ଭାରତର ବିକଶିତ ଅନ୍‌ଲାଇନ ଗେମିଂ କ୍ଷେତ୍ରରେ ଦାୟିତ୍ୱପୂର୍ଣ୍ଣ ଗେମିଂ ଓ ଦକ୍ଷତା ନିର୍ମାଣର ଅଗ୍ରଗତି କରୁଛି ରୁମିକଲ୍‌ଚର

- ରୁମିକଲ୍‌ଚର ତଥ୍ୟ ଭୁବନେଶ୍ୱରକୁ ପୂର୍ବ ଭାରତରେ ଦକ୍ଷତା ଆଧାରିତ ଓ ଦାୟିତ୍ୱପୂର୍ଣ୍ଣ ଗେମିଂ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉନ୍ମୋଚନ କରିଛି

Share It

ଭୁବନେଶ୍ୱର, ୨୭ ମେ’ ୨୦୨୫: ଭାରତର ଅନ୍‌ଲାଇନ ଗେମିଂ ଶିଳ୍ପ ବିକଶିତ ହେଉଛି ଏବଂ ଭୁବନେଶ୍ୱର ଭଳି ସହରଗୁଡିକ ଅଭିବୃଦ୍ଧି ଓ ଉଦ୍ଭାବନର ପ୍ରମୁଖ ପରିଚାଳକ ଭାବେ ଉଭା ହେଉଛି । ଗେମ୍‌ସକ୍ରାଫ୍ଟର ଏକ ଫ୍ଲାଗସିପ ପ୍ଲାଟ୍‌ଫର୍ମ ଏବଂ ଭାରତର ସବୁଠାରୁ ବିଶ୍ୱସନୀୟ ଓ ସୁରକ୍ଷିତ ଦକ୍ଷତା-ଭିତିକ ଗେମ୍ ରୁମିକଲ୍‌ଚର ଓଡିଶାରୁ ଉପଭୋକ୍ତା ଯୋଗଦାନ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ପରିଲକ୍ଷିତ କରିଛି, ଯାହା ଦକ୍ଷତା-ଆଧାରିତ ଗେମିଂ ପାଇଁ ଏକ ରଣନୈତିକ କେନ୍ଦ୍ର ଭାବେ ରାଜ୍ୟକୁ ଦୃଢତାର ସହ ଅବସ୍ଥାପିତ କରୁଛି ।
୨୦୧୭ରେ ସ୍ଥାପିତ ରୁମିକଲ୍‌ଚର ଅନଲାଇନ ରୁମି ପାଇଁ ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ଓ ବ୍ୟାପକ ରୂପେ ସ୍ୱୀକୃତିପ୍ରାପ୍ତ ପ୍ଲାଟ୍‌ଫର୍ମରେ ପରିଣତ ହୋଇଛି, ଯାହା ଉଭୟ ଉଦ୍ଭାବନ ଓ ଖେଳାଳିଙ୍କ କଲ୍ୟାଣ କ୍ଷେତ୍ରରେ ନେତୃତ୍ୱ ନେଉଛି । ଏହି ପ୍ଲାଟଫର୍ମ ଏହାର ଅତ୍ୟାଧୁନିକ ବୈଷୟିକ ଭିତିଭୂମି ପାଇଁ ସୁପରିଚିତ ଅଟେ ଯାହା ସୁରକ୍ଷିତ ଗେମ୍‌ପ୍ଲେ, ନିରପେକ୍ଷ ଅଭ୍ୟାସ ଓ ଖେଳାଳିଙ୍କ ଆଶ୍ୟକତା ପ୍ରତି ନିରନ୍ତର ଧ୍ୟାନକୁ ସୁନିଶ୍ଚିତ କରୁଛି । ଆରଏନଜି (ରାଣ୍ଡମ ନମ୍ବର ଜେନେରେଶନ), ନୋ-ବଟ ସାର୍ଟିଫିକେଶନ ଓ ଏସଏସଏଲ-ସିକ୍ୟୋର୍‌ଡ ପେମେଂଟ ମାଧ୍ୟମ ଭଳି ଶିଳ୍ପ ଅଗ୍ରଣୀ ସୁରକ୍ଷା ଫିଚରଗୁଡିକ ସହିତ ରୁମିକଲ୍‌ଚରକୁ ୟୁନୋମର ଓ ସାଇବରମିଡିଆ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଭାରତର ଏକ ନମ୍ବର ରୁମି ଆପ୍ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଥିଲା । ରୁମିକଲ୍‌ଚର ଏକ ସୁରକ୍ଷିତ ଓ ବିଶ୍ୱସନୀୟ ଗେମିଂ ପରିବେଶ ପ୍ରଦାନ କରିବା ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି । ଏହା ଟାଇମ-ଆଉଟ, ଗେମ୍ ଭାଲ୍ୟୁ ଲିମିଟ ଓ ମାନସିକ ସହଯୋଗକୁ ସୁଗମ କରି ଦାୟିତ୍ୱପୂର୍ଣ୍ଣ ଗେମିଂକୁ ପ୍ରାଥମିକତା ଦେଉଛି ।
ଓଡିଶାର ଗେମିଂ କ୍ଷେତ୍ରରେ ଏକ ପ୍ରଭାବୀ ଭାରତରେ ବିସ୍ତାର ହେଉଛି । ୨୦୨୩ ଓ ୨୦୨୪ ମଧ୍ୟରେ ବାର୍ଷିକ ଆଧାରରେ ଉପଭୋକ୍ତା ପଞ୍ଜୀକରଣ ୧୮% ବୃଦ୍ଧି ପାଇଥିବା ବେଳେ ପରବର୍ତୀ ବର୍ଷ ଏପ୍ରିଲ ୨୦୨୪ ଓ ଏପ୍ରିଲ ୨୦୨୫ ମଧ୍ୟରେ ୧୦୦%ରୁ ଅଧିକର ଏକ ନାଟକୀୟ ବୃଦ୍ଧି ଦେଖିବାକୁ ମିଳିଛି । ଏହି ସଫଳତା ଏକ ଉନ୍ନତ ଉପଭୋକ୍ତା ଅନୁଭୂତି , ଲକ୍ଷିତ ଆଂଚଳିକ ପହଂଚ ପଦକ୍ଷେପ ଓ ଦାୟିତ୍ୱପୂର୍ଣ୍ଣ ଗେମିଂ ସଚେତନା ଉପରେ ବର୍ଦ୍ଧିତ ମହତ୍ୱ ଦ୍ୱାରା ପରିଚାଳିତ ହୋଇଛି ।
ଗେମ୍‌ସକ୍ରାଫ୍ଟରେ ଷ୍ଟ୍ରାଟେଜିକ ଇନିସିଏଟିଭ ବିଭାଗର ମୁଖ୍ୟ ସୁମନ୍ତ ସେନଗୁପ୍ତା କହିଛନ୍ତି, “ଉଭୟ ଉପଭୋକ୍ତା ଆଧାର ଏବଂ ଏହି ଅଂଚଳରୁ ଆମେ ଦେଖୁଥିବା ଯୋଗଦାନର ଗୁଣବତା ଦୃଷ୍ଟିରୁ ଭୁବନେଶ୍ୱର ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ । ତଥ୍ୟ ପ୍ରତିଫଳନ କରୁଛି ଯେ, ଏଠାକାର ଖେଳାଳିମାନେ ଗେମ୍‌କୁ ଗମ୍ଭୀରତା, ରଣନୀତି ଓ ଦକ୍ଷତା ସହ ଖେଳିବାକୁ ପସନ୍ଦ କରିଥାନ୍ତି । ଏହା ଆମର ବିଶ୍ୱାସକୁ ସୁଦୃଢ କରିଛି ଯେ, ଯେତେବେଳେ ଏକ ସୁରକ୍ଷିତ, ସ୍ୱଚ୍ଛ ଓ ସୁନିୟନ୍ତ୍ରିତ ପ୍ଲାଟଫର୍ମ ଦିଆଯାଏ, ସେତେବେଳେ ଉପଭୋକ୍ତାମାନେ ସୂଚିତ, ଦାୟିତ୍ୱପୂର୍ଣ୍ଣ ଗେମ୍‌ପ୍ଲେ ସହ ପ୍ରତିକ୍ରିୟା ଦେଇଥାନ୍ତି । ଏକ କମ୍ପାନୀ ଭାବେ ଆମେ ଏଭଳି ଏକ ଇକୋସିଷ୍ଟମ ଗଠନ କରିବା ପାଇଁ ପ୍ରତିବଦ୍ଧ ରହିଛୁ ଯେଉଁଠାରେ ଦକ୍ଷତା-ଆଧାରିତ ଗେମିଂ ସଫଳ ହୋଇପାରିବ, ଭୂଲଧାରଣା ଦୂର ହୋଇପାରିବ ଏବଂ ଖେଳାଳିମାନେ ଆତ୍ମବିଶ୍ୱାସ ଓ ସ୍ପଷ୍ଟତା ସହିତ ସାର୍ଥକ ଭାବେ ନିୟୋଜିତ ହୋଇପାରିବେ । ଓଡିଶାର ଅଭିବୃଦ୍ଧି କାହାଣୀ ସେହି କ୍ଷମତାର ଏକ ସାକ୍ଷୀ ଅଟେ ।”

