ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାର ପାଇଁ ରୋହିତ ଶର୍ମା ମନୋନୀତ


ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ହିଟ୍ ମ୍ୟାନ୍ ରୋହିତ ଶର୍ମା ମନୋନୀତ ହୋଇଛନ୍ତି। ଯଦି ସେ ଏହି ପୁରସ୍କାର ପାଆନ୍ତି, ତେବେ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଏବଂ ଅଧିନାୟକ ବିରାଟ କୋହଲିଙ୍କ ପରେ ରୋହିତ ଟିମ୍ ଇଣ୍ଡିଆର ଚତୁର୍ଥ କ୍ରିକେଟର ହେବେ। ସୂତ୍ର ଅନୁଯାୟୀ, ରାଜୀବ ଗାନ୍ଧୀ ଖେଳ ରତ୍ନ ପାଇଁ ରୋହିତ ଶର୍ମାଙ୍କ ସମେତ ପହଲଵାନ ବିଜେତା ଭିନେଶ ଫୋଗଟ୍, ଟେବୁଲ ଟେନିସ ଚମ୍ପିୟାନ ମଣିକା ବାତ୍ରା ଏବଂ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମାରିଆପାନ୍ ଥଙ୍ଗାଭେଲୁଙ୍କ ନାମ ମ​ନୋନୀତ କରାଯାଇଛି। ରାଷ୍ଟ୍ରୀୟ ଖେଳ ପୁରସ୍କାର ସମାରୋହ ପ୍ରଥମଥର ପାଇଁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଅନଲାଇନ ଆୟୋଜିତ ହୋଇପାରେ।


Share It

Comments are closed.