ସ୍ମିଥ ଏବଂ ୱାର୍ଣ୍ଣରଙ୍କ ଉପରେ ସଠିକ କାର୍ଯ୍ୟନୁଷ୍ଠାନ ହୋଇଛି – ସଚିନ

[vc_row][vc_column][vc_column_text]

ଯୁବ ସମୟ – କ୍ରିକେଟ ଅଷ୍ଟ୍ରେଲିଆ ( ସିଏ) ଉଭୟ ସ୍ମିଥ ଏବଂ ଡେଭିଡ ୱାର୍ଣ୍ଣରଙ୍କ ବିରୋଧରେ ଲଗାଇଥିବା ବାସନ୍ଦ ଠିକ ନିଷ୍ପତି ନେଇଛନ୍ତି କ୍ରିକେଟ କିମ୍ବଦନ୍ତି ସଚିନ ତେନ୍ଦୁକର କହିଛନ୍ତି । “କ୍ରିକେଟ ସବୁବେଭେ ଭଦ୍ରଲୋକଙ୍କ ଖେଳ ଭାବରେ ପରିଚିତ । ଏହି ଖେଳ ଅତ୍ୟିନ୍ତ ସ୍ୱଚ୍ଚାତା ସହ ଖେଳାଯିବା ଆବଶ୍ୟକ ବୋଲି ମୁଁ ମନେ କରିଆସୁଛି । ବଲ ଟ୍ୟାମ୍ପରିଂକୁ ନେଇ ଯାହା ସବୁ ଘଟିଗଲା ତାହା ସମ୍ପର୍ଣ୍ଣ ଦୁର୍ଭାଗ୍ୟଜନକ ବୋଲି କ୍ରିକେଟର କିମ୍ବଦନ୍ତୀ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ମତ ଦେଇଛନ୍ତ”ି
ଗତ ଶନିବାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାର ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିରୋଧରେ ବଲ ଟାମ୍ପରିଂ ଅଭିଯୋଗ ଆସିବା ପରେ ସ୍ମିଥ ଏବଂ ବ୍ୟାନକ୍ରଫ୍ଟ ଏହି ଘଟଣା ସ୍ୱୀକାର କରିଥିଲେ, କିନ୍ତି ଏହାର ଖଳନାୟକ ସାଜିଥିଲେ ଡେଭିଡ ୱାର୍ଣ୍ଣର ଥିଲେ । ଏହା ଅଷ୍ଟ୍ରେଲିଆ କ୍ରିକେଟ ମହଲାରେ ଆଲୋଡନା ସୃଷ୍ଠି କରିଥିଲା । (ସିଏ)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଜେମ୍ସ ସଦରଲ୍ୟାଣ୍ଡ ଏହି ଘଟଣାର ତଦନ୍ତ ଲାଗି ଅଷ୍ଟ୍ରେଲିଆ ଇଣ୍ଟେଗ୍ରିଟି ୟୁନିଟକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସେମାନଙ୍କୁ ଦଣ୍ଡବିଧାନ ସୂରୁପ ସ୍ମିତ ଏବଂ ୱାର୍ଣ୍ଣରଙ୍କୁ ୧୨ ମାସ ଓ ବ୍ୟାନକ୍ରଫ୍ଟଙ୍କୁ ୯ ମାସ ପାଇଁ ଆନ୍ତର୍ଜାତିକ କ୍ରିକେଟରୁ ବାସନ୍ଦ ଏବଂ ବ୍ୟାନକ୍ରଫଙ୍କର ୭୫ % ପ୍ରତିଶତ ମ୍ୟାଚ ଫି କଟାଯାଇଥିବା ବେଳେସ୍ମିତ ଏବଂ ୱାର୍ଣ୍ଣର ୧୦୦% ମ୍ୟାଚ କଟାଯାଇଛି । ଏହା ସହ ଉଭୟ ସ୍ମିତ ଏବଂ ୱାର୍ଣ୍ଣରଙ୍କୁ ଆଇପିଏଲରୁ ମଧ୍ୟ ୧ ବର୍ଷ ପାଇଁ ବାସନ୍ଦ କରାଯାଇଛି ।

[/vc_column_text][/vc_column][/vc_row][vc_row][vc_column][vc_single_image image=”934″ img_size=”full” alignment=”center”][/vc_column][/vc_row]

Comments are closed.