ଇରାନରୁ ତିନି ଭାରତୀୟ ନିଖୋଜ, ଆଇଏସଆଇର ହାତ ଥିବା ସନ୍ଦେହ

Share It

ଇରାନରେ ତିନି ଭାରତୀୟ ନିଖୋଜ ହୋଇଯାଇନ୍ତି । ଏହି ତିନି ନାଗରିକଙ୍କ ଖୋଜ ଖବର ମିଳୁ ନାହିଁ । ଏ ସଂପର୍କରେ ତେହରିନରେ ଭାରତୀୟ ଦୂତବାସ ପକ୍ଷରୁ ସୂଚନା ଦେଇଛନ୍ତି ଯେ, ସେମାନେ ଭାରତୀୟ ନାଗରିକଙ୍କୁ ଖୋଜିବା ପାଇଁ ସକ୍ରିୟ ଭାବରେ ଇରାନ ଅଧିକାରୀଙ୍କ ସହ କାମ କରୁଛନ୍ତି । କଥାଟି ଏହା ଯେ, ତେହରିନରେ ପାକିସ୍ତାନ ଗୁଇନ୍ଦା ଅଧିକାରୀ ଆଇଏସଆଇ ଖୁବ ସକ୍ରିୟ ଅଛନ୍ତି । କୂଳଭୂଷଣ ଯାଦବ ଏହାର ଏକ ବଡ ଉଦାହରଣ । କାରଣ ତାଙ୍କୁ ଇରାନରୁ ଅପହରଣ କରି ଭାରତୀୟ ଏଜେଣ୍ଟ ଦର୍ଶାଇଯାଇଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ବ୍ୟକ୍ତିଙ୍କ ପରିଚୟ ସାର୍ବଜନୀନ କରାଯାଇନଥିବାବେଳେ କିନ୍ତୁ ଅଧିକାରୀ ଆଶ୍ୱସନା ଦେଇଛନ୍ତି ଯେ ସେମାନେ ନିରନ୍ତର ଭାବରେ ନିଖୋଜ ପରିବାରବର୍ଗଙ୍କ ସହ ସଂପର୍କରେ ଅଛନ୍ତି ଏବଂ ତାଙ୍କୁ ପ୍ରତ୍ୟେକ ଘଟଣାକ୍ରମର ଟିକିନିକି ଖବର ଦିଆଯାଉଛି ।


Share It

Comments are closed.