Screenshot

ଓଡିଶାରେ ରୁମିକଲ୍‌ଚରର ଉପଭୋକ୍‌ତା ଅଭିବୃଦ୍ଧି:
ଚା ଉପଭୋକ୍ତା ପଞ୍ଜୀକରଣରେ ବାର୍ଷିକ ଆଧାରରେ ୧୦୦% ବୃଦ୍ଧି ।
ଚା ଭୁବନେଶ୍ୱରରେ ୨୫.୮%ର ବିଜୟ ହାର, ଯାହା ୨୭.୭%ର ରାଜ୍ୟବ୍ୟାପୀ ହାରର ନିକଟତର ରହିଛି, ଏହା ରୁମି ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତି ଦ୍ୱାରା ପ୍ରଭାବିତ ହେଉନଥିବା ଦକ୍ଷତାର ଏକ ଖେଳ ବୋଲି ପ୍ରଦର୍ଶିତ କରୁଛି ।
ଚା ୭୮% ଉପଭୋକ୍ତାଙ୍କ ବୟସ ୧୮ରୁ ୪୨ ବର୍ଷ ବୟସ ମଧ୍ୟରେ, ଯାହା ଯୁବ ଡିଜିଟାଲ ଉପଭୋକ୍ତାଙ୍କଠାରୁ ମଜବୁତ ଯୋଗଦାନକୁ ହାଇଲାଇଟ କରୁଛି ।
ଚା ୧୬% ଉପଭୋକ୍ତାଙ୍କ ବୟସ ୪୮ ବର୍ଷରୁ ଉର୍ଦ୍ଧ୍ୱ ରହିଛି ଯାହା ବର୍ଦ୍ଧିତ ବହୁପିଢି ଗ୍ରହଣୀୟତାକୁ ସୂଚିତ କରୁଛି ।

ଓଡିଶାରେ ରୁମିକଲ୍‌ଚରର ଅଭିବୃଦ୍ଧି ସଂଖ୍ୟାଠାରୁ ଉର୍ଦ୍ଧ୍ୱରେ ରହିଛି, ଏହା ଦାୟିତ୍ୱପୂର୍ଣ୍ଣ ଗେମିଂ ଓ ଖେଳାଳିଙ୍କ ଦକ୍ଷତା ବୃଦ୍ଧି ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଚି । ଏହି ପ୍ଲାଟଫର୍ମର ଅଭିନମ ଗେମ୍ ମନିଟରିଂ ସିଷ୍ଟମ ଫେୟାର ପ୍ଲେ ବା ନିରପେକ୍ଷ ଖେଳ ସୁନିଶ୍ଚିତ କରୁଥିବା ବେଳେ ଏହାର ଆଡ୍‌ଭାନ୍ସଡ ଟେକ୍ନୋଲୋଜି ଖେଳାଳିମାନଙ୍କୁ ସେମାନଙ୍କର ରଣନୀତିକୁ ସୁଧାରିବା ଓ ସେମାନଙ୍କର ପ୍ରଦର୍ଶନକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ବ୍ରାଣ୍ଡର ମଲ୍ଟି-ଇନ୍‌ପୁଟ ଡିପ ନ୍ୟୁରାଲ ନେଟ୍‌ୱର୍କ ମଡେଲ ସ୍ପେଡ୍‌ନେଟକୁ ଖେଳାଳିଙ୍କୁ ନିଜର ଦକ୍ଷତାକୁ ସୁଦୃଢ କରିବା ଏବଂ ନିଜର ଗେମ୍‌ପ୍ଲେ ବିକଶିତ କରିବାରେ ସାହାଯ୍ୟ କରିବା ପାଇଁ ଏହାର ଯୋଗଦାନ ଲାଗି ଏଆଇ ୨୦୨୪ ଉପରେ ସମ୍ମାନିତ ଇଂଟରନ୍ୟାଶନାଲ ଆଇଇଇଇ କନ୍‌ଫରେନ୍ସରେ ସ୍ୱୀକୃତି ପ୍ରଦାନ କରାଯାଇଥିଲା ।
ଏହି ସଫଳତା ବିସ୍ତୃତ ଜାତୀୟ ଟ୍ରେଣ୍ଡ ସହ ଜଡିତ ରହିଛି । ଲୁମିକାଇର ଷ୍ଟେଟ ଅଫ ଇଣ୍ଡିଆ ଗେମିଂ ରିପୋର୍ଟ ଏଫୱାଇ୨୪୧ ଅନୁଯାୟୀ, ଭାରତର ଗେମିଂ ଶିଳ୍ପ ୩.୮ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହା ୧୨.୫ ବିଲିୟନ ଡଲାରର ନୂଆ ମିଡିଆ ଇକୋସିଷ୍ଟମରେ ୩୦% ଯୋଗଦାନ ଦେଉଛି । ୬୬% ଗେମର ଅଣମେଟ୍ରୋ ଅଂଚଳରୁ ଆସୁଥିବା ବେଳେ ଗତବର୍ଷ ୨୩ ମିଲିୟନ ନୂଆ ଉପଭୋକ୍ତା ସାମିଲ ହୋଇଛନ୍ତି, ଏଭଳି କ୍ଷେତ୍ରରେ ଭୁବନେଶ୍ୱର ଭଳି ସହର ଏହି ସଫଳତାର ନେତୃତ୍ୱ ନେଉଛନ୍ତି ।
ଭାରତର ଡିଜିଟାଲ ଗେମିଂ କ୍ଷେତ୍ର ବିକଶିତ ହେଉଥିବାରୁ ରୁମିକଲ୍‌ଚର ଭୁବନେଶ୍ୱରକୁ ଏକ ପ୍ରମୁଖ ବଜାର ଭାବେ ଦେଖୁଛି ଯାହା ପରମ୍ପରା, ଡିଜିଟାଲ ଫ୍ଲୁଏନ୍ସି ଏବଂ ଦକ୍ଷତା-ଭିତିକ ଫର୍ମାଟ୍‌ଗୁଡିକ ପାଇଁ ଏକ ଆଗ୍ରହକୁ ମିଶ୍ରଣ କରୁଛି । ଏହି ସହରର ବିକାଶ ଏକ ଦେଶବ୍ୟାପୀ ପରିବର୍ତନକୁ ପ୍ରତିଫଳନ କରୁଛି ଯେଉଁଠାରେ ଦାୟିତ୍ୱପୂର୍ଣ୍ଣ ଗେମିଂ, ତଥ୍ୟ ଗୋପନୀୟତା ଓ ରଣନୈତିକ ଗେମ୍‌ପ୍ଲେ ନୂଆ ମାନଦଣ୍ଡରେ ପରିଣତ ହୋଇଛି ।
ଞ୍ଚଗେମିଂ ଆଚରଣ, ବ୍ୟୟ ଶୈଳୀ ଓ ଆପ ପସନ୍ଦ ଉପରେ ଗୁରୁତ୍ୱ ଦେଇଥିବା ଭାରତବ୍ୟାପୀ ୨୧ରୁ ୩୫ ବର୍ଷ ବୟସର ୧୦୪୪ ଜଣ ରୁମି ଖେଳାଳିଙ୍କୁ ସର୍ଭେ କରିଥିବା ୟୁନୋମର ଓ ସାଇବରମିଡିଆ ରିସର୍ଚ୍ଚ (ଅକ୍ଟୋବର ୨୦୨୪) ଦ୍ୱାରା ପରିଚାଳିତ ଏକ ଅଧ୍ୟୟନ ଅନୁଯାୟୀ ।


Share It

Comments are closed.