ବାଇସେପ୍ସ ପାଇଁ ଇଞ୍ଜେକ୍ସନ ନେଇଥିଲେ ଯୁବକ, ଏବେ ଉତୁରିଗଲା ବଡି ବିଲ୍ଡିଂ ନିଶା, ଦେଖନ୍ତୁ କିଭଳି ହେଲା ତାଙ୍କ ଅବସ୍ଥା

Share It

ଆଜିର ଆଧୁନିକ ଯୁଗରେ ଲୋକେ ଫିଜିକାଲ୍‌ ଫିଟ୍‌ନେସ୍‌ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜିମ୍‌, ବ୍ୟାୟାମ, ଯୋଗ କରିବାକୁ ଲୋକେ ଭଲ ପାଉଛନ୍ତି। କିନ୍ତୁ କିଛି ଲୋକ କମ୍‌ ଦିନରେ ସୁନ୍ଦର ସ୍ବାସ୍ଥ୍ୟ ପାଇବାକୁ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ଏବଂ ଔଷଧର ବ୍ୟବହାର କରୁଛନ୍ତି। ବିଶେଷ କରି ବଡି ବିଲ୍ଡିଂ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ବତନ୍ତ୍ର ପ୍ରକାର ଇଞ୍ଜେକ୍ସନ ନେଉଥିବା କୁହାଯାଏ । ଇଞ୍ଜେକ୍ସନ ଜଣେ ଯୁବକଙ୍କ ପାଇଁ କାଳ ହୋଇଛି।

ଋଷର କିରିଲ୍‌ ତେରେସିନ୍‌, ଯିଏକି ଇଞ୍ଜେକ୍ସନ ନେଇ ବାଇସେପ୍ସ କରିଥିଲେ। କିନ୍ତୁ ଏବେ ତାଙ୍କର ଯାହା ଅବସ୍ଥା ତାହା ଦେଖିଲା ପ​‌ରେ କେହି ବଡି ବିଲ୍ଡିଂ ପାଇଁ ଚିନ୍ତା କରିବାକୁ ଡରିବେ। ଏହା ସହ କୌଣସି ପ୍ରକାର ଔଷଧ ଖାଇ ବଡି ବିଲ୍ଡିଂ କରିବାକୁ ଚାହିଁବେ ନାହିଁ। ଇଣ୍ଡିଆ ଟାଇମ୍ସରେ ପ୍ରକାଶିତ ଖବର ମୁତାବିକ କିରିଲ ନିଜର ବାଇସେପ୍ସ ବଢ଼ାଇବା ପାଇଁ ପେଟ୍ରୋଲିୟମ ଜେଲି ଭର୍ତ୍ତି କରିଥିଲେ। ଏହାକୁ ଇଞ୍ଜେକ୍ସନ ସାହାଯ୍ୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି।

ଏମିତି କରିବା ପ​‌ରେ କିରିଲଙ୍କ ଦୁଇ ବାହୁ ଫୁଲିବାକୁ ଲାଗିଥିଲା। ପ​ରେ ସେ ସୁନ୍ଦର ଏବଂ ବଡ଼ ଭଳି ଲାଗିଲେ। କିନ୍ତୁ ତାହା ମଜଭୁତ ହୋଇନଥିଲା। ସେଥିପାଇଁ ତାଙ୍କ ମସଲ୍ସ ଧିରେଧି​‌ରେ ଖରାପ ହେବାକୁ ଲାଗିଲା। ୨୪ ବର୍ଷୀୟ କିରିଲଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥିଲା ।

୨୦ ବର୍ଷରେ ଥିଲା ବେଳେ ସେ କରିଥିବା ଭୁଲ ପାଇଁ ଆଜି ଭୋଗୁଛନ୍ତି ବୋଲି କହିଛନ୍ତି କିରିଲ। ଡାକ୍ତରମାନେ ବି ତାଙ୍କୁ ଏଥିପାଇଁ ସତର୍କ କରାଇଥିଲେ। ଏବେ ତାଙ୍କୁ ସର୍ଜରୀ କରିବାକୁ ପଡ଼ିଛି। ଡେଡ୍‌ ମସଲ୍‌ ବାହାର କରିଦେବା ପ​‌ରେ ସେ ନିଜ ଭୁଲ ପାଇଁ ଏବେ ପଶ୍ଚାତାପ କରୁଛନ୍ତି। କାରଣ ସର୍ଜରୀ ସମୟରେ କିରିଲ ବହୁତ କଷ୍ଟ ସହିଛନ୍ତି। ଏହା ପୂର୍ବରୁ ସେ ନିଜ ହାତକୁ ହଲାଇବାକୁ ସକ୍ଷମ ହେଉନଥିଲେ।

ଶାରୀରିକ ସୌନ୍ଦର୍ଯ୍ୟ ବଢ଼ାଇବାକୁ ପ୍ରାକୃତିକ ପଦ୍ଧତି ଅବଲମ୍ବନ କରିବାକୁ ବିଶେଷଜ୍ଞମାନେ ପରାମର୍ଶ କରୁଛନ୍ତି। କିନ୍ତୁ କିଛି ଲୋକ ଏହାକୁ ନମାନି, ଡାକ୍ତରଙ୍କ ପରାମର୍ଶ ନନେଇ ଭୁଲ କରିବସୁଛନ୍ତି। ଯେଉଁଥିପାଇଁ ପରବର୍ତ୍ତୀ ସମୟରେ କିରିଲଙ୍କ ପରି ପଶ୍ଚାତାପ କରିବାକୁ ପଡ଼ୁଛି।


Share It

Comments are closed.