କୁ ଜବରଦସ୍ତି ଏ ଛୁଟି ନେବାକୁ ପଡ଼ିଛି। ବର୍ଷ ଶେଷରେ ସେ ଏହି ସବୁ ଛୁଟି ନେବାର ଯୋଜନା କରିଥିଲେ ।

ଫିଲ୍ମ ‘ମୈନେ ପ୍ୟାର କିୟା’ରୁ ସେ କ୍ୟାରିଅର ଆରମ୍ଭ କରିଥିଲେ। ନିଜ କାମକୁ ସବୁବେଳେ ସମ୍ମାନ ଦିଅନ୍ତି ସଲମାନ। ପ୍ରଥମେ ସେ ଡିସେମ୍ବର ୨୫ରୁ ଜାନୁଆରୀ ୧ ପର‌୍ୟ୍ୟନ୍ତ ଛୁଟି ନେଉ ଥିଲେ। ମାତ୍ର ୧୦-୧୨ ବର୍ଷରୁ ଯେବେ ବିଗବସରେ କାମ ଆରମ୍ଭ କଲେ ତାଙ୍କ କାମ ଜାରି ରହିଛି ଓ କେବେ ଛୁଟିକୁ ନେଇ ଅଭିଯୋଗ କରି ନାହାନ୍ତି। ସେ ବିଗବସ ପାଇଁ କାମ କରି ବେଶ ଖୁସି ଅଛନ୍ତି। ଯଦି ହିସାବ କରାଯାଏ ସଲମାନ ବର୍ଷକୁ ୧୦ ଦିନ ଛୁଟି ନେଇଥାନ୍ତି। ଏବେ ସେ ୬ମାସ ହେବ କୌଣସି କାମ କରି ନ ଥିଲେ।


Share It

Comments are closed.