ଭାରତରେ ନୋକିଆ ୫.୩ର ବିକ୍ରୟ ଆରମ୍ଭ


ଭୁବନେଶ୍ୱର : ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ଆଜି ଭାରତରେ ଏହାର ନୋକିଆ ୫.୩ର ବିକ୍ରି ଆରମ୍ଭ ହୋଇଥିବା ସମ୍ପର୍କରେ ଘୋଷଣା କରାଯାଇଛି । ନୋକିଆ ୫.୩ରେ ଏକ ଏଆଇ-ପରିଚାଳିତ କ୍ୱାଡ୍ କ୍ୟାମେରା, କ୍ୱାଲ୍‌କମ୍ ସ୍ନାପ୍‌ଡ୍ରାଗନ ୬୬୫ ମୋବାଇଲ ପ୍ଲାଟ୍‌ଫର୍ମ, ସିଗ୍ନେଚର ଟୁ-ୱେ ବ୍ୟାଟେରୀ ଲାଇଫ୍ ଭଳି ଫିଚର ରହିଛି । ଏହାର ଏଆଇ-ପରିଚାଳିତ କ୍ୱାଡ୍ କ୍ୟାମେରା ନାଇଟ୍ ମୋଡ୍ ମାଧ୍ୟମରେ କମ୍ ଆଲୋକରେ ମଧ୍ୟ ଉପଯୁକ୍ତ ସଟ୍ କ୍ୟାପ୍‌ଚର କରିପାରିଥାଏ । ୱାଇଡ୍‌-ଆଙ୍ଗେଲ ଓ ମାକ୍ରୋ ଲେନ୍ସ ଆପଣଙ୍କୁ କ୍ଲୋଜ୍‌-ଅପ୍ ସଟ୍ କ୍ୟାପଚର କରିବାରେ ସାହାଯ୍ୟ କରିଥାଏ । ଏବଂ ଏହାର ବିଶାଳ ୬.୫୫ ଇଂଚ୍ (୧୬.୬ ସେମି) ସ୍କ୍ରିନ୍ ସହିତ ନୋକିଆ ୫.୩ ଆପଣଙ୍କୁ ନିଜ ପସନ୍ଦର ଶୋ’ ଷ୍ଟ୍ରିମ୍ କରିବା, ସାରା ଦିନ ଗେମ୍ ଖେଳିବାରେ ସାହାଯ୍ୟ କରିଥାଏ । ନୋକିଆ ୫.୩ରେ ଏକ ସ୍ଥାୟୀ ଓ ଆକର୍ଷଣୀୟ ନୋର୍‌ଡିକ୍‌-ଅନୁପ୍ରାଣିତ ଡିଜାଇନ୍ ରହିଥିବା ବେଳେ ଏହା ଆଣ୍ଡ୍ରଏଡ୍ ୧୦ ସହିତ ଆସୁଛି ଏବଂ ପ୍ରଶଂସକଙ୍କୁ ଏକ ସମର୍ପିତ ବଟନ ମାଧ୍ୟମରେ ଗୁଗଲ ଆସିଷ୍ଟାଂଟ୍ ପାଇଁ ତତ୍କାଳ ଆକ୍‌ସେସ୍ ପ୍ରଦାନ କରୁଛି । ଏହାର ୪୦୦୦ ମେଗାହର୍ଜ ବ୍ୟାଟେରୀ ଓ ଏଆଇ-ଆସିଷ୍ଟେଡ୍ ଆଡାପ୍ଟିଭ୍ ବ୍ୟାଟେରୀ ଫିଚର ଆପଣଙ୍କୁ ଚାର୍ଜ କରିବାର ଚିନ୍ତା ବିନା ଶୋ’ ଷ୍ଟ୍ରିମ୍ କରିବା ଓ ଗେମ୍ ଖେଳିବାରେ ସହଯୋଗ କରିଥାଏ ।
ଏହା ସମ୍ପର୍କରେ ଏଚ୍‌ଏମ୍‌ଡି ଗ୍ଲୋବଲର ଉପାଧ୍ୟକ୍ଷ ସନ୍‌ମିତ ସିଂହ କହିଛନ୍ତି ଯେ “ନୋକିଆ ୫.୩ ସହିତ ଆମର ଲକ୍ଷ୍ୟ ହେଉଛି ପ୍ରଶଂସକମାନଙ୍କୁ ଏକ ଉନ୍ନତ ଡିଭାଇସ୍ ପ୍ରଦାନ କରିବା ଯାହା ସେମାନଙ୍କୁ ଏକ ଭିନ୍ନ ଉପାୟରେ କଂଟେଂଟ୍ ସୃଷ୍ଟି କରିବା ଓ ଉପଭୋଗ କରିବାକୁ ଅନୁମତି ଦେବ ।” ସେହିଭଳି ନିଶାନ୍ତ ସର୍‌ଦାନା, କ୍ୟାଟାଗୋରୀ ଲିଡର- ମୋବାଇଲ ଫୋନ୍‌ସ, ଆମାଜନ୍ ଇଣ୍ଡିଆ କହିଛନ୍ତି ଯେ, “ନୂଆ ନୋକିଆ ୫.୩ ଆଜିର ୟୁଜର୍‌ଙ୍କ ପାଇଁ ଟେକ୍ନୋଲୋଜି ଓ ଡିଜାଇନ୍‌ର ଏକ ଉନ୍ନତ ମିଶ୍ରଣ, ଯାହାକି ଏହାର ମଜଭୁତ ନିର୍ମାଣ ସହ ଏହାର ଡିଜାଇନ୍‌, କ୍ୱାଡ୍‌କ୍ୟାମେରା ସେଟ୍ ଅପ୍ ଆମାଜନ୍ ଡଟ୍ ଇନ୍‌ରେ ଏହାର ମୂଲ୍ୟ ଗ୍ରାହକଙ୍କୁ ଆକର୍ଷିତ କରିବ ।”
ଡୁଆଲ ସିମ୍‌ର ନୋକିଆ ୫.୩ ଅନ୍‌ଲାଇନ୍‌ରେ ନୋକିଆ ଡଟ୍ କମ୍‌/ଫୋନ୍‌ସ ଓ ଆମାଜନ୍ ଡଟ୍ ଇନ୍‌ରେ ସିଆନ୍‌, ସ୍ୟାଣ୍ଡ ଓ ଚାର୍‌କୋଲ କଲର୍‌ରେ ୪ଜିବି/୬୪ଜିବି ଓ ୬ଜିବି/୬୪ ଜିବି ରାମ୍‌/ରମ୍ ଭାରିଆଂଟ୍‌ରେ ଯଥାକ୍ରମେ ୧୩,୯୯୯ ଟଙ୍କା ଓ ୧୫,୪୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହି ସ୍ମାର୍ଟଫୋନ୍‌ର ସେଲ୍ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ନୋକିଆ ୫.୩ କିଣୁଥିବା ଜିଓ ସବ୍‌ସ୍କ୍ରାଇବର୍‌ମାନେ ୩୪୯ ଟଙ୍କାର ପ୍ଲାନ୍ ଉପରେ ୪୦୦୦ ଟଙ୍କା ମୂଲ୍ୟର ଲାଭ ପାଇପାରିବେ, ଯେଉଁଥିରେ ଜିଓଠାରୁ ୨୦୦୦ ଟଙ୍କାର ଇନ୍‌ଷ୍ଟାଂଟ୍ କ୍ୟାଶବ୍ୟାକ୍ ଓ ସହଯୋଗୀମାନଙ୍କଠାରୁ ୨୦୦୦ ଟଙ୍କା ମୂଲ୍ୟର ଭାଉଚର୍ ସାମିଲ ରହିଛି । ଏହି ଅଫର୍ ଉଭୟ ନୂଆ ଓ ବର୍ତମାନର ଜିଓ ସବ୍‌ସ୍କ୍ରାଇବର୍‌ଙ୍କ ପାଇଁ ଲାଗୁ ହେଉଛି ।


Share It

Comments are closed